ଆଧାର କିମ୍ବା ଭୋଟର କାର୍ଡ ସହ ଡବଲ ଡୋଜ୍ ଟିକା ସାର୍ଟିଫିକେଟ ମଧ୍ୟ ଜରୁରୀ । ନଚେତ୍ ୯୬ ଘଣ୍ଟା ମଧ୍ୟରେ ହୋଇଥିବା ଆର୍ଟିପିସିଆର୍ ଟେଷ୍ଟ ନେଗେଟିଭ ରିପୋର୍ଟ ଦେଖାଇଲେ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ମିଳିବ ।
ଯେମିତି ପଶ୍ଚିମ ଦ୍ୱାର ଦେଇ ପୁରୀ ସହରବାସୀ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ ଆଗାମୀ ଦିନରେ ମଧ୍ୟ ପୁରୀ ସହରବାସୀଙ୍କ ପାଇଁ ପଶ୍ଚିମଦ୍ୱାର ଖୋଲା ରହିବ । ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ।
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲିଛି ସେହି ରାଜ୍ୟରେ ଭକ୍ତଙ୍କୁ ଭଗବାନଙ୍କଠାରୁ କାହିଁକି ଦୂରରେ ରଖାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।
ଅଦରକାରୀ ଜିନିଷରୁ ବି ହୋଇପାରୁଛି ସୁନ୍ଦର ସୁନ୍ଦର କଳାକୃତୀ। ଯେଉଁ ଜିନିଷକୁ ଅଦରକାରୀ ଭାବି ଆମେ ଡଷ୍ଟବିନରେ ଫୋପାଡି ଦେଉ, ତାକୁ ନେଇ ସୃଜନଶୀଳତା ଦେଖାଇଛନ୍ତି କଟକର ଜଣେ ଛାତ୍ର। ନାଁ ତାଙ୍କର ସ୍ମୃତିରଂଜନ ମହାନ୍ତି। ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିଠାରୁ ଆରମ୍ଭ କରି କେଦାରନାଥ ମନ୍ଦିରର ମଡେଲ କରିପାରିଛନ୍ତି ସ୍ମୃତିରଂଜନ।
ଶ୍ରୀମନ୍ଦିରରେ ଆଜିଠୁ ଜଗାଦର୍ଶନ ବନ୍ଦ ରହିଛି । ସାଧାରଣ ଭକ୍ତଙ୍କ ପାଇଁଶ୍ରୀମନ୍ଦିର ପ୍ରବେଶ ମନା । ବଢ଼ି ଚାଲିଥିବା କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଛି କଟକଣା ।
ଓମିକ୍ରନ୍ ସଂକ୍ରମଣ ବଢୁଥିବା କାରଣରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଛତିଶା ନିଯୋଗ-ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଏହି ବନ୍ଦ ନିଷ୍ପତ୍ତି ନିଆଯାଇଛି ।
ଅନୁଗୋଳ ଜିଲ୍ଲା ତାଳଚେରର କୁନିଝିଅ ସ୍ନେହାଲ ବରାଳ। ଅଳ୍ପ ବୟସରେ ବି ସେ ଅନେକ ପ୍ରତିଭାର ଅଧିକାରିଣୀ। କମ୍ ବୟସରୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଇଂରାଜୀରେ ଏକ ବହି ଲେଖି ରେକର୍ଡ କରିଛନ୍ତି। ଚାଲନ୍ତୁ ତାଙ୍କ ମୁହଁରୁ ଶୁଣିବା କିଛି ଜଗନ୍ନାଥଙ୍କ କଥା।
ପୁରୀ ଭକ୍ତ ନିବାସର ଘରୋଇକରଣ ପାଇଁ ଚାଲିଛି ମସୁଧା । ମହଙ୍ଗା ହୋଇପାରେ ଭକ୍ତଙ୍କ ଶ୍ରୀକ୍ଷେତ୍ର ରହଣୀ । କୁଆଡ଼େ ଗଲା ୬୦ ହଜାର ଭକ୍ତଙ୍କ ପାଇଁ ସୁଲଭ ରହଣୀ ବ୍ୟବସ୍ଥା ? ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ପ୍ରଶାସନ ପକ୍ଷରୁ କେବେ ଯୋଗାଇ ଦିଆଯିବ ଭକ୍ତ ନିବାସ ।
ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ପ୍ରଶାସନ ପକ୍ଷରୁ କେବେ ଯୋଗାଇ ଦିଆଯିବ ଭକ୍ତ ନିବାସ । ଏହି ବିଳମ୍ବକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ର୍ନିର୍ମିତ ଭକ୍ତ ନିବାସକୁ ପ୍ରାଇଭେଟ୍ ଲିଜ ଦିଆଯିବା ନେଇ ମଧ୍ୟ ଉଠିଲାଣି ପ୍ରଶ୍ନ ।
