ମନେରେଗା ଯୋଜନାର ଟଙ୍କାକୁ ଖାଇବାକୁ ବାଟ ଖୋଜୁଥିଲେ ବାବୁ । ଜାଣିଶୁଣି ବର୍ଷା ଦିନରେ କାମ ଆରମ୍ଭ ହେଲା ..ଆଉ ଏବେ ପହିଲି ବର୍ଷାରେ ଧୋଇଗଲା ଗାଡୱାଲ..ପାଣିରେ ପଡିଲା ଲକ୍ଷଲକ୍ଷ ଟଙ୍କା
ଇଚ୍ଛା ଅଛି ବହୁତ ପଢିବାକୁ ହେଲେ ପାଖରେ ଟଙ୍କାର ଅଭାବ ରହିଛି । ଲକ୍ଷ୍ୟ ପୂରଣ ପାଇଁ ସେ ପଛଘୁଞ୍ଚା ଦେଇନାହାନ୍ତି ବରଂ ପେଟ୍ରୋଲ ପମ୍ପରେ କାମ କରୁଛନ୍ତି । ଯେତିକି ରୋଜଗାର ହେଉଛି ସେତିକିରେ ପରିବାର ଚଳୁଛି, ଭାଇ-ଭଉଣୀ ପଢୁଛନ୍ତି ପୁଣି ନିଜ ସ୍ୱପ୍ନ ପୂରଣ ଲାଗି ଚେଷ୍ଟା କରୁଛନ୍ତି
ଗତ ୨୬ ତାରିଖରେ ସୁକଦେବ ପ୍ରେମିକାଙ୍କୁ ଭେଟ କରିବାକୁ ଜଣେ ସାଙ୍ଗଙ୍କ ସହ ବାଇକ ଯୋଗେ ପୁଟକିମାଲ ଯାଇଥିଲେ।
ପ୍ରଶାସନ ଶୁଣିଲାନି, ଗାଁ ଲୋକ ତିଆରି କଲେ ପୋଲ...
ସ୍ଵାଧୀନତାର ୭୫ ବର୍ଷ ପରେ ରାସ୍ତା ଦେଖିଲେ ଗାଁଲୋକେ। ଘରକୁ ଯିବାକୁ ହେଲେ ଆଉ ପାହାଡ ଚଢିବାକୁ ହେବନି କି ଜଙ୍ଗଲ ଡେଇଁବାକୁ ପଡିବନି। ଏବେ ଗାଁକୁ ଗଡିବ ଗାଡିମଟର। ହାତ ପାହାନ୍ତାରେ ମିଳିବ ମୋଳିକ ସୁବିଧା। ଆଦିବାସୀ ଅଧ୍ୟୁଷିତ କନ୍ଧମାଳରୁ ଏ ରିପୋର୍ଟ...
ଦୁଇ ଦିବ୍ୟାଙ୍ଗ ଝିଅକୁ ଛାଡ଼ି ଚାଲିଗଲା ମାଆ। ୪ ବର୍ଷ ହେଲାଣି ବାପା ମରିଗଲେଣି....ଭୋକ ଉପାସରେ କଟୁଛି ଦିନ। ଦିନେ ଖାଇଲେ ଦୁଇଦିନ ମିଳୁନି....କବାଟ ନାହିଁ କି ଝରକା ନାହିଁ ତଥାପି ଏଇ ଘରେ ରହୁଛନ୍ତି ଦୁଇ ଭଉଣୀ…ସାହାଯ୍ୟ ଅପେକ୍ଷାରେ ଏମାନେ
ନବୀନ ବାବୁ ଆମ୍ବୁଲାନ୍ସ ଖଞ୍ଜିଦେଲେ, କିନ୍ତୁ ସେ ବୋଧେ ଜାଣି ନାହାଁନ୍ତି, ତାଙ୍କ ୨୨ ବର୍ଷର ଶାସନରେ, ଓଡ଼ିଶାର ଅଧେ ଗାଁକୁ ଆମ୍ବୁଲାନ୍ସ ଯିବା ପରି ରାସ୍ତାଟିଏ ମଧ୍ୟ ନାହିଁ। ଏ ଦୃଶ୍ୟ ହେଉଛି କନ୍ଧମାଳ ଜିଲ୍ଲାର। ଭିଡିଓ ଦେଖି ସାରିଲା ପରେ ଥରେ ଭାବନ୍ତୁ, ଯଦି ଏହି ଆମ୍ବୁଲାନ୍ସ କର୍ମଚାରୀ ନଥାନ୍ତେ, ତେବେ ଏ ଗର୍ଭବତୀଙ୍କର କ’ଣ ହୋଇଥାନ୍ତା।
କନ୍ଧମାଳ ଗଂଜାମ ଜିଲା ସୀମାନ୍ତ କଳିଙ୍ଗା ଘାଟି ରେ ଗତକାଲି ରାତିରେ ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ ଦୁର୍ଘଟଣା ହୋଇଥିଲା ! ଆଉ ଦୁର୍ଘଟଣାରେ 30ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି
