/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751974913.jpg)
Odisha won’t use Sri Mandir treasury jewellery for Sunabesha
ଆଗାମୀ ଦିନରେ ସୁନାବେଶରେ ଲାଗିବ ନୂଆ ଅଳଙ୍କାର ।ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ମନ୍ତ୍ରୀ କହିଛନ୍ତି, ରତ୍ନଭଣ୍ଡାରର କୌଣସି ଅଳଙ୍କାର ଏଥିରେ ବ୍ୟବହାର ହେବନି ।ଏନେଇ ସରକାର ବ୍ୟବସ୍ଥା କରିବେ ଏବଂ ଭକ୍ତଙ୍କୁ ସ୍ବର୍ଣ୍ଣ ଦାନ ପାଇଁ ଅନୁରୋଧ କରାଯିବ ।
ଶ୍ରୀଜିଉଙ୍କର କିଛି ଅଳଙ୍କାର ପତଳା ହୋଇଗଲାଣି, କିଛି ଅଳଙ୍କାର ଦବି ଯାଇଛି ବୋଲି ସେବାୟତ ଜଣାଇଛନ୍ତି।ନିକଟରେ ଛତିଶ ନିଯୋଗ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଉ ଗୋଟିଏ ଅଳଙ୍କାର ସେଟ୍ ପାଇଁ ଅନୁରୋଧ କରାଯାଇଥିଲା।ଠାକୁରଙ୍କ ଇଚ୍ଛା ଥିଲେ ଏହା ହୋଇପାରିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।
ସେପଟେ ରତ୍ନଭଣ୍ଡାର ମରାମତି ଶେଷ ହୋଇଛି।ଅଗଷ୍ଟ ମାସରେ ଗଣତି ମଣତି ହେବା ସମ୍ଭାବନା ରହିଛି।ଉଚ୍ଚସ୍ତରୀୟ କମିଟି ବୈଠକରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ହେବ।ଦୁଇ ଜଣ ଏକ୍ସପର୍ଟ ଦେବାକୁ ଆରବିଆଇକୁ ଚିଠି ଲେଖାଯିବ।ଯେଉଁ ମାନେ ସୋମନାଥ ମନ୍ଦିର ଓ ବିଭିନ୍ନ ବଡ ମନ୍ଦିରରେ ଅଳଙ୍କାର ଗଣତିରେ ସେମାନଙ୍କର ଅଭିଜ୍ଞତା ଥିବ ସେହିଭଳି ଏକ୍ସପର୍ଟଙ୍କୁ ସାମିଲ କରାଯିବ ।
ରତ୍ନ ଅଳଙ୍କାର ରଖିବା ପାଇଁ ନୂଆ ସିନ୍ଦୁକ ପ୍ରସ୍ତୁତ କରାଯାଇଛି।ଅଭିଜ୍ଞ ବଣିଆ ଚିହ୍ନଟ କରାଯିବ।ରତ୍ନଭଣ୍ଡାର ମରାମତି ପରେ ଶତାଧିକ ବର୍ଷ ସ୍ଥାୟୀତ୍ବ ରହିବ।ରତ୍ନଭଣ୍ଡାର ମରାମତି ପରେ ASI ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରି ସାରିଛି ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)