/odishatv-khabar/media/media_files/2025/11/10/csk-sanju-jadeja-2025-11-10-13-39-41.jpg)
CSK-Sanju-Jadeja Photograph: (OTV)
IPL 2026 ପାଇଁ ଫୁଲ୍ ଦମରେ ପ୍ରସ୍ତୁତି ଚଳାଇଛି ଚେନ୍ନାଇ ସୁପରକିଙ୍ଗସ୍। ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ଓ୍ବିକେଟକିପର ଓ ବ୍ୟାଟର ସଞ୍ଜୁ ସାମସନଙ୍କୁ CSKରେ ମିଶାଇବାକୁ କଳେ ବଳେ କୌଶଳେ ଉଦ୍ୟମ କରୁଛି। ତେବେ ଏକ ରିପୋର୍ଟ ମୁତାବକ ସଞ୍ଜୁଙ୍କୁ ଆଣିବାକୁ CSK ଅଭିଜ୍ଞ ରବୀନ୍ଦ୍ର ଜାଡେଜାଙ୍କୁ ରାଜସ୍ଥାନ ରୟାଲ୍ସ ସହ ଏକ୍ସଚେଞ୍ଜ କରିପାରନ୍ତି।
ତେବେ ନୂଆ ତଥ୍ୟ ଅନୁଯାୟୀ ରାଜସ୍ଥାନ କେବଳ ରବୀନ୍ଦ୍ର ଜାଡେଜାଙ୍କ ସହ ସଞ୍ଜୁଙ୍କୁ ଏକ୍ସଚେଞ୍ଜ କରିବା ପାଇଁ ଇଚ୍ଛୁକ ନୁହଁ। ସେମାନେ ଜାଡେଜାଙ୍କ ସହ ଡେୱାଲ୍ଡ ବ୍ରେଭିସଙ୍କୁ ମଧ୍ୟ ଦାବି କରୁଛନ୍ତି। ଯାହାକୁ ଗ୍ରହଣ କରିବାକୁ ଚେନ୍ନାଇ ରାଜି ହୋଇନାହିଁ। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ରାଜସ୍ଥାନ ଜାଡେଜାଙ୍କ ବଦଳରେ ଅଲରାଉଣ୍ଡର ସାମ୍ କରନଙ୍କ ପାଇଁ ମଧ୍ୟ ଦାବି ରଖିଛି। ତେବେ ରାଜସ୍ଥାନର ଏହି ଦାବି ଏବେ CSK ପାଇଁ ପରିସ୍ଥିତିକୁ ଅସୁବିଧାଜନକ କରିଛି।
ଆଇପିଏଲ୍ 2025 ଶେଷ ହେବା ପରଠାରୁ, ସଞ୍ଜୁ ସାମସନ୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଏହି କାରଣରୁ ସଞ୍ଜୁ ଆଉ ଦଳର ଅଂଶ ହେବାକୁ ଚାହାଁନ୍ତି ନାହିଁ। ସେ ଚେନ୍ନାଇ ସୁପର କିଙ୍ଗସ୍ରେ ଯୋଗ ଦେବାକୁ ଇଚ୍ଛୁକ ଅଛନ୍ତି। ଆଉ ଦୀର୍ଘ ସମୟ ଧରି CSK ଏଥିପାଇଁ ଟ୍ରେଡ୍ କରୁଛି। ମଝିରେ କୌଣସି କାରଣରୁ ଏହି ଡିଲ୍ ଚୂଡ଼ାନ୍ତ ହୋଇନଥିଲା।
ହେଲେ ଏବେ, ଏହି ଖବର ପୁଣି ଥରେ ସମସ୍ତଙ୍କୁ ଚକିତ କରିଛି। ଜାଡେଜା ଦୀର୍ଘ ସମୟ ଧରି ଚେନ୍ନାଇ ସୁପର କିଙ୍ଗସ୍ ଦଳର ଅଂଶ ଅଛନ୍ତି, ସେହି କାରଣରୁ ପ୍ରଶଂସକମାନେ ତାଙ୍କୁ CSK ଟ୍ରେଡ କରୁଥିବାର ଜାଣି ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଏହି ଟ୍ରେଡ ଓ୍ବାରରେ ଫାଇଦା ମାରିବାକୁ ଚାହୁଁଛି ରାଜସ୍ଥାନ ରୟାଲ୍ସ୍।
ହେଲେ ସିଏସକେ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଗୋଟିଏ ଖେଳାଳିକୁ ହିଁ ସେମାନେ ସ୍ୱାପ କରିବେ। ସଞ୍ଜୁଙ୍କ ସହ ୨ଟି ଖେଳିଙ୍କୁ ସ୍ୱାପ କରିବା ପ୍ରସ୍ତାବକୁ ଦଳ ପକ୍ଷରୁ ଅଗ୍ରାହ୍ୟ କରିଦିଆଯାଇଛି। ତେଣୁ ଆଗକୁ CSK କ’ଣ କରିବ ତାହା ଉପରେ ରହିଛି ଫ୍ୟାନଙ୍କ ନଜର ।
Fear of Ants Leads to Heartbreaking Decision: ପିମ୍ପୁଡିକୁ ଡରି ୩ ବର୍ଷ ଝିଅର ମା’ ନେଲେ ଚରମ ନିଷ୍ପତ୍ତି, ବିରଳ ଘଟଣା

Terror Network Busted: ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ: ୨ ଡାକ୍ତର ଗିରଫ, ମେଡିକାଲ କଲେଜରୁ ମିଳିଲା ୩୬୦ କିଲୋ ରାସାୟନିକ ପଦାର୍ଥ

Third-Degree Torture Allegation: ଥାନାରେ ନାବାଳକୁ ଥାର୍ଡ ଡିଗ୍ରୀ! ସତ୍ୟତା ଥିଲେ ପ୍ରମାଣ ଦେବାକୁ ଏସପିଙ୍କ ଆହ୍ବାନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)