ଗ୍ରିଲ କାଟି ଜେଲ ଭିତରୁ କଏଦୀ ଫେରାର । କନ୍ଧମାଳ ଜିଲ୍ଲା ବାଲିଗୁଡା ସବ ଜେଲରେ ଘଟିଛି ଏହି ଘଟଣା । ଜଣେ କଏଦୀ ସମସ୍ତଙ୍କୁ ଚକମା ଦେଇ ଫେରାର ହୋଇଯାଇଛି
ପ୍ରଶାସନକୁ ଅପେକ୍ଷା କଲେନି, ନିଜେ ଚାନ୍ଦା କରି ଜଳପ୍ରପାତକୁ ରାସ୍ତା ନିର୍ମାଣ କରିଛନ୍ତି ଗ୍ରାମବାସୀ ।
ଚର୍ଚ୍ଚାରେ ଫୁଲବାଣୀର ପ୍ରତ୍ୟୁଷ। ଖଡ଼ି ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ
ରାଜ୍ୟରୁ ସମ୍ପୂର୍ଣ ଭାବେ ମୌସୁମୀ ଚାଲିଯିବା ପରେ ବର୍ତ୍ତମାନ କନ୍ଧମାଳ ଜିଲ୍ଲାକୁ ଶୀତ ଛୁଇଁଛି । ତାପମାତ୍ରା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଶୀତ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ବର୍ତ୍ତମାନ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ସେଲସିଅସ ତଳେ ଥିବାବେଳେ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳୁଛି ।
କନ୍ଧମାଳ ଚକାପାଦ ଅଞ୍ଚଳରୁ ଦେଶୀ ବନ୍ଧୁକ କାରଖାନା ଠାବ I ଦେଶୀ ବନ୍ଧୁକ, ଗୁଳି ଓ ସାମଗ୍ରୀ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।
ବାରମ୍ବାର ଗୁହାରୀ ପରେ ବି ଶୁଣିଲାନି BSNL । ଶେଷରେ ନିଜ ଖର୍ଚ୍ଚରେ କେବୁଲ ଖୋଳି ଟାୱାରରେ ଲିଙ୍କ୍ କଲେ ଗ୍ରାମବାସୀ। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ପଞ୍ଚାୟତ ସମେତ ୮ ଗ୍ରାମର ଲୋକେ ନିଜ ଖର୍ଚ୍ଚରେ ୨୦ କିଲୋମିଟର କେବୁଲ୍ ଖୋଳି ବିଏସ୍ଏନ୍ଏଲ୍ ଟାୱାରକୁ ଲିଙ୍କ୍ ଦେଇଛନ୍ତି।
ସେ ରେଭେନ୍ସା କଲେଜରେ ଏମ୍.ଫିଲ୍ କରୁଛନ୍ତି। ଏବେବି ନିଜେ ଚାକିରି ବାକିରି କରିନାହାଁନ୍ତି। କିନ୍ତୁ ଗାଁ ପାଇଁ ସ୍ୱପ୍ନ ଦେଖିବା ଛାଡ଼ି ନାହାଁନ୍ତି। ସ୍କୁଲ ବନ୍ଦ ଥିବାରୁ ଗାଁ ପିଲାଙ୍କୁ ସକାଳେ ଓ ରାତିରେ ମାଗଣାରେ ପଢ଼ାଉଛନ୍ତି।
