ନୟାଗଡ଼ର ନାବାଳକ ଅମ୍ରିତ୍ ଅପହରଣର ଫିଟିବ ଗୁମର ? ବାପାଙ୍କଠୁ ଟଙ୍କା ପାଇଁ ୩ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କିଡ୍ନାପ୍ ଆଶଙ୍କା।
୩ ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି ।
ମୁହଁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲା ନାବାଳିକା ।
ରାଜଧାନୀରେ ମାତିଛନ୍ତି ପିଲା ଚୋର । ଆଇସକ୍ରିମ୍ ଦେବାକୁ କହି ଘର ପାଖରୁ ନେଇଯାଉଛନ୍ତି ଦୁର୍ବୃତ୍ତ । ସିସିଟିଭିରେ କେଏଦ୍ ହୋଇଛି ପିଲା ଚୋରିର ପୁରା ଦୃଶ୍ୟ ।
ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଅପହରଣ କରିବା ଅଭିଯୋଗ ଆସିଛି । ସୁବର୍ଣ୍ଣପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏହିପରି ସଙ୍ଗୀନ ଅଭିଯୋଗ । ନିର୍ବାଚନ ପାଇଁ ପ୍ରଚାର କରୁଥିବା ସମୟରେ ଅପହରଣ ହୋଇଥିବାର ସୂଚନା ମିଳିଛି ।
ରାଜଧାନୀରେ ବ୍ୟବସାୟୀଙ୍କ ପୁଅକୁ ଟଙ୍କା ପାଇଁ ଅପହରଣ ପ୍ଲାନ୍ ପଣ୍ଡ। ୩୬ ଘଣ୍ଟାର ଅପରେସନ୍ ପରେ ୪ ଦୁର୍ବୃତ୍ତଙ୍କୁ କାବୁ କଲା କମିଶନରେଟ୍ ପୋଲିସ। ଅପହୃତ ସୁରକ୍ଷିତ ଉଦ୍ଧାର, କିଡ୍ନାପ କରି ୩୦ଲକ୍ଷ ମାଗିଥିଲେ ଦୁର୍ବୃତ୍ତ।
ଅପହରଣର ୫ ଘଣ୍ଟା ପରେ ଉଦ୍ଧାର ହେଲା ୯ ବର୍ଷର ଶିଶୁ ପୁତ୍ର। ଶିଶୁପୁତ୍ରକୁ ଏକ ସ୍କୁଲ୍ ନିକଟରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ବରଗଡ଼ରେ ୯ ବର୍ଷର ଶିଶୁ ପୁତ୍ରକୁ ଅପହରଣ ନେଇ ଅଭିଯୋଗ ହୋଇଥିଲା।
ସମ୍ବଲପୁରରୁ ଧରାପଡ଼ିଲେ ଛାତ୍ରୀଙ୍କୁ ଧରି ପଳାଇଥିବା ଟ୍ୟୁସନ୍ ସାର୍ । ଭୁବନେଶ୍ୱରରୁ ଦୁଇ ନାବାଳିକା ଛାତ୍ରୀଙ୍କୁ ଧରି ପଳାଇଥିବା ସାରଙ୍କୁ ସମ୍ବଲପୁରରୁ ଗିରଫ କରିଛି ପୋଲିସ୍ । ଅଇଁଠାପାଲି ଅଞ୍ଚଳରେ ଅଭିଯୁକ୍ତ ଜଣକ ଥିବା ଖବର ପାଇଥିଲା ପୋଲିସ୍ । ଏହାପରେ ଚଢ଼ାଉ କରି ଟ୍ୟୁସନ୍ ସାର୍ ଓ ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।
ବଲାଙ୍ଗିର ସହର ଗୋପବନ୍ଧୁପଡ଼ାରେ ଶିବପ୍ରସାଦ ବେହେରା ନାମକ ବ୍ୟକ୍ତିଙ୍କ ଘରେ ପଶି ଭଂଗାରୁଜା କରିବା ସହ ତାଙ୍କୁ ଉଠାଇ ନେଇଥିଲେ କେତେଜଣ ସ୍ଥାନୀୟ ଯୁବକ।
ଦାଦ୍ରି ସ୍ଥିତ ବାଦଲପୁର କୋଟୱାଲି ଅଞ୍ଚଳର ସାଦୋପୁର ଗାଁରୁ ଜଣେ ବିଏ ଫାଇନାଲ ବର୍ଷର ଛାତ୍ରୀଙ୍କୁ ଭ୍ୟାନରେ ତିନି ଜଣ ଦୁର୍ବୃତ୍ତ ଅପହରଣ କରିନେଇଛନ୍ତି । ସାଦୁଲାପୁର ରେଲୱେ ଫାଟକ ନିକଟରେ ତିନି ସାନ ଭାଇଭଉଣୀଙ୍କ ସହ ପ୍ରାତଃଭ୍ରମଣ କରୁଥିଲେ ସ୍ୱାତୀ । ପ୍ରଥମେ ସାନ ଭଉଣୀ ଖୁସିକୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ ଦୁବୃର୍ତ୍ତ । ହେଲେ ବଡ ଭଉଣୀ ସ୍ୱାତୀ ସାନ ଭଉଣୀକୁ ଅପହର୍ତ୍ତାଙ୍କ ଚାଲ ସଫଳ ହେବାକୁ ଦେଇନଥିଲେ ।
ତାଲିବାନୀ ଆତଙ୍କରେ ଥରହର ହେଉଛି ଆଫଗାନିସ୍ତାନ। ଖୋଜି ଖୋଜି ବିରୋଧୀଙ୍କୁ ବନ୍ଧୁକମୁନରେ ସାବାଡ କରୁଛନ୍ତି ତାଲିବାନୀ ସେନା। ଏବେ ତାଲିବାନୀଙ୍କ କ୍ରୁରତାର ଶିକାର ପାଲଟିଛନ୍ତି ଜଣେ ଭାରତୀୟ ବ୍ୟବସାୟୀ। କାବୁଲ୍ରେ ଥିବା ଏହି ଭାରତୀୟ ବ୍ୟବସାୟୀଙ୍କୁ ତାଙ୍କ ଦୋକାନରୁ ତାଲିବାନୀମାନେ ଅପହରଣ କରି ନେଇଛନ୍ତି।
ରାସ୍ତା ମଝିରୁ ଛାତ୍ରୀଙ୍କୁ ଉଠାଇ ନେଇଛନ୍ତି ଦୁର୍ବୃତ୍ତ। ଏକ କାରରେ ତାଙ୍କୁ ଜବରଦସ୍ତ ବସାଇ ନେଇ ଯାଇଛନ୍ତି ଅପହରଣକାରୀ ।
ଜଣେ ଚୀନ୍ ପିତାଙ୍କ ପୁଅ ୨ ବର୍ଷ ବୟସରେ ଅପହରଣ ହୋଇଯାଇଥିଲା। ପିଲାଟିକୁ ହରେଇବା ପରେ ପିତା ତାଙ୍କୁ ଖୋଜିବା ପାଇଁ ବର୍ଷ ବର୍ଷ ଧରି ସାରା ଦେଶରେ ପାଞ୍ଚ ଲକ୍ଷ କିଲୋମିଟର ଯାତ୍ରା କରିଥିଲେ। ୨୪ ବର୍ଷ ପରେ, ବର୍ତ୍ତମାନ ବାପ-ପୁଅଙ୍କ ସାକ୍ଷାତ ହୋଇଛି।