Advertisment

Bangladeshi Infiltration Raises Alarm: ଉପକୂଳ ଓଡ଼ିଶାକୁ ବାଂଲା ଅନୁପ୍ରବେଶକାରୀ ବିପଦ, କାହା ଛତ୍ରଛାୟାରେ ଆଶ୍ରୟ ନେଇଥିଲେ ସନ୍ଦିଗ୍ଧ ବାଂଲାଦେଶୀ ?

ଓଡ଼ିଶା ବାସୀ ସାବଧାନ୍ !...ପିଲା ଛୁଆ ଧରି ମାଡ଼ି ଆସୁଛନ୍ତି ବେଆଇନ ବାଂଲାଦେଶୀ...ହାତ ହତିଆର ସହ ଖଣ୍ଡା କାତି ଧରି ଆତ୍ମଗୋପନ କରୁଛନ୍ତି...ନାଲି ଆଖି ଦେଖାଇଲେ ଖତମ୍ କରିବାର ଧମକ ଦେଉଛନ୍ତି...ଏହି ଅନୁପ୍ରବେଶକାରୀଙ୍କୁ ଯଦି ନଚିହ୍ନି, ନଜାଣି ଆଶ୍ରୟ ଦେଉଛନ୍ତି, ତା’ହେଲେ ଭୋଗିବାକୁ ପଡ଼ିପାରେ ଏଭଳି ପରିଣାମ..

author-image
Tapan Swain
Bangladeshi

Bangladeshi Photograph: (OTV)

ଓଡ଼ିଶାକୁ ଏବେ ବାଂଲାଦେଶୀ ବିପଦ। ଉପକୂଳ ଜିଲ୍ଲା ଗୁଡ଼ିକରେ ଘର କରିଗଲେଣି। ନକଲି କାଗଜପତ୍ର ହାତେଇ ଆଡ୍ଡା ଜମାଇଲେଣି। ଉଦବେଗର କଥା ହେଉଛି, ସେମାନେ ରହୁଥିବା ଘରୁ ଜବତ ହୋଇଛି ପୁଳା ପୁଳା ଖଣ୍ଡା, କାତି, ଭୂଜାଲି, କଟୁରୀ ସହ ବନ୍ଧୁକ। ମୁହଁ ଖୋଲିଲେ ନାଲି ଆଖି ଦେଖାଉଛନ୍ତି। ଗତରାତିରେ ଯାହାର ଉଦାହରଣ ସାମ୍ନାକୁ ଆସିଛି ଜଗତସିଂହପୁରରୁ।

Advertisment

ଚଢ଼ାଉ ବେଳେ ପୋଲିସକୁ ହମଲା କରିଥିଲେ ସନ୍ଦିଗ୍ଧ ବାଂଲାଦେଶୀ। ତେବେ ଓଡ଼ିଶାରେ ଏମାନଙ୍କ ଆକ୍କା କିଏ ?ଅନୁପ୍ରବେଶକାରୀଙ୍କ ପାଇଁ କିଏ ସାଜିଛି ସୁରକ୍ଷାର ଢାଲ ? ସେନେଇ ପୋଲିସ ଚଳାଇଛି ତନାଘନା। ସେପଟେ କେନ୍ଦ୍ରାପଡ଼ାରେ ବି ହୋଇଛି ବାଂଲାଦେଶୀ ଯାଞ୍ଚ। ...

ଓଡ଼ିଶା ବାସୀ ସାବଧାନ୍ !...ପିଲା ଛୁଆ ଧରି ମାଡ଼ି ଆସୁଛନ୍ତି ବେଆଇନ ବାଂଲାଦେଶୀ...ହାତ ହତିଆର ସହ ଖଣ୍ଡା କାତି ଧରି ଆତ୍ମଗୋପନ କରୁଛନ୍ତି...ନାଲି ଆଖି ଦେଖାଇଲେ ଖତମ୍ କରିବାର ଧମକ ଦେଉଛନ୍ତି...ଏହି ଅନୁପ୍ରବେଶକାରୀଙ୍କୁ ଯଦି ନଚିହ୍ନି, ନଜାଣି ଆଶ୍ରୟ ଦେଉଛନ୍ତି, ତା’ହେଲେ ଭୋଗିବାକୁ ପଡ଼ିପାରେ ଏଭଳି ପରିଣାମ...ବୁଲିପାରେ ବୁଲଡ଼ୋଜର...ମାଟିରେ ମିଶିପାରେ ଭଡ଼ାଘର...

Advertisment

ଜଗତସିଂହପୁର ସଦର ଥାନା ବେହେରାମପୁର ବସ୍ତିରେ ମାଟିରେ ମିଶିଛି ଘର। ଗତ ରାତି ତମାମ ଚଢ଼ାଉ...ରାତି ପାହିଲା ବେଳକୁ ଧୂଳିସାତ ସବୁକିଛି। କାରଣ ୟେ ସନ୍ଦିଗ୍ଧ ବାଂଲାଦେଶୀଙ୍କ ଆଡ୍ଡା। ଆଉ ଧ୍ବଂସାବଶେଷ ଭିତରୁ ଯାହା ମିଳିଲା, ଚକିତ କଲା ସମସ୍ତଙ୍କୁ। ପୁଳା ପୁଳା ଖଣ୍ଡା, କାତି, ଭୂଜାଲି, କଟୁରୀ। ଭଳି କି ଭଳି ମାରଣାସ୍ତ୍ର। ପୁଣି ମିଳିଛି ଦେଶୀ ବନ୍ଧୁକ। କେବଳ କଣ ଏତିକି ? ଅସଂଖ୍ୟ ଆଧାରକାର୍ଡ ମିଳିଛି ଭଙ୍ଗା ବସ୍ତିରୁ। ଯାହା ସମ୍ପୂର୍ଣ୍ଣ ନକଲି। ଚଢ଼ାଉ କରି ମୋଟ୍ ୧୮ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖିଥିବାବେଳେ ୧୦ରୁ ଅଧିକ ବେଆଇନ ବାଂଲାଦେଶୀ ଚମ୍ପଟ ମାରିଥିବା ସୂଚନା ମିଳିଛି। 

ସିକନ୍ଦର୍ ଆଲାମ୍ ଓରଫ୍ ସିକୁ ପଛରେ କିଏ ? 

ବେହେରାମପୁର ବସ୍ତିର ସରକାରୀ ଜାଗାରେ ବେଆଇନ ଭାବେ ନିର୍ମିତ ହୋଇଥିଲା ୧୦ ବଖରା ଘର। ଯେଉଁ ଘରେ ଗତ ୪ ବର୍ଷ ଧରି ୪୦ରୁ ଅଧିକ ସନ୍ଦିଗ୍ଧ ବାଂଲାଦେଶୀ ଆଡ୍ଡା ଜମାଇଥିଲେ। ପାଖରେ ରଖୁଥିଲେ ମାରଣାସ୍ତ୍ର। ଯାହାଙ୍କୁ ନିଜର ଘରକୁ ଭଡ଼ା ଦେଇ ରଖିଆସୁଥିଲା ସିକନ୍ଦର ଆଲାମ୍ ଓରଫ ସିକୁ। କିନ୍ତୁ ସିକୁର ଏବେ ପତ୍ତା ପାଉନି ପୋଲିସ। ଗତରାତିରେ ଚଢ଼ାଉ ପାଇଁ ଯାଇଥିବାବେଳେ ସନ୍ଦିଗ୍ଧ ବାଂଲାଦେଶୀ ପୋଲିସକୁ ଧସ୍ତାଧସ୍ତି କରିବାକୁ ବି ପଛାଇନଥିଲେ। 

ଫଳରେ ଆଡିସନାଲ ଏସପିଙ୍କ ସହ ୨ କନେଷ୍ଟବଳ ଆହତ ବି ହୋଇଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ସନ୍ଦିଗ୍ଧ ଲିଙ୍କ ରହିଛି ପଶ୍ଚିମବଙ୍ଗ ସହ। କାରଣ ପଶ୍ଚିମବଙ୍ଗ କୋର୍ଟର ବେଲ୍ ବଣ୍ଡ ସହ ବହୁ ଭୋଟର ପରିଚୟ ପତ୍ର ଜବତ ହୋଇଛି। ତେବେ କାହାଠୁ ଅଭୟବର ପାଇ ୪ ବର୍ଷ ଧରି ଆଡ୍ଡା ଜମାଇଥିଲେ ଏମାନେ ? ବେଆଇନ ବସ୍ତିରେ ବିଦ୍ୟୁତ ସଂଯୋଗ କରାଇଥିଲା କିଏ ? ଅନୁପ୍ରବେଶକାରୀଙ୍କ ପ୍ରତି କାହାର ଏତେ ଦରଦ ? ଏବେ ଏଭଳି ପ୍ରଶ୍ନ ଉଠିଛି। 

ତଟବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବେଆଇନ ବାଂଲାଦେଶୀଙ୍କ ଅନୁପ୍ରବେଶ ହେଉଛି ଜଳପଥ ଦେଇ। ପରେ ଗଳା ବାଟ ଦେଇ ଭାରତୀୟ ନାଗରିକ ପରିଚୟ ପତ୍ର ଯୋଗାଡ଼ କରୁଛନ୍ତି। ବିଧାନସଭା ତଥ୍ୟ କହୁଛି, ଗତ ମେ’ ମାସ ସୁଦ୍ଧା ସମୁଦାୟ ୩ ହଜାର ୭୩୮ ଜଣ ବଙ୍ଗଳା ଅନୁପ୍ରବେଶକାରୀଙ୍କୁ ରାଜ୍ୟବ୍ୟାପି ଚିହ୍ନଟ କରାଯାଇଥିଲା। ତେଣୁ ସରକାର ପ୍ରତି ତହସିଲ, ବ୍ଳକ ଓ ପୋଲିସ୍ କର୍ମଚାରୀଙ୍କୁ ନେଇ ଏକ କମିଟି ଗଠନ କରି ବେଆଇନ ବାଂଲା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ସହ ସେମାନଙ୍କୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ ନିମନ୍ତେ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି କ୍ରମରେ ଜଗତସିଂହପୁର ଜିଲ୍ଲାରେ ଜାରି ରହିଛି ଚଢ଼ାଉ। କେନ୍ଦ୍ରାପଡ଼ାରେ ବି ହୋଇଛି ବାଂଲାଦେଶୀ ଯାଞ୍ଚ। ଜିଲ୍ଲାବ୍ୟାପି ବିଭିନ୍ନ ସ୍ଥାନରେ ବ୍ଳକିଂ କରି ଯାଞ୍ଚ କରୁଛି ପୋଲିସ।

Bangladeshis Infiltrators
Advertisment
Related Articles
Advertisment