ଭଉଣୀ ସୁଭଦ୍ରାକୁ ପାଇଲା ଜଗା । ବଳିଆକୁ ହରାଇବା ପରେ ଗୁମସୁମ୍ ହୋଇ ବସୁଥିବା ଜଗାର ମୁହଁରେ ହସ । କନ୍ଧମାଳ ଜିଲ୍ଲା ମେଲୁପଡ଼ା ଗାଁର ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା-ବଳିଆଙ୍କ ଘରେ ଏବେ ଖୁସିର ଲହରୀ । କାରଣ ବଳିଆର ବିୟୋଗ ପରେ ଏକୁଟିଆ ହୋଇଯାଇଥିବା ଜଗା ପାଇଛି ସାଙ୍ଗଟିଏ । ତା’ ପାଇଁ ଖେଳିବା ଆଉ ବୁଲିବା ପାଇଁ ସାଙ୍ଗ ହୋଇ ଦୁନିଆକୁ ଆସିଛି ନବଜାତ ଭଉଣୀ ।
ବଳିଆକୁ ହରାଇବା ପରେ ଗୁମସୁମ୍ ହୋଇ ବସୁଥିବା ଜଗାର ମୁହଁରେ ହସ । କନ୍ଧମାଳ ଜିଲ୍ଲା ମେଲୁପଡ଼ା ଗାଁର ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା-ବଳିଆଙ୍କ ଘରେ ଏବେ ଖୁସିର ଲହରୀ । କାରଣ ବଳିଆର ବିୟୋଗ ପରେ ଏକୁଟିଆ ହୋଇଯାଇଥିବା ଜଗା ପାଇଛି ସାଙ୍ଗଟିଏ । ତା’ ପାଇଁ ଖେଳିବା ଆଉ ବୁଲିବା ପାଇଁ ସାଙ୍ଗ ହୋଇ ଦୁନିଆକୁ ଆସିଛି ନବଜାତ ଭଉଣୀ ।
ନେତା ହେବା ପରେ ବି ବଦଳି ନାହାନ୍ତି । ଚାରିଥର ସରପଞ୍ଚ, ଥରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଥରେ ଜିଲ୍ଲା ପରିଷଦ ସଦସ୍ୟ ଆଉ ଏବେ ବିଧାୟକ । ବିଧାୟକଙ୍କୁ ଛୁଇଁପାରିନି ଭିଆଇପି କଲଚର୍ । ପଦବୀ ପାଇବାର ପରେ ବି ତାଙ୍କର ଚାଲିଚଳନ, ଆଚାର ବ୍ୟବହାରରେ କିଛି ପରିବର୍ତ୍ତନ ଆସିନି । ଆଜିକାଲି ନେତା ମାନେ ପଦ ପଦବୀ ପାଇଗଲା ସେମାନଙ୍କ ଢାଞ୍ଚା ବଦଳି ଯାଉଥିବା ଦେଖାଯାଉଛି ।
କରୋନା କଟକଣା ଯୋଗୁଁ ଦୁର୍ଦ୍ଦିନରେ କନ୍ଧମାଳ ଜିଲ୍ଲାର ହଳଦୀ ଚାଷୀ । ବିକ୍ରି ଉପଯୋଗୀ କୁଇଣ୍ଟାଲ କୁଇଣ୍ଟାଲ ହଳଦୀ ଘରେ ପଡିରହିଛି । କାଳେ ଖରାପ ହୋଇଯିବ, ସେଇ ଭୟରେ ସବୁଦିନ ଖରାରେ ଶୁଖାଇବା ସହ ହାତରେ ମନ୍ଥା ରଗଡା କରୁଛନ୍ତି ଚାଷୀ । ଜିଲ୍ଲାର ପ୍ରାୟ ୬୦ ହଜାର ପରିବାର ଏହି ହଳଦୀ ଚାଷ ସହ ଜଡିତ ।
ଫୁଲବାଣୀ : ରାଜ୍ୟରେ ଦିନକୁ ଦିନ ନାବାଳିକା ଦୁଷ୍କର୍ମ ବଢିବାରେ ଲାଗିଛି। ଯାହା ଚିନ୍ତାର ବିଷୟ ପାଲଟିଛି। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ମିଳିଥିବା ଅଭିଯୋଗ ଅନୁସାରେ ,ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକା ଗତକାଲି ରାତିରେ ମେଲୋଡି ଦେଖି ଘରକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ । ତାଙ୍କୁ ଘରେ ଛାଡ଼ିଦେବାକୁ କହି ୪ ଜଣ ଯୁବକ ଏକ ଅଟୋରିକ୍ସାରେ ବସାଇ ନିକଟ ଜଙ୍ଗଲକୁ […]
