ଆମେରିକା ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଭେଟିଲେ ମୋଦି। ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା।କୋଭିଡ୍ ବେଳେ ଆମେରିକାର ସହାୟତା ପାଇଁ ଜଣାଇଲେ କୃତଜ୍ଞତା
ଭାରତ-ଆମେରିକା ସମ୍ପର୍କ ପ୍ରାକୃତିକ। ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମ୍ଲା ହାରିସଙ୍କ ନେତୃତ୍ୱରେ ଭାରତ-ଆମେରିକା ସମ୍ପର୍କ ଶୀର୍ଷରେ ପହଞ୍ଚିବ। ଗୁରୁବାର ହ୍ୱାଇଟ ହାଉସ୍ରେ ଆମେରିକା ଉପ ରାଷ୍ଟ୍ରପତି କମଲା ହାରିସ୍ଙ୍କ ସହ ସାକ୍ଷାତ କରି ଏପରି କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।