/odishatv-khabar/media/media_files/2025/10/22/low-pressure-2025-10-22-09-06-08.jpg)
Low Pressure Photograph: (OTV)
ବଙ୍ଗୋପସାଗରରେ ପଛକୁ ପଛ ଆସୁଛି ୩ଟି ଲଘୁଚାପ (Low Pressure)। ଗୋଟିଏ ଲଘୁଚାପ ଏବେ ସୃଷ୍ଟି ହୋଇଛି । ୨୬ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ସୃଷ୍ଟି ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ । ତାଙ୍କ ଆକଳନ ଅନୁଯାୟୀ ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ବେଶୀ ଘନୀଭୂତ ହୋଇ ନ ପାରେ । ତଥାପି ଏହାର ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କରେ ଅଧିକ ବର୍ଷା ହୋଇପାରେ ।
୨୬ ଓ ୨୭ ବେଳକୁ ଯେଉଁ ସିଷ୍ଟମ ସୃଷ୍ଟି ହେବ ଏହା ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି । ତେବେ ସୃଷ୍ଟି ହେବାକୁ ଥିବା ଦ୍ବିତୀୟ ଲଘୁଚାପର ପ୍ରଭାବ ବେଶୀ ରହିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ମାତ୍ର ପଛକୁ ପଛ ୩ଟି ଲଘୁଚାପ ନେଇ ବର୍ତ୍ତମାନ ସୁଦ୍ଧା IMD ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ଯେହେତୁ ଚଳିତ ମାସ ଶେଷକୁ ପଛକୁ ପଛ ତିନି ତିନିଟି ଲଘୁଚାପ ନେଇ ପାଣିପାଗ ବିଜ୍ଞାନୀ ଆକଳନ କଲେଣି ଓ ଏହାର ପ୍ରକୋପ ନେଇ ବି ଅନୁମାନ ଲଗାଇଲେଣି, ତେଣୁ ବାତ୍ୟା ଭୟ ବଢିବାରେ ଲାଗିଲାଣି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)