/odishatv-khabar/media/post_attachments/uploadimage/library/16_9/16_9_0/Slapgate_1756556335.jpg)
Slapgate
ହରଭଜନ ସିଂହ-ଶ୍ରୀସନ୍ଥ ଚାପୁଡା ଘଟଣାର ଭିଡିଓ ୧୮ ବର୍ଷ ପରେ ସାମ୍ନାକୁ ଆସିଛି। ଏହି ଭିଡିଓଟି ଆଇପିଏଲ୍ର ପୂର୍ବତନ ଚେୟାରମ୍ୟାନ ଲଲିତ ମୋଦି ମାଇକେଲ କ୍ଲାର୍କଙ୍କ ପଡ଼କାଷ୍ଟରେ ସେୟାର କରିଛନ୍ତି। ଏବେ କମେଣ୍ଟେଟର ହର୍ଷ ଭୋଗଲେ ୧୮ ବର୍ଷ ଧରି ଏହି ଭିଡିଓ ସାମ୍ନାକୁ ନ ଆସିବାର କାରଣ ସ୍ପଷ୍ଟ କରିଛନ୍ତି। ହର୍ଷ ଭୋଗଲେଙ୍କ ମତରେ, ଏହାକୁ ସାର୍ବଜନୀନ ନ କରିବାର ପ୍ରତିଶ୍ରୁତି ଦିଆଯାଇଥିଲା। ସେ ତାଙ୍କ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି,
"ଏହା ରୋଚକ ଯେ ହରଭଜନ- ଶ୍ରୀସନ୍ଥଙ୍କ ଭିଡିଓ ୧୮ ବର୍ଷ ପରେ ବାହାରକୁ ଆସିଗଲା। ଆମେ ବହୁତ କମ ଲୋକ ଏହାକୁ ଦେଖିଥିଲୁ ଏବଂ ଆମେ ପ୍ରତିଶ୍ରୁତି ଦେଇଥିଲୁ ଯେ ଏହା ସାର୍ବଜନୀନ ହେବ ନାହିଁ। କାରଣ ତାହା ଆଇପିଏଲ୍ର ପ୍ରଥମ ବର୍ଷ ଥିଲା ଏବଂ ଏହା ଲିଗ୍ ପାଇଁ କୌଣସି ଭଲ ଖବର ହୋଇନଥାନ୍ତା।" ଅନ୍ୟପକ୍ଷରେ ଭିଡିଓ ଫୁଟେଜ ପ୍ରକାଶ ପାଇବା ପରେ ଶ୍ରୀସନ୍ଥଙ୍କ ପତ୍ନୀ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରୀସନ୍ଥଙ୍କ ପତ୍ନୀ ଭୁବନେଶ୍ୱରୀ ଭିଡିଓ ଫୁଟେଜ ରିଲିଜ କରିବା ପାଇଁ ଲଲିତ ମୋଦିଙ୍କୁ ଜୋରଦାର ଶୁଣାଇଛନ୍ତି।
ସେ ଇନଷ୍ଟାଗ୍ରାମ ଷ୍ଟୋରୀ ଜରିଆରେ କହିଛନ୍ତି, "ଲଲିତ ମୋଦି ଏବଂ ମାଇକେଲ କ୍ଲାର୍କ, ଆପଣମାନେ ଦୁହେଁ ଲଜ୍ଜା ଅନୁଭବ କରିବା ଉଚିତ। ଆପଣମାନେ ନିଜର ଶସ୍ତା ଲୋକପ୍ରିୟତା ପାଇଁ ୨୦୦୮ ମସିହାର ସେହି ଘଟଣାକୁ ଟାଣି ଆଣୁଛନ୍ତି। ଆପଣମାନେ ମଣିଷ ମଧ୍ୟ ନୁହନ୍ତି। ଶ୍ରୀସନ୍ଥ ଏବଂ ହରଭଜନ ଦୁହେଁ ବହୁତ ଆଗକୁ ବଢ଼ିଯାଇଛନ୍ତି। ସେମାନେ ଏବେ ସ୍କୁଲ ଯାଉଥିବା ପିଲାମାନଙ୍କର ପିତା, ତଥାପି ଆପଣମାନେ ସେମାନଙ୍କୁ ପୁରୁଣା କ୍ଷତ ମନେ ପକାଉଛନ୍ତି । ଏହା ଅତ୍ୟନ୍ତ ଘୃଣ୍ୟ, ହୃଦୟହୀନ ଏବଂ ଅମାନବୀୟ।"
ଲଲିତ ମୋଦି କ୍ଲାର୍କଙ୍କ ପଡ଼କାଷ୍ଟରେ କହିଥିଲେ ଯେ ତାଙ୍କ ପାଖରେ ଏହି ଫୁଟେଜ ୧୮ ବର୍ଷ ଧରି ରହିଛି। ତଥାପି ସେ ଏହାକୁ କେବେ ରିଲିଜ କରିନଥିଲେ।
