/odishatv-khabar/media/post_attachments/uploadimage/library/16_9/16_9_0/IMAGE_1758382754.jpg)
Vidyadhar Sahu
ରାସ୍ତା ଉପରେ ଟ୍ୟାକ୍ସି, ରାସ୍ତା କଡରେ ଡ୍ରାଇଭରଙ୍କ ମୃତଦେହ। ଏଣେତେଣେ ବିଚ୍ଛାଡ଼ି ହୋଇପଡ଼ିଛି ପର୍ସ, ଛତା, କିଛି ଖୁଚୁରା ଟଙ୍କା, ମଦ ବୋତଲ ସହିତ ଦୁଇଟି ଗ୍ଲାସ। କେଉଁ ନିକାଞ୍ଚନ କି ଅପହଞ୍ଚ ଇଲାକା ନୁହେଁ, ଖୋଦ୍ ରାଜଧାନୀ ଉପକଣ୍ଠ ଚନ୍ଦକା-ବାରଙ୍ଗ ଜାତୀୟ ରାଜପଥରେ ଚାଞ୍ଚଲ୍ୟକର ଘଟଣା। ମୃତକ ଖୋର୍ଦ୍ଧା ବାଣପୁର ଅଞ୍ଚଳର ବିଦ୍ୟାଧର ସାହୁ। ଯିଏକି ପେଶାରେ ଜଣେ ଟ୍ୟାକ୍ସି ଡ୍ରାଇଭର। ଗତ ୧୫ ତାରିଖରୁ ନିଖୋଜ ଥିବା ବିଦ୍ୟାଧରଙ୍କ ମୃତଦେହ ଆଜି ମିଳିଛି ଦାରୁଠେଙ୍ଗ ଯୁଝଗଡ଼ କେନାଲ ନିକଟ ରାସ୍ତାକଡ଼ରୁ।
ତେବେ କିଏ ମାରିଦେଲା ବିଦ୍ୟାଧରଙ୍କୁ ? ଏଇଠି ହତ୍ୟା ହୋଇଛି ନା ଅନ୍ୟ ଜାଗାରେ ମର୍ଡର୍ କରି ଏଠି ଫିଙ୍ଗିଦିଆଯାଇଛି ? ମର୍ଡର୍ ପଛର ମୋଟିଭ୍ କଣ ? ଏସବୁ ପ୍ରଶ୍ନ ଭିତରେ ସାମ୍ନାକୁ ଆସିଛି ୨ କୋଟିର କିଡନାପ୍ ଏପିସୋଡ୍।
ଅଭିଯୋଗ ଅନୁସାରେ, ଗତ ୧୫ ତାରିଖରେ ଯାଜପୁର ଯାଉଥିବା ନେଇ ସ୍ତ୍ରୀଙ୍କୁ ଜଣାଇଥିଲେ ବିଦ୍ୟାଧର। ପରେ ତାଙ୍କ ସହିତ ଆଉ ଯୋଗାଯୋଗ ହୋଇପାରିନଥିଲା। ପରେପରେ କେହି ଫୋନ୍ କରି ପୁଅ ବଦଳରେ ୨ କୋଟି ଟଙ୍କା ଦାବି କରିଥିଲେ। ଏନେଇ ଗତକାଲି ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ ।
ଏପଟେ ମର୍ଡର୍ ସସପେନ୍ସ ଭିତରେ ସନ୍ଦେହ ଘେରକୁ ଆସିଛନ୍ତି ଜଣେ ମହିଳା। ଯେଉଁ ମାଡାମଙ୍କ ପାଖରେ ବିଦ୍ୟାଧର ଗାଡ଼ି ଲଗାଇଥିଲେ ତାଙ୍କୁ ନେଇ ଉଠିଛି ନାନା ପ୍ରଶ୍ନ। କାରଣ ମୃତଦେହ ଉଦ୍ଧାର ପରଠୁ ସଂପୃକ୍ତ ମାଡାମଙ୍କ ଫୋନ୍ ସୁଇଚ୍ ଅଫ୍। ହତ୍ୟା ପଛରେ ତାଙ୍କର ସଂପୃକ୍ତି ସନ୍ଦେହ କରିଛନ୍ତି ସମ୍ପର୍କୀୟ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ଛାନଭିନ୍ କରିଥିବାବେଳେ ଜଣକୁ ଅଟକ ରଖି ତଦନ୍ତ କରାଯାଉଥିବା ସୂଚନା ମିଳିଛି ।
ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଚାକିରି ଜାଲିଆତି ପାଇଁ ବିଦ୍ୟାଧରଙ୍କୁ ହତ୍ୟା କରାଯାଇଛି। ବିଦ୍ୟାଧର ସଂପୃକ୍ତ ମହିଳା ଓ ଅନ୍ୟ ଜଣେ ଯୁବକଙ୍କ ସହ ମିଶି କନସଲଟାନ୍ସି କରିଥିଲେ। ଆରଆଇ, ମାଇନିଂ ଜବ୍ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ସଂସ୍ଥାନରେ ନିଯୁକ୍ତି ଦେବାକୁ ଏକାଧିକ ଆଶାୟୀଙ୍କଠାରୁ ଟଙ୍କା ନେଇଥିଲେ। ବିଦ୍ୟାଧର ପାଖାପାଖି ତିନିକୋଟି ଟଙ୍କା ନେଇଥିବା ଜଣାପଡ଼ିଛି । ଯେଉଁଥିପାଇଁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)