• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଲେ ଡୋନାଲ୍ଡ ଟ୍ରମ୍ପ । ଆମେରିକୀୟ ମିଡିଆ ନେଟୱର୍କର ପ୍ରାରମ୍ଭିକ ଫଳାଫଳ ଅନୁସାରେ ପୂର୍ବତନ ରାଷ୍ଟ୍ରପତି ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ ଆଗରେ ରହିଥିଲେ । ତାଙ୍କୁ ୨୪୬ଟି ଇଲେକ୍ଟୋରାଲ୍ ଭୋଟ୍ ମିଳିଛି । ସେପଟେ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସଙ୍କୁ ୨୧୦ ଇଲେକ୍ଟୋରାଲ ଭୋଟ୍ ମିଳିଥିବା ଜଣାପଡିଛି ।

ଆମେରିକାରେ ମୋଟ ୫୦ ରାଜ୍ୟ । ମୋଟ୍ ଇଲେକ୍ଟୋରାଲ୍ କଲେଜ ୫୩୮ । ବହୁମତ ପାଇଁ ଆବଶ୍ୟକ ୨୭୦ରୁ ଅଧିକ । ତେବେ ଆମେରିକାରେ ଖେଳ ବିଗାଡି ଥିଲେ ୭ ସ୍ୱିଙ୍ଗ ଷ୍ଟେଟ୍ । ଏହି ୭ ସ୍ୱିଙ୍ଗ ଷ୍ଟେଟର ମୋଟ୍ ସିଟ୍ ସଂଖ୍ୟା ହେଉଛି ୯୩ । ଫଳ ପ୍ରକାଶ ପରେ ଜାନୁଆରୀ ୨୦ ତାରିଖରେ ଶପଥ ନେବେ ନୂଆ ରାଷ୍ଟ୍ରପତି ।

ତେବେ ଟ୍ରମ୍ପ ବିଜୟୀ ହେବା ପରେ ଗ୍ଲୋବାଲ୍ ଅର୍ଡର ସମୀକରଣ ବଦଳିବା ସମ୍ଭାବନା ରହିଛି । କାରଣ ଆମେରିକାରେ ଯେତେବେଳେ ଯାହା ନିଷ୍ପତ୍ତି ଆସିଛି ତାର ପ୍ରଭାବ ସାରା ବିଶ୍ୱ ଉପରେ ଦେଖିବାକୁ ମିଳିଛି । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଅର୍ଥ ବ୍ୟବସ୍ଥା, ଦର ବୃଦ୍ଧି, ନିଯୁକ୍ତି, ପ୍ରବାସୀଙ୍କୁ ଅଧିକାର ଓ ମହିଳାଙ୍କୁ ଗର୍ଭପାତ ଅଧିକାର ମୁଦ୍ଦା ରହିଥିଲା ।

ଏପରି ସ୍ଥଳେ ଟ୍ରମ୍ପଙ୍କ ମୁଦ୍ଦା ରହିଥିଲା, ମେକ୍ ଆମେରିକା ଗ୍ରେଟ୍ ଆମେରିକାର ନାରା । ଦର ବୃଦ୍ଧି, ଅର୍ଥ ବ୍ୟବସ୍ଥା, ନିଯୁକ୍ତି ଭଳି ପ୍ରସଙ୍ଗକୁ ଲଗାତାର ଉଠାଇଥିଲେ ସେ । ଅର୍ଥ ବ୍ୟବସ୍ଥାକୁ ନେଇ ଟ୍ରମ୍ପଙ୍କ ଉପରେ ଲୋକଙ୍କ ଅଧିକ ଭରସା ରହିଛି । ତେବେ ଟ୍ରମ୍ପଙ୍କ ପ୍ରବାସୀ ନୀତି ଯୋଗୁ ପ୍ରବାସୀ ଭାରତୀୟଙ୍କ ପ୍ରତି ବିପଦ ଆଶଙ୍କା ରହିଛି । ଯୁଦ୍ଧ ରୋକିବା ଓ ଶାନ୍ତି ରକ୍ଷା ନେଇ ପ୍ରତିଶ୍ରୁତି ଦେବା ସହ ଏଥର ନିଜ ଛବି ବଦଳାଇବାକୁ ଭରପୁର ପ୍ରୟାସ କରିଛନ୍ତି ଟ୍ରମ୍ପ ।

ତୃଣମୂଳସ୍ତରରେ ନେତା ଭାବରେ ନିଜକୁ ଉପସ୍ଥାପିତ କରିଛନ୍ତି । କେତେବେଳେ ରାସ୍ତାରେ ଆବର୍ଜନା ଟ୍ରକ ଚଳାଉଥିବା ଦେଖିବାକୁ ମିଳିଥିବା ବେଳେ କେତେବେଳେ ମ୍ୟାକ ଡୋନାଲ୍ସ ଯାଇ ଲୋକଙ୍କୁ ସର୍ଭ କରିଥିଲେ ଡୋନାଲ୍ଡ ଟ୍ରମ୍ପ

OTV is now on Whatsapp

Join and get latest news update delivered to you via whatsapp

Join Now