/odishatv-khabar/media/post_attachments/uploadimage/library/16_9/16_9_0/Redhakhol_1754468612.jpg)
Redhakhol
ମର୍ଣ୍ଣିଂ ୱାର୍କରେ ଯିବା ବେଳେ ପୂବର୍ତନ ସରପଞ୍ଚଙ୍କୁ ଅପହରଣ । କାରରେ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିବା ଅଭିଯୋଗ ହେଇଛି। ଯାହାର ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଛି l ରେଢ଼ାଖୋଲ ଥାନା ଗଣେଶ ନଗରରେ ଏକ ଭଡା ଘରେ ରହୁନ୍ତି ଘୁଷୁରାମାଲ ପଞ୍ଚୟତର ପୂବର୍ତନ ସରପଞ୍ଚ ଦେବାର୍ଚନ ମିର୍ଦ୍ଧା।
Advertisment
ସବୁଦିନ ଭଳି ଭୋରରୁ ମର୍ଣ୍ଣିଂ ୱାର୍କ ପାଇଁ ବୁରଡ଼ା ରାସ୍ତାକୁ ଯାଇଥିଲେ । ହଠାତ ଏକ ଧଳା ରଙ୍ଗର କାରରେ କିଛି ଲୋକ ଆସି ଦେବାର୍ଚନଙ୍କୁ ଉଠାଇ ନେଇ ଦ୍ରୁତ ଗତିରେ କିସିଣ୍ଢା ରାସ୍ତାରେ ପଳାଇଥିଲେ । ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ।
ତେବେ ପୂର୍ବତନ ସରପଞ୍ଚଙ୍କ ପରିବାର ଲୋକେ ରହୁଥିବା ଭଡା ଘରେ ତାଲା ପଡିଛି l କେଉଁ ପରିସ୍ଥିତିରେ ଏଭଳି ଅପହରଣ ହେଲା ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)