କନ୍ଧମାଳ : ଅସଦାଚରଣ ନୁହଁ ବରଂ ଦୁଷ୍କର୍ମ ହୋଇଛି। ସ୍କୁଲର ପ୍ରଧାନଶିକ୍ଷକ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର ଏକ ସ୍କୁଲର ପ୍ରଧାନଶିକ୍ଷକ ଅନ୍ତେବାସୀ ଛାତ୍ରୀଙ୍କ ସହ ଏଭଳି ଜଘନ୍ୟକାଣ୍ଡ ଭିଆଇଛନ୍ତି। ପୂର୍ବରୁ ପ୍ରଧାନଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ ପୀଡ଼ିତାଙ୍କ ପରିବାର ଲୋକେ। ତେବେ ଲୋକଲଜ୍ଜାକୁ ଡରି ବାପା ଏବଂ ପରିବାର ଲୋକଙ୍କୁ ଦୁଷ୍କର୍ମ ସମ୍ପର୍କରେ କହି ପାରିନଥିଲେ ପୀଡ଼ିତା। ହେଲେ କିଛି ଦିନ ପୂର୍ବେ ପୀଡ଼ିତା […]
ପାରିବାରିକ କଳହର କରୁଣ ପରିଣତି। ୨ ପିଲାଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ଉଦ୍ୟମ। କନ୍ଧମାଳ ଜିଲ୍ଲା ରାଇକିଆରେ ଏହି ଅଭାବନୀୟ ଘଟଣା ଘଟିଛି।
କନ୍ଧମାଳ: ଦାରିଙ୍ଗବାଡ଼ିରେ ୧୨ ଘଣ୍ଟିଆ ବନ୍ଦ ପାଳନ। ଦୁର୍ଗାମଣ୍ଡପ ଉଚ୍ଛେଦ ପ୍ରତିବାଦରେ ଗ୍ରାମ୍ୟ ହିନ୍ଦୁ ଦେବୋତ୍ତର କମିଟି ଆହ୍ୱାନ କ୍ରମେ ଆଜି ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ପ୍ରଶାସନର ଦାରିଙ୍ଗବାଡ଼ି ଚାରି ଛକଠାରେ ଥିବା ଦୁର୍ଗା ମଣ୍ଡପକୁ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଦାରିଙ୍ଗବାଡ଼ିର ସମସ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି।
କନ୍ଧମାଳ: ଜୀବନ ନେଲା ଜନ୍ମଦାତା। କନ୍ଧମାଳ ଜିଲ୍ଲା ମୁଣ୍ଡଳାବାଲି ସାହିରେ ଝିଅର ହତ୍ୟା ଘଟଣାରେ ଅଭିଯୁକ୍ତ ପିତାକୁ ଦାରିଙ୍ଗବାଡ଼ି ପୋଲିସ ଆଜି ଗିରଫ କରିଛି। ନିଶାସକ୍ତ ଅବସ୍ଥାରେ ଜଣେ ବାପା ନିଜ ୨ ବର୍ଷର ଝିଅକୁ କଚାଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତ ଝିଅର ମାଙ୍କ ଅଭିଯୋଗ, ତାଙ୍କ ସ୍ୱାମୀ ନିଶାସକ୍ତ ଅବସ୍ଥାରେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ସେ ଘରୁ ବାହାରକୁ ଦୌଡ଼ି ପଳାଉଥିବାବେଳେ ତାଙ୍କର ୨ ବର୍ଷର ଝିଅ ହାବୁଡ଼ରେ […]