ମୋଦି କହିଥିଲେ,"ମୁଁ ସେଠାରେ ଉପସ୍ଥିତ ଥିଲି। ଖେଳ ଶେଷ ହୋଇଯାଇଥିଲା, କ୍ୟାମେରାଗୁଡ଼ିକ ବନ୍ଦ ହୋଇଯାଇଥିଲା। ମୋର ଗୋଟିଏ ସିକ୍ୟୁରିଟି କ୍ୟାମେରା ଚାଲୁଥିଲା। ଶ୍ରୀସନ୍ଥ ଏବଂ ଭଜ୍ଜୀ (ହରଭଜନ) ମଧ୍ୟରେ ଘଟିଥିବା ଘଟଣାଟିକୁ କ୍ୟାପଚର କରାଯାଇଥିଲା। ସମସ୍ତ ଖେଳାଳି ପରସ୍ପର ସହିତ ହାତ ମିଳାଉଥିଲେ। ଭଜ୍ଜୀ ଶ୍ରୀସନ୍ଥଙ୍କୁ ଡାକିଲେ ଏବଂ ତାଙ୍କ ମୁହଁକୁ ଥାପଡ ମାରିଲେ। ମୁଁ ଏହାକୁ ଏତେ ଲମ୍ବା ସମୟ ଧରି ରିଲିଜ କରିନଥିଲି। ଆମ ପାଖରେ ଏହା ଗତ ୧୮ ବର୍ଷ ଧରି ରହିଛି।"
୨୦୦୮ ଏପ୍ରିଲ ୨୫ରେ ମୋହାଲିରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ପଞ୍ଜାବ ମୁମ୍ବାଇକୁ ହରାଇଥିଲା। ମ୍ୟାଚ ପରେ ମୁମ୍ବାଇର ଅଧିନାୟକ ହରଭଜନ ସିଂହ ଦ୍ରୁତ ବୋଲର ଏସ. ଶ୍ରୀସନ୍ଥଙ୍କୁ ଥାପଡ଼ ମାରିଥିଲେ। ଏହାପରେ ଶ୍ରୀସନ୍ଥଙ୍କୁ କାନ୍ଦୁଥିବା ଅବସ୍ଥାରେ ମଧ୍ୟ ଦେଖାଯାଇଥିଲା। ଏହି ଘଟଣାଟି ବେଶ ହଙ୍ଗାମା ସୃଷ୍ଟି କରିଥିଲା।
ତଥାପି ସେତେବେଳେ ଏହାର କୌଣସି ଭିଡିଓ ଫୁଟେଜ ସାମ୍ନାକୁ ଆସିନଥିଲା। କିନ୍ତୁ ୧୮ ବର୍ଷ ପରେ ଏବେ ଏହାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟିକୁ ଆଇପିଏଲ୍ର ପୂର୍ବତନ ଚେୟାରମ୍ୟାନ ଲଲିତ ମୋଦି ପ୍ରକାଶ କରିଛନ୍ତି। ସେ ନିକଟରେ ମାଇକେଲ କ୍ଲାର୍କଙ୍କ ପଡ଼କାଷ୍ଟରେ ଏହି ଭିଡିଓ ସେୟାର କରିଛନ୍ତି।
ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ ମ୍ୟାଚ ଶେଷ ହେବା ପରେ ଯେତେବେଳେ ଉଭୟ ଦଳର ଖେଳାଳିମାନେ ହାତ ମିଳାଉଥିଲେ, ସେତେବେଳେ ହରଭଜନ ସିଂହ ଶ୍ରୀସନ୍ଥଙ୍କୁ ଥାପଡ଼ ମାରିଥିଲେ। ଏହାପରେ ରାଗରେ ଶ୍ରୀସନ୍ଥ ମଧ୍ୟ ତାଙ୍କ ଆଡ଼କୁ ମାଡି ଆସିଥିଲେ, କିନ୍ତୁ ସାଙ୍ଗରେ ଥିବା ଖେଳାଳିମାନେ ମଧ୍ୟସ୍ଥତା କରି ମାମଲାକୁ ଶାନ୍ତ କରାଇଥିଲେ। ତେବେ ପରେ ହରଭଜନ ଏହି ଘଟଣା ପାଇଁ କ୍ଷମା ମଧ୍ୟ ମାଗିଥିଲେ। ଏହାପରେ ଉଭୟଙ୍କ ସମ୍ପର୍କ ବେଶ ଭଲ ହୋଇଯାଇଛି।
ଅଧିକ ପଢ଼ନ୍ତୁ: ବିସ୍ଫୋରକ ବୟାନ ଦେଲେ ମହମ୍ମଦ ଶାମି, କହିଲେ ଅବସର ନେଇ ବଡ଼ କଥା
Murder:ସହିପାରିଲାନି ପ୍ରେମିକ, ପ୍ରେମିକାକୁ ଲଜକୁ ଡାକି ପାଟିରେ ବୋମା…

Rare Earth Elements: ଭାରତରେ ଗଚ୍ଛିତ ଅଛି ରେଆର ଆର୍ଥ ଏଲିମେଣ୍ଟ, ତଥାପି ଚୀନ ଉପରେ କାହିଁକି ନିର୍ଭରଶୀଳ ଆମ ଦେଶ?
Denmark Lost City:ସମୁଦ୍ର ତଳୁ ମିଳିଲା ୮୫୦୦ବର୍ଷର ସହର, ବୈଜ୍ଞାନିକ ଦେଖି ଆଶ୍ଚର୍ଯ୍ୟ...କହିଲେ ଏହା ହିମଯୁଗର

Innovative Engine:୧ ଲିଟର୍ ପେଟ୍ରୋଲରେ ୧୭୬ର ମାଇଲେଜ, ଇଲେକ୍ଟ୍ରି ଗାଡ଼ିକୁ ପଛରେ ପକାଇଦେବ ବାଇକ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)