ରାଜାଙ୍କର ହାୱା ଖାନା । ହରିଶପୁରର ରାଜା ଏଇଠି ସମୁଦ୍ର କୂଳିଆ ପବନ ଖାଇବାକୁ ଆସୁଥିଲେ । ଓଡିଶାର ଏହି ଐତିହ୍ୟକୁ ପୁନରୁଦ୍ଧାର ନ କଲେ ସବୁଦିନ ପାଇଁ ହଜିଯିବ ରାଜାଙ୍କର ହାୱା ଖାନା ।
ଛବିଳଙ୍କୁ ବୟସ ୭୦ ଉପରେ ହେଲାଣି । ବୟସାଧିକ କାରଣରୁ ସେ ବି ଠିକ୍ରେ କାମଧନ୍ଦା କରିପାରୁନାହାନ୍ତି। ହେଲେ ଘରେ ଯେତେବେଳେ ଦିବ୍ୟାଙ୍କ ଝିଅ ଅଛି ନିଜର କଷ୍ଟକୁ ଭୁଲି ସେବା କରିଚାଲିଛନ୍ତି ସସ୍ମିତାଙ୍କର। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଛବିଳଙ୍କୁ ୭୦ ବର୍ଷରୁ ଅଧିକ ବୟସ ହୋଇଥିବା ପରେ ବି ଏଯାଏଁ ତାଙ୍କୁ ମିଳିପାରିନି ବାର୍ଦ୍ଧକ୍ୟ ଭତ୍ତା । ଆଉ ଘରର ଅବସ୍ଥା କହିବା ଠାରୁ ନକହିବା ଭଲ...
ଛବିଳଙ୍କୁ ବୟସ ୭୦ ଉପରେ ହେଲାଣି । ବୟସାଧିକ କାରଣରୁ ସେ ବି ଠିକ୍ରେ କାମଧନ୍ଦା କରିପାରୁନାହାନ୍ତି। ହେଲେ ଘରେ ଯେତେବେଳେ ଦିବ୍ୟାଙ୍କ ଝିଅ ଅଛି ନିଜର କଷ୍ଟକୁ ଭୁଲି ସେବା କରିଚାଲିଛନ୍ତି ସସ୍ମିତାଙ୍କର। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଛବିଳଙ୍କୁ ୭୦ ବର୍ଷରୁ ଅଧିକ ବୟସ ହୋଇଥିବା ପରେ ବି ଏଯାଏଁ ତାଙ୍କୁ ମିଳିପାରିନି ବାର୍ଦ୍ଧକ୍ୟ ଭତ୍ତା । ଆଉ ଘରର ଅବସ୍ଥା କହିବା ଠାରୁ ନକହିବା ଭଲ...
ନାରଦିଆ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ମାଙ୍କଡ଼ ଧରା ହୋଇଛି । ଗତ ୧୦ ଦିନ ଧରି ସେ ଲୋକଙ୍କୁ ଗୋଡେଇ ଗୋଡେଇ କାମୁଡୁଥିଲା । ଶେଷରେ ଟ୍ରାଙ୍କୁଲାଇଜ କରାଯାଇ ତାକୁ ଧରାହେଲା ।
ଗାଁ ଲୋକେ ନିଜ ପାନବରଜକୁ ସୁରକ୍ଷା ଦେବା ଲାଗି ବାହାରିଥିଲେ। ସେମାନଙ୍କୁ ଗାଁ ମୁଣ୍ଡରେ ପୋଲିସ ଅଟକାଇଥିଲା।
ଆଜି ଏରସମା ତହସିଲଦାରଙ୍କ ସମେତ ଆରଆଇ, ଅମିନ ପୋଲିସ କର୍ଡନରେ ରହି ଢିଙ୍କିଆକୁ ପଶିଥିଲେ। ମାହାଳ ଗାଁର ସୀମା ପୁନଃନିର୍ଦ୍ଧାରଣ ପାଇଁ ପାରାଦୀପ ଏଏସପିଙ୍କ ନେତୃତ୍ୱରେ ୧୪ ପ୍ଲାଟୁନ୍ରୁ ଅଧିକ ଫୋର୍ସ ପହଞ୍ଚିଥିଲେ।
ଜଗତସିଂହପୁର ସୌମ୍ୟ ଭୋଇଙ୍କ ମୃତ୍ୟୁ ମାମଲାର ପର୍ଦ୍ଦାଫାସ୍ । ସେହି ଗାଁର ଜଣେ ମହିଳା ଗିରଫ, ନାବାଳକ ପୁଅ ଅଟକ। ଦେଖନ୍ତୁ କାହିଁଙ୍କି ମା ପୁଅ ଏମିତି କାଣ୍ଡକଲେ ଜାଣନ୍ତୁ
୨ ଦିନ ଧରି ନିଖୋଜ ହେବା ପରେ ଘର ପାଖ ନାଳରୁ ମିଳିଲା ମୃତଦେହ । ୨ ଦିନ ତଳେ ନିଖୋଜ ହୋଇଯାଇଥିଲା ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁର କହ୍ନେୟାଲାଲ ଭୋଇଙ୍କ ୨ ବର୍ଷର ପୁଅ ସୌମ୍ୟ । ତେବେ ନାଳ ପାଖକୁ କେମିତି ଗଲା ସୌମ୍ୟ ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ ?
