/odishatv-khabar/media/media_files/2025/11/17/bangladesi_detained-2025-11-17-08-58-47.jpg)
BANGLADESI_DETAINED Photograph: (OTV)
ସନ୍ଦିଗ୍ଧ ବାଂଲାଦେଶୀଙ୍କ ଭଡ଼ା ଘରେ ବଡ଼ଧରଣର ରେଡ୍। ଜଗତସିଂହପୁର ସଦର ଥାନା ତରିକୁନ୍ଦ ଫାଣ୍ଡି ନିକଟ ବେହେରାମପୁର ବସ୍ତିରେ ପୋଲିସ ଚଢ଼ାଉ କରି ୪ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଅଟକ ରଖିଛି। ଚଢ଼ାଉ ବେଳେ ଗୋଟିଏ ବନ୍ଧୁକ ସହିତ ବହୁ ପରିମାଣର ଖଣ୍ଡା, କାତି ଏବଂ କଟୁରୀ ଜବତ କରାଯାଇଛି।
ଘଟଣା ସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଘର ମାଲିକ ସିକନ୍ଦର ଆଲାମ ଓରଫ ସିକୁ ଫେରାର ହୋଇଯାଇଛି। ଚଢ଼ାଉ ବେଳେ ସନ୍ଦିଗ୍ଧ ବାଂଲାଦେଶୀଙ୍କ ସହିତ ପୋଲିସର ଧସ୍ତାଧସ୍ତି ହୋଇଥିଲା। ଫଳରେ ଆଡିସନାଲ ଏସପି ସତ୍ୟବ୍ରତ ଦାସଙ୍କ ସହ ଦୁଇ ଜଣ କନେଷ୍ଟବଳ ଆହତ ହୋଇଛନ୍ତି।
ଘଟଣା ସ୍ଥଳରେ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ବନ୍ଦ ଘର ଗୁଡିକର ତାଲା ଭଙ୍ଗାଯାଇ ରେଡ଼ କରାଯାଇଛି। ଦୀର୍ଘ ୪ ବର୍ଷ ହେଲା ଏଠାରେ ବେଆଇନ ଭାବରେ ଘର ନିର୍ମାଣ କରାଯାଇ ବାଂଲାଦେଶୀମାନଙ୍କୁ ଭଡାରେ ରଖାଯାଉଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
• ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ନେଇ ମୁହାଁମୁହିଁ
• ଜଗତସିଂହପୁର ବେହେରାମପୁର ବସ୍ତିରେ ପୋଲିସର ଚଢ଼ାଉ
• ୪ ସନ୍ଦିଗ୍ଧ ବାଂଲାଦେଶୀ ଅଟକ, ଗୋଟିଏ ବନ୍ଧୁକ ଓ ମାରଣାସ୍ତ୍ର ଜବତ
• ପୋଲିସର ରେଡ୍ ପୂର୍ବରୁ ୧୦ରୁ ଅଧିକ ପରିବାର ଫେରାର୍ ସୂଚନା
• ରେଡ୍ ବେଳେ ପୋଲିସ ସହ ସନ୍ଦିଗ୍ଧ ବାଂଲାଦେଶୀଙ୍କ ଧସ୍ତାଧସ୍ତି ସୂଚନା
• ବସ୍ତିରେ ୩ ପ୍ଲାଟୁନ ଫୋର୍ସ ମୁତୟନ
Cold Wave: ଜାଡ଼ରେ ଥରୁଛି ସାରା ଓଡ଼ିଶା; ଜାରି ରହିବ ଶୀତ ଲହରି

Weekly Horoscope From 17th November 2025 To 23rd November 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

Daily Horoscope 17th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 17th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)