/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734236855.jpg)
Cabin Owners Protest
ଖୋର୍ଦ୍ଧା ସହରକୁ କ୍ୟାବିନ ମୁକ୍ତ କରିବାକୁ ପ୍ରଶାସନର ପଦକ୍ଷେପକୁ ଜୋରଦାର ବିରୋଧ । ଗତ ୧୦ ତାରିଖରେ ୧୬୬ କ୍ୟାବିନ ବ୍ୟବସାୟୀଙ୍କୁ ଉଚ୍ଛେଦ କରି ଟିଏଲସି ଭେଣ୍ଡିଙ୍ଗ ଜୋନରେ ଥଇଥାନ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ବ୍ୟବସାୟୀ ଓ ବିଭିନ୍ନ ରାଜନୈତିକ ଦଳ ଏହାକୁ ବିରୋଧ କରିଥିଲେ ।
ବ୍ୟବସାୟୀମାନେ ମାଗିଥିବା ୫ ଦିନର ସମୟ ଆଜି ପୂରୁଛି । ଏହି ପ୍ରସଙ୍ଗକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି । ବିଜେଡି ଓ କଂଗ୍ରେସ ବ୍ୟବସାୟୀଙ୍କ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି । ପ୍ରଥମେ ଥଇଥାନ କରି ତାପରେ ଉଚ୍ଛେଦ କରିବାକୁ ଦାବି ହୋଇଛି । ସହରର ସୌନ୍ଦର୍ଯ୍ୟକରଣ ସହିତ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକ ଯୁକ୍ତି ବାଢିଥିବା ବେଳେ ପ୍ରଶାସନ କହିଛି ଧାର୍ଯ୍ୟ ସମୟରେ ଅଭିଯାନ କାର୍ଯ୍ୟକାରୀ କରାଯିବ ।
ଟିଏଲସିଠାରେ ଭେଣ୍ଡିଙ୍ଗ ଜୋନ ମାଧ୍ୟମରେ ୨୦୮ଟି ଘର ନିର୍ମାଣ କରାଯାଇଛି । ପ୍ରଥମେ ସହର ଭିତରେ ଥିବା ୧୬୬ ଗୋଟି ଦୋକାନକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ଦୋକାନ ଆବଣ୍ଟନ ପ୍ରକ୍ରିୟା ସହ ଗତ ୧୦ ତାରିଖରେ ଉଚ୍ଛେଦ ଓ ଥଇଥାନ ପାଇଁ ପଦକ୍ଷେପ ନିଆଯିବା ବେଳେ ଜୋରଦାର ବିରୋଧ କରିଥିଲେ ବ୍ୟବସାୟୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)