କରୋନା ମହାମାରୀକୁ ଆଖି ଆଗରେ ରଖି ସରକାରଙ୍କ ପକ୍ଷରୁ ମା’ ଶାରଳାଙ୍କ ମନ୍ଦିର ପରିସରରେ ୧୪୪ ଧାରା ଲଗାଯାଇଛି । ପବିତ୍ର ଦଶହରା ଯୋଗୁଁ ଭିଡ ଜମିବା ଆଶଙ୍କାରେ ଏହି ନିୟମ ଲାଗୁ କରାଯାଇଛି ।
ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାରେ କୁଜଙ୍ଗ ଥାନାରେ ତାଙ୍କ ମାଆ ବାସନ୍ତୀ ଦାସ ଥାନାରେ ଏତଲା ଦେଇଛନ୍ତି। କେହି ଜଣେ ଦୁଷ୍ମନ୍ତଙ୍କୁ କଟକରୁ ଭୁବନେଶ୍ୱର ଡାକି ନେଇଥିବା ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ନେଇ ହାତ କାଟିବା ସହ ବିଷ ପିଆଇଥିବା ଅଭିଯୋଗ କରିଛନ୍ତି। ଏତଲା ନେଇ ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି।
କୂଳ ଖାଉଛି ସମୁଦ୍ର, ବିପଦରେ ସିଆଳି ବେଳାଭୂମି। ଏରସମା ବ୍ଲକରେ ଥିବା ପର୍ଯ୍ୟଟନ ସ୍ଥଳ ସିଆଳି ବେଳାଭୂମିରେ କୂଳ ଖାଉଛି ସମୁଦ୍ର। ପ୍ରାୟ ୨୦୦ ମିଟର ମାଡି ଆସିଛି। ଭିଉ ଟାଓ୍ୱାର ସୁରକ୍ଷା ପାଇଁ ନିର୍ମୀତ ସିମେଣ୍ଟ ଚଟାଣର କିଛି ଅଂଶ ଭୁଶୁଡ଼ି ଗଲାଣି।
ଏରସମାରେ ଥିବା ଶିଆଳି ବେଳାଭୂମି ଏବେ ବିପଦରେ। ୨୦୧୬ରେ ରାଜ୍ୟ ସରକାରଙ୍କ ଦ୍ୱାରା ଏହା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ବି ଏହାପ୍ରତି ସତେ ଯେମିତି ସରକାରଙ୍କ ନିଘା ନାହିଁ।
ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲାଯାଇଛି । ଆଜିଠାରୁ ଖୋଲିଛି ଜଗତସିଂହପୁରର ମାଆ ଶାରଳାଙ୍କ ମନ୍ଦିର । ସକାଳ ସାଢେ ୭ଟାରେ ମନ୍ଦିର ଖୋଲାଯାଇ ଏବଂ ଆଳତୀ ପୂର୍ବରୁ ସଂଧ୍ୟା ୬ଟାରେ ବନ୍ଦ ହେବ ନେଇ ପ୍ରଶସାନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ଗର୍ଭଗୃହ ମଧ୍ୟକୁ କାହାକୁ ଛଡାଯିବ ନାହିଁ ଏବଂ ମନ୍ଦିର ପରିସରରେ ଭୋଗ କିମ୍ବା ପ୍ରସାଦ ସେବନ ବାରଣ କରାଯାଇଛି । ଏହାଛଡା ଥରକେ ମନ୍ଦିର ଭିତରକୁ ୧୫ ଜଣଙ୍କୁ ଛଡାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।
ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ର କାଜୁ ଚାଷୀ ଏବେ ଚିନ୍ତାରେ । ଭଲ ରୋଜଗାର ଆଶାରେ କାଜୁ ଚାଷ କରୁଥିବା ଚାଷୀ ଯେତିକି ଶ୍ରମ ଦେଇ ଖର୍ଚ୍ଚ କରୁଛନ୍ତି ଅମଳ ପରେ ଲାଭ ପାଇବା କଷ୍ଟକର ହୋଇଯାଉଛି ।