ଦାୟିତ୍ୱ ନେବା ପରେ ପୁରୀ ଯାଉ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ.. ମହାପ୍ରଭୁଙ୍କ ଦର୍ଶନ ପରେ ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି.. ଶୁଣନ୍ତୁ DGP କଣ କହୁଛନ୍ତି
ରାଜ୍ୟ ସାରା ଦେବାଦେବୀ ମନ୍ଦିରରେ ଶହ ଶହ କୋଟିର ଭୂସମ୍ପତ୍ତି ଲୁଟ୍ । ଅଳଙ୍କାର ଓ ଫସଲ ଦେୟରେ ବି ହରିଲୁଟ୍ ହୋଇଥିବା ସିଏଜିଙ୍କ ତଥ୍ୟ। ୧୩ ମନ୍ଦିରର ତଥ୍ୟ ଦେଇ ଗୁମର ଖୋଲିଲେ ସିଏଜି, ଘେରିଲେ ବିରୋଧୀ।
ନୂଆ ବର୍ଷରେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ଏଥର ନୂଆ ବର୍ଷରେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଦର୍ଶନ କରିବାକୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ପ୍ରତି ଥର ନୂଆ ବର୍ଷରେ ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି ।
ଭିତର ରତ୍ନଭଣ୍ଡାର ୧୯୮୫ରେ ଶେଷଥର ପାଇଁ ଖୋଲା ହୋଇଥିବା ବେଳେ ଦୀର୍ଘ ୩୬ ବର୍ଷ ହେବ ଭିତର ରତ୍ନଭଣ୍ଡାର ଖୋଲାଯାଇନାହିଁ।
ଦେବ ଦୀପାବଳି ପାଇଁ ପୁରୀରେ ବ୍ୟାପକ ଆୟୋଜନ । ଦେବ ଦୀପାବଳିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେବା ପରମ୍ପରା ରହିଛି । ବଡ଼ଦାଣ୍ଡରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ଓଡ଼ିଶା ଇଣ୍ଟରନାସନାଲ ସେଣ୍ଟର ପକ୍ଷରୁ ୧ ଲକ୍ଷ ଦୀପ ଜଳାଯିବ ।
ଦେବ ଦୀପାବଳିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରାଦ୍ଧବେଶରେ ଵିଭୂଷିତ ହୋଇଥାନ୍ତି । ସଂଧ୍ୟା ଧୂପ ପରେ ପୁଷ୍ପାଳକ ସେବାୟତ ମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ଵେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଇଥାନ୍ତି।
ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେଲା ଶିଳାନ୍ୟାସ ଆଧାରଶିଳା ରଖିଲେ ଗଜପତି, ଉପସ୍ଥିତ ରହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାବାସୀଙ୍କ ପାଇଁ ଆଜି ଅତ୍ୟନ୍ତ ପବିତ୍ର ଦିନ ହୋଇଥିବାବେଳେ ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ବି ଐତିହାସିକ ଦିନ। ଏହି ଅବସରରେ ୧୦ଜଣ ଜମିହରାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିବାବେଳେ ୩ଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ବି ଦିଆଯାଇଥିଲା।
ଆରଟିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭିତର ରତ୍ନଭଣ୍ଡାରର କୌଣସି ଚାବି ପୁରୀ ଜିଲ୍ଲା ରେକର୍ଡ ରୁମ୍ରେ କେବେ ବି ନଥିଲା । ଅସଲି କିମ୍ବା ନକଲି, କୌଣସି ବି ଚାବି ରେକର୍ଡ ରୁମ୍ରେ ରଖାଯାଇ ନାହିଁ ।
ଜଗନ୍ନାଥଙ୍କ ଜମିକୁ ନିଜ ନାଁରେ କରି ସେଥିରେ ତିଆରି କରିଦେଇଛନ୍ତି କୋଠାଘର, ପୋଖରୀ ଓ ଦୋକାନ। ସାମ୍ନାକୁ ଆସିଲା ଜମି ଜାଲିଆତିର ସଙ୍ଗୀନ ମାମଲା...
କାଳିଆ ଟିକେ ଦର୍ଶନ ଦେଏ । କାହିଁ କେତେ ଦୂରରୁ ଆସିଛି ତୋ ଚକା ନୟନକୁ ମନ ଭରି ଦେଖିବା ପାଇଁ । ଖୋଲି ଦିଏ ତୋ ସିଂହଦ୍ୱାର ଦେଖିନିଏ ତୋ କଳା ବଦନ । ଏମିତି ଭାବି କାନ୍ଦୁଛି ଜଣେ ଭକ୍ତ । ଆଜିଠୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ । ଏଥିପାଇଁ ଶ୍ରୀମନ୍ଦିରର ସମ୍ମୁଖରେ ଭକ୍ତଙ୍କ ଭିଡ ଲାଗିଛି । କିନ୍ତୁ ଆଜିର ଦିନ ଜଗା ଦର୍ଶନ ବନ୍ଦ ରଖିବାକୁ ପୂର୍ବରୁ ପ୍ରଶାସନ ନିଷ୍ପତ୍ତି ନେଇଥିଲେ ।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପୁରୀର ନାମ ପରିବର୍ତ୍ତନ ନେଇ ଦାବି ଉଠିଛି.. ଶ୍ରୀଜଗନ୍ନାଥ ପୁରୀ କିମ୍ବା ଶ୍ରୀଜଗନ୍ନାଥ ଧାମ ପୁରୀ କରାଯିବା ପାଇଁ କିଛି ସାମାଜିକ ଅନୁଷ୍ଠାନ ଦାବି କରିବା ପରେ ମଙ୍ଗଳବାର ଦିନ ଏହି ଦାବି ନେଇ ପରିଚାଳନା କମିଟି ସଦସ୍ୟମାନେ ଦାବି କରିଛନ୍ତି
ସଜେଇ ହେଉଛି ପୁରୀର ବିଭିନ୍ନ କ୍ଲବ୍ । କ୍ରୀଡ଼ାର ବିକାଶ ପାଇଁ ହେଉଛି ବୃହତ ଯୋଜନା । ବିଭିନ୍ନ ଆଖଡ଼ାକୁ ନୂଆ ରୂପ ଦିଆଯାଉଛି । ଆନୁସଙ୍ଗିକ ବ୍ୟବସ୍ଥାକୁ ବଢ଼ାଇବା ସହ ଭିିତ୍ତିଭୂମିକୁ ଉନ୍ନତ କରାଯାଉଛି ।
ଦେଶର କିଛି ପ୍ରାଚୀନ ଓ ବଡ଼ ମନ୍ଦିରରେ ପ୍ରବେଶ ପୂର୍ବରୁ ରହିଛି ସ୍ୱତନ୍ତ୍ର ଡ୍ରେସକୋର୍ଡ ନିୟମ । ଅର୍ଥାତ୍ ସେବକ ହୁଅନ୍ତୁ କି କର୍ମଚାରୀ ଅବା ଭକ୍ତ, ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧିବାକୁ ବାଧ୍ୟ । ତାକୁ ଆଖିରେ ରଖି ଶ୍ରୀମନ୍ଦିରରେ ବି ଏଭଳି ବ୍ୟବସ୍ଥା ଲାଗୁ ପାଇଁ ହୋଇଛି ନିଷ୍ପତ୍ତି ।
ପ୍ରଥମେ ଏହି ଘରର କାନ୍ଥ ଓ ଛାତକୁ ଏଏସ୍ଆଇ ଏବଂ କୋର କମିଟି ସଦସ୍ୟଙ୍କ ସହ ହାଇକୋର୍ଟଙ୍କ ପ୍ରତିନିଧି ଲାଇଟ୍ ପକାଇ ଅନୁଧ୍ୟାନ କରିଥିଲେ। ଅଳନ୍ଧୁ ସଫା କରାଯିବା ପରେ କାନ୍ଥ ଓ ଛାତରେ ଥିବା ଫାଟ ପରିଷ୍କାର ଦେଖା ଯାଇଥିଲା। କାନ୍ଥର କେତେକ ସ୍ଥାନ ଓଦାଳିଆ ମଧ୍ୟ ରହିଥିଲା।
ପୁନର୍ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି । ୧୦ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଜ୍ୟ ସରକାର । ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର ହେଲେ ସଦସ୍ୟ । ମୁକ୍ତିମଣ୍ଡପକୁ ପ୍ରତିନିଧତ୍ତ୍ୱ କରିବେ ଅଶୋକ ମହାପାତ୍ର ।
ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଭକ୍ତଙ୍କୁ ପାଛୋଟିବା ପାଇଁ ଆରମ୍ଭ ହେଲାଣି ସଜବାଜ । ସଜେଇ ହେଲାଣି ବଡ଼ ଦାଣ୍ଡ । ମହାପ୍ରଭୁଙ୍କୁ ଦେଖିବା ପାଇଁ ଭକ୍ତ ମନରେ ଅନେକ ଖୁସି ।