/odishatv-khabar/media/post_attachments/uploadimage/library/16_9/16_9_0/yash_dayal_1753456196.jpg)
yash dayal
ପୁଣି ଅଡୁଆରେ ୟଶ ଦୟାଲ । ଭାରତୀୟ କ୍ରିକେଟର ତଥା ଆଇପିଏଲରେ ଆରସିବି ପାଇଁ ଖେଳୁଥିବା ଦ୍ରୁତ ବୋଲର ୟଶ ଦୟାଲ ପୁଣି ବିବାଦରେ ଫସିଛନ୍ତି । ତାଙ୍କ ବିରୋଧରେ ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗ ହୋଇଛି । ଜୟପୁରର ସଙ୍ଗାନେର ପୁଲିସ ଷ୍ଟେସନର ତାଙ୍କ ନାଁରେ ଏଫଆଇଆର ରୁଜୁ ହୋଇଛି ।
୨ ବର୍ଷ ଧରି ଜଣେ ଯୁବତୀଙ୍କୁ ବ୍ଲାକମେଲିଂ କରି ଦୁଷ୍କର୍ମ କରିଥିବା ଏଫଆଇଆରରେ ଉଲ୍ଲେଖ କରାଯାଇଛି। ଦୟାଲ ଯୁବତୀଙ୍କୁ କ୍ରିକେଟିଂ କ୍ୟାରିୟରର ସ୍ୱପ୍ନ ଦେଖାଇ ତାଙ୍କର ନିକଟବର୍ତ୍ତୀ ହୋଇଥିଲେ। ୨ ବର୍ଷ ଧରି ବିଭିନ୍ନ ସମୟରେ ସେ ଝିଅଟିକୁ ଡାକି ତାଙ୍କୁ ଦୁଷ୍କର୍ମ କରି ଚାଲିଥିଲେ।
କ୍ରିକେଟ ଖେଳିବା ସମୟରେ ହିଁ ଯୁବତୀ ଜଣକ ୟଶ ଦୟାଲଙ୍କ ସଂପର୍କରେ ଆସିଥିଲେ । ୨ବର୍ଷ ପୂର୍ବେ ପୀଡିତା ନାବାଳିକା ଥିଲେ । ଜୟପୁରରେ ୟଶଙ୍କ ସହ ତାଙ୍କର ଦେଖା ହୋଇଥିଲା । ସେ ସମୟରେ ଆଇପିଏଲ ମ୍ୟାଚ ଖେଳିବା ପାଇଁ ୟଶ ଦୟାଲ ଜୟପୁର ଆସିଥିଲେ ।
ଯୁବତୀଙ୍କ କହିବା କଥା କ୍ରିକେଟରେ କ୍ୟାରିଅର ଟିପ୍ସ ଦେବା ବାହାନାରେ ୟଶ ଦୟାଲ ତାଙ୍କୁ ହୋଟେଲକୁ ଡାକିଥିଲେ । ଆଇପିଏଲ ୨୦୨୫ ମ୍ୟାଚ ସମୟରେ ସୀତାପୁରା ସ୍ଥିତ ହୋଟେଲକୁ ଡାକିକି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ଯୁବତୀ ।
ପ୍ରଥମ ଥର ଝିଅଟି ସହ ଶାରୀରିକ ସମ୍ପର୍କ ରଖିବା ବେଳେ ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା। ଏଥିପାଇଁ ପୁଲିସ୍ ପୋକସୋ ଆକ୍ଟରେ ଏବେ ମାମଲା ରୁଜୁ କରିଛି। ପୁଲିସ୍ ଏବେ ଘଟଣା ତଦନ୍ତ ଆରମ୍ଭ କରିଛି ।
ଏହାପୂର୍ବରୁ ଜଣେ ଯୁବତୀ ଦୟାଲଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ କରିଥିଲେ। ସେ ଉତ୍ତର ପ୍ରଦେଶ ପୁଲିସ୍ର ଦ୍ୱାରସ୍ଥ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ତେବେ ନିକଟରେ ଆହ୍ଲାବାଦ ହାଇକୋର୍ଟ ଦୟାଲଙ୍କ ଗିରଫଦାରୀ ଉପରେ ରୋକ ଲଗାଇ ଦେଇଛନ୍ତି।
ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ୫ ବର୍ଷ ତଳେ ଦୟାଲ ଓ ପରସ୍ପରକୁ ଭେଟିଥିଲେ। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ଓ ଦୟାଲ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହି ପ୍ରତିଶ୍ରୁତିକୁ ଦୟାଲ ପାଳନ କରି ନଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)