Advertisment

Bangla Infiltrators: ବାଂଲାଦେଶୀ ଅନୁପ୍ରବେଶକାରୀ ବଢ଼ାଇଲେଣି ସମସ୍ୟା, ସରକାର କହିଲେଣି....

ଏବେ ସାରା ଓଡ଼ିଶାରେ ବାଂଲାଦେଶୀ ଓ ରୋହିଙ୍ଗିଆ ମାନଙ୍କର ଅନୁପ୍ରବେଶ। ଯାହା ରାଜ୍ୟ ଓ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଯାହାକୁ ନେଇ ଖୋଦ୍ ରାଜସ୍ୱ ମନ୍ତ୍ରୀ ବାଂଲାଦେଶୀ ଅନୁପ୍ରବେଶ ବର୍ତ୍ତମାନ ବଡ଼ ସମସ୍ୟା ବୋଲି କହିବା ସହ ସରକାର ଏଥିପ୍ରତି ଯତ୍ନବାନ ଅଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ ଯଦି ସରକାର ଅନୁପ୍ରବେଶକରୀଙ୍କ ବିରୁଦ୍ଧରେ ଶୀଘ୍ର କଠୋର କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଆଗକୁ ପରିସ୍ଥିତି ଭୟାବହ ବୋଲି ମତବ୍ୟକ୍ତ କରିଛନ୍ତି ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ।

author-image
Tapan Kumar Swain
ଅଦ୍ୟତନ ହୋଇଛି
ନୂଆ ସମସ୍ୟା

ନୂଆ ସମସ୍ୟା

ବାଲେଶ୍ୱର ଜିଲ୍ଲାର ଧୀରେ ଧୀରେ ବଢୁଛି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା। ଜିଲ୍ଲାର ସୁଦୀର୍ଘ ୮୦ କିଲୋମିଟର ବେଳାଭୂମୀ କୂଳେ କୂଳେ ଏବେ ଏମାନଙ୍କ ସଂଖ୍ୟା ବଢିବାରେ ଲାଗିଛି। ସମୁଦ୍ରରେ ମାଛ ମାରିବା, ଲୁଗାପଟା ଓ ଅନ୍ୟାନ୍ୟ ଜିନିଷ ବୁଲି ବୁଲି ବିକ୍ରି କରିବା ବାହାନାରେ ଏମାନେ ଆସି ଏଠାରେ ରହି ସେମାନଙ୍କ ସଂଖ୍