/odishatv-khabar/media/post_attachments/uploadimage/library/16_9/16_9_0/Kidnap_1750041363.jpg)
Attempt to abduct minor girl
ରାଜଧାନୀରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ନାବାଳିକାଙ୍କୁ ଅପହରଣ ଉଦ୍ୟମ । ନିଶା ଦେଇ ନାବାଳିକାଙ୍କୁ ଅପହରଣ ଉଦ୍ୟମ ବେଳେ ଧରିଛନ୍ତି ସ୍ଥାନୀୟ ଲୋକେ । ମୁମୂର୍ଷୁ ଅବସ୍ଥାରେ ନାବାଳିକାଙ୍କୁ ନେଇ ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡିଛନ୍ତି ୨ ବଙ୍ଗୀୟ ଯୁବକ । ୨ ଯୁବକଙ୍କୁ ଅଟକ ରଖି ଖଣ୍ଡଗିରି ଥାନା ପୋଲିସକୁ ଜିମା ଦେଇଛନ୍ତି । ୨ ଯୁବକ ନିଶାସକ୍ତ ଅବସ୍ତାରେ ଅପହରଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ନାବାଳିକାକୁ ଉଦ୍ଧାର କରି ଚିକିତ୍ସା ପାଇଁ ଏମ୍ସ ପଠାଇଛି ପୋଲିସ ।
ଅଧିକ ପଢନ୍ତୁ: ସାମାନ୍ୟ ବଚସା ନେଲା ଉଗ୍ର ରୂପ; ଡ୍ରାଇଭରକୁ ହତ୍ୟା କଲା ଡ୍ରାଇଭର
ସୂଚନାଯୋଗ୍ୟ, ଗତ କାଲି ରାତି ୧୨.୩୦ ସମୟରେ ଦୁଇ ଜଣ ଯୁବକ ଜଣେ ନାବାଳିଙ୍କୁ ଡୁମୁଡୁମାରୁ ପୋଖରୀପୁଟ ଆଡେ ଯିବାର ସ୍ଥାନୀୟ ଲୋକେ ଦେଖିଥିଲେ । ସେହି ସମୟରେ ନାବାଳିକା ଜଣକ ଅଚେତ ଅବସ୍ଥାରେ ରହିଥିଲେ । ଯେଉଁଥିପାଇଁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ଉପୁଜିଥିଲା । ତେଣୁ ଉଭୟ ଯୁବକଙ୍କୁ ପଚରାଉଚରା କରିବା ସମୟରେ ସେମାନେ ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳର ବୋଲି ଜଣା ପଡିଥିଲା । ଡୁମଡୁମା ଅଞ୍ଚଳରେ ଏକ ହୋଟେଲରେ ଶ୍ରମିକ ଭାବେ କାମ କରୁଥିବା କହିଥିଲେ । କିନ୍ତୁ ନାବାଳିକାଙ୍କ ସଂକ୍ରାନ୍ତରେ କୌଣସି ତଥ୍ୟ ଦେଇ ପାରିନଥିଲେ । ଯାହା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଅଟକ ହୋଇଥିବା ଦୁଇ ଯୁବକ ହେଲେ ପଶ୍ଚିମବଙ୍ଗ ମେଦିନୀପୁୁରର ଗୋପାଳ ମଜୁମଦାର ଏବଂ ମୃତ୍ୟୁଞ୍ଜୟ ଘୋଷ । ପୋଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି । ଉଦ୍ଧାର ନାବାଳିକାଙ୍କ ଚିକିତ୍ସା ପରେ ଡାକ୍ତରୀମାଇନା କରିବ ପୋଲିସ । ମେଡିକାଲ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ଘଟଣା ଜଣାପଡିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)