Advertisment

କୋହିନୂର ପରେ ଏବେ କୁଲିନାନ ହୀରା ଫେରାଇବାକୁ ବ୍ରିଟେନ ଉପରେ ପଡ଼ିଲା ଚାପ

ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଏବେ ବଢୁଛି ହୀରା ଫେରାଇବାର ଦାବି। କୋହିନୂର ହୀରା ଫେରାଇବା ପାଇଁ ଭାରତ ଦାବି କରୁଥିବାବେଳେ ଏହି ତାଲିକାରେ ଏବେ ଆହୁରି ଅନେକ ଦେଶର ନାଁ ଯୋଡ଼ି ହୋଇଯାଇଛି। ଏବେ ଦକ୍ଷିଣ ଆଫ୍ରିକା ବି ଦାବି କରିଛି  ତା‘ର ହୀରାକୁ ଫେରାଇବା ପାଇଁ।

author-image
Minati Mishra
ଅଦ୍ୟତନ ହୋଇଛି
Cullinan Diamond

South Africa Says to Give Back their Diamond

ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟ ଙ୍କ ମୃତ୍ୟୁ ପରେ ଏବେ ବଢୁଛି ହୀରା ଫେରାଇବାର ଦାବି। କୋହିନୂର ହୀରା ଫେରାଇବା ପାଇଁ ଭାରତ ଦାବି କରୁଥିବାବେଳେ ଏହି ତାଲିକାରେ ଏବେ ଆହୁରି ଅନେକ ଦେଶର ନାଁ ଯୋଡ଼ି ହୋଇଯାଇଛି। ଏବେ ଦକ୍ଷିଣ ଆଫ୍ରିକା ବି ଦାବି କରିଛି  ତା‘ର ହୀରାକୁ ଫେରାଇବା ପାଇଁ। ଗ୍ରେଟ ଷ୍ଟାର ଅଫ ଆଫ୍ରିକାକୁ ଫେରାଇ ଦେବା ପାଇଁ ଦକ୍ଷିଣ ଆଫ୍ରିକାରୁ ଦାବି ଜୋର ଧରିଛି। ଦକ୍ଷିଣ ଆଫ୍ରିକାର ଏହି ହୀରା ବିଶ୍ୱର ସବୁଠାରୁ କ୍ଲିୟର କଟ ହୀରା  ଏବଂ ଏହା କୁଲିନାନ ନାମରେ ପରିଚିତ । ଏହି ହୀରା  ଏବେ ରାଣୀ ଏଲିଜାବେଥଙ୍କ ରୟାଲ ସେପ୍ଟରରେ ଲାଗିଛି।

Advertisment

ମିଡିଆ ରିପୋର୍ଟ ଅନୁସାରେ, ୧୯୦୫ରେ ଦକ୍ଷିଣ ଆଫ୍ରିକା ସମ୍ପତ୍ତିରୁ ଏହି ହୀରାକୁ ବାଦ ଦିଆଯାଇଛି। ଅଫ୍ରିକାର ତତ୍କାଳୀନ ଔପନିବେଶକାରୀ ଶାସକ ଦ ଗ୍ରେଟ ଷ୍ଟାରକୁ ବ୍ରିଟ୍ରିଶ ରାଜପରିବାରକୁ ଦେଇଥିଲେ। ଏବେ ଦକ୍ଷିଣ ଆଫ୍ରିକା ଦାବି କରିଛି ଏହି ହୀରା ତାଙ୍କ ଦେଶକୁ ଫେରାଇ ଦିଆଯିବା ଉଚିତ। ଜଣେ ଅଧିକାରୀ କହିଛନ୍ତି, ‘ଆମ ଦେଶରଏବଂ ଅନ୍ୟ ଦେଶର ଖଣିଜ ପଦାର୍ଥକୁ ନେଇ ଆମ ଲୋକଙ୍କ ସାହାଯ୍ୟରେ ବ୍ରିଟିଶ ଦେଶ ଲାଭବାନ ହୋଇଛି।’

ତେଣୁ ଏହି ହୀକୁ ଫେରାଇ ଆଣିବା ପାଇଁ ଅନଲାଇନରେ ଏକ ପିଟିସନ ଦାଏର କରାଯାଇଛି। ପିଟିସନରେ ଦେଶର ୬ ହଜାରରୁ ଅଧିକ ଲୋକଙ୍କ ଦସ୍ତଖତ ରହିଛି। ସାଉଥ ଆଫ୍ରିକା ସାଂସଦ ଭୋୟଲବେଥୁ ଜୁଙ୍ଗୁଲା ଏକ ଟୁଇଟ କରି କହିଛନ୍ତି ‘ବ୍ରିଟେନ ଦ୍ୱାରା ହୋଇଥିବା ସମସ୍ତ କ୍ଷତି ପୂରଣ କରାଯିବା ଦରକାର । ଏଥିସହିତ ବ୍ରିଟେନ ଚୋରାଇ ନେଇଥିବା ସମସ୍ତ ସୁନା ଏବଂ ହୀରା ମଧ୍ୟ ଫେରାଇ ଦେବା ଦରକାର ।’

Advertisment

ନ୍ୟୁଜ ଏଜେନ୍ସି ତଥ୍ୟ ଅନୁଯାୟୀ, ୫୩୦.୨  କ୍ୟାରେଟର ଏକ ବଡ ବିନ୍ଦୁ ଆକାରର ଏହି ହୀରା ରାଣୀ ହାତରେ ଧରୁଥିବା ରାଜକୀୟ ଦଣ୍ଡରେ ଥିବା କ୍ରଶ ସହ ଜଡିତ ହୋଇ ରହିଛି। ବ୍ରିଟେନବାସୀଙ୍କ ବିଶ୍ୱାସ ଅନୁଯାୟୀ, ଏହି ରାଜଦଣ୍ଡ ଏକ ପବିତ୍ର ବସ୍ତୁ ଅଟେ ଏବଂ ଏହା ୧୬୦୦ ବର୍ଷର। ରାଜକୀୟ ଶୋଭଯାତ୍ରାବେଳେ ଏହା ବାହାରିଥାଏ। ତେବେ ସାଧାରଣ ଦର୍ଶନ ପାଇଁ ଏହା ଲଣ୍ଡନ ଟାୱାରର ଜୁଏଲ ହାଉସରେ ରଖାଯାଇଥାଏ। ଏହି ହୀରା ଯଦିଓ ବହୁ ମୂଲ୍ୟବାନ ତେବେ ତାର ନିର୍ଦ୍ଦିଷ୍ଟ ମୂଲ୍ୟାୟନ ଏ ଯାଏ କରାଯାଇ ନାହିଁ। ଭାରତ, ଦକ୍ଷିଣ ଆଫ୍ରିକା ପରେ ଅନେକ ସୋଶିଆଲ ମଡିଆ ୟୁଜର୍ସ ବ୍ରିଟିଶ ରାଜପରିବାର ନେଇଥିବା ହୀରା ସଂପୃକ୍ତ ଦେଶକୁ ଫେରାଇ ଦେବା ଦାବି କରୁଛନ୍ତି।

Queen Elizabeth Queen Elizabeth II Kohinoor Diamond British Crown Cullinan Diamond
Advertisment
Advertisment