Advertisment

କୋଭିଡ ଦ୍ୱିତୀୟ ଲହରରେ ଆମେରିକାର ସହାୟତା ପାଇଁ କମ୍‌ଲା ହାରିସ୍‌ଙ୍କୁ ଧନ୍ୟବାଦ ଦେଲେ ମୋଦି

ଭାରତ-ଆମେରିକା ସମ୍ପର୍କ ପ୍ରାକୃତିକ। ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମ୍‌ଲା ହାରିସଙ୍କ ନେତୃତ୍ୱରେ ଭାରତ-ଆମେରିକା ସମ୍ପର୍କ ଶୀର୍ଷରେ ପହଞ୍ଚିବ। ଗୁରୁବାର ହ୍ୱାଇଟ ହାଉସ୍‌ରେ ଆମେରିକା ଉପ ରାଷ୍ଟ୍ରପତି କମଲା ହାରିସ୍‌ଙ୍କ ସହ ସାକ୍ଷାତ କରି ଏପରି କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

author-image
Minati Mishra
ଅଦ୍ୟତନ ହୋଇଛି
PM Modi and US Vice President Kamla Harris

PM Modi and US Vice President Kamla Harris

ୱାଶିଂଟନ:ଭାରତ-ଆମେରିକା ସମ୍ପର୍କ ପ୍ରାକୃତିକ। ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମ୍‌ଲା ହାରିସଙ୍କ ନେତୃତ୍ୱରେ ଭାରତ-ଆମେରିକା ସମ୍ପର୍କ ଶୀର୍ଷରେ ପହଞ୍ଚିବ। ଗୁରୁବାର ହ୍ୱାଇଟ ହାଉସ୍‌ରେ ଆମେରିକା ଉପ ରାଷ୍ଟ୍ରପତି କମଲା ହାରିସ୍‌ଙ୍କ ସହ ସାକ୍ଷାତ କରି ଏପରି କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Advertisment

ତିନିଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ପ୍ରଥମ ଥର ପାଇଁ କମ୍‌ଲାଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତରେ ଅନେକ ସକାରାତ୍ମକ ଆଲୋଚନା ହୋଇଥିଲା। କମଲା ହାରିସଙ୍କୁ ଭାରତ ଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ କରିବା ସହ କମ୍‌ଲାଙ୍କୁ ପ୍ରଶଂସା କରି ‘ଆପଣ ବିଶ୍ୱର ଅନେକ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ’ ବୋଲି କହିଥିଲେ। 

ଏହି ଅବସରରେ କରୋନା ମହାମାରୀ, ବ୍ୟାବସାୟିକ ଓ ଦ୍ୱିପାକ୍ଷିକ ସମ୍ପର୍କ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।  କୋଭିଡ୍ ଦ୍ୱିତୀୟ ଲହର ବେଳେ ଆମେରିକାର ସହାୟତା ପାଇଁ କମଳା ହାରିସଙ୍କୁ କୃତଜ୍ଞତା ଜଣାଇବା ସହିତ ଖୁବ୍ ପ୍ରଶଂସା କରିଥିଲେ।  ଆଜି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି।

Advertisment

କମଲା ଓ ମୋଦିଙ୍କ ସାକ୍ଷାତକାର ସମ୍ପର୍କରେ ଏକ ପ୍ରେସ ବ୍ରିଫିଂ କରି ବିଦେଶ ସଚିବ ହର୍ଷ ଶୃଙ୍ଗଳା ଦ୍ୱିପାକ୍ଷିକ ଆଲୋଚନାକୁ ବାସ୍ତବିକ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବୋଲି କହିଛନ୍ତି। ସେ କହିଛନ୍ତି, ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦୀ, ସାଇବର ସୁରକ୍ଷା, ଅନ୍ତରୀକ୍ଷ ଏବଂ ଅନ୍ୟ ସମସ୍ୟା ଉପରେ ଚର୍ଚ୍ଚା କରାଯାଇଥିଲା। ଆତଙ୍କବାଦ ପ୍ରସଙ୍ଗରେ କମଳା ହାରିସ୍‌ ପାକିସ୍ତାନର ଭୂମିକାକୁ ଉଲ୍ଲେଖ କରିଥିଲେ ଏବଂ ପାକିସ୍ତାନକୁ ଆତଙ୍କୀ ସମୂହଙ୍କୁ ସମର୍ଥନ ଦେବା ବନ୍ଦ କରିବା ପାଇଁ କହିଥିଲେ 

ଆଜି ରାଷ୍ଟ୍ରପତି ବାଇଡେନଙ୍କୁ ଭେଟିବା ସମୟରେ ଆାଫଗାନିସ୍ତାନ ଉପରେ ତାଲିବାନ କବ୍‌ଜା, ଅନ୍ତର୍ଜାତୀୟ ସ୍ତରରେ ଚୀନ୍‌ର ଔଦ୍ଧତ୍ୟ, ଆତଙ୍କବାଦୀ ସଂଗଠନକୁ ପାକିସ୍ତାନର ପ୍ରୋତ୍ସାହନ ଉପରେ ଆଲୋଚନା କରିବେ । ଏଥି ସହିତ କୋଭିଡ୍ ମୁକାବିଲା ଆଦି ପ୍ରସଙ୍ଗରେ ମଧ୍ୟ ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ଅଆଲୋଚନା ହୋଇପାରେ । ଆଜି କ୍ୱାଡ୍ ବୈଠକ ସହିତ ନ୍ୟୁୟର୍କରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ବି ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀା କ୍ୱାଡ୍ ବୈଠକ ପୂର୍ବରୁ ଜାପାନ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମୋଦି ଆଲୋଚନା କରିଥିଲ

PM Modi Kamla Harrish
Advertisment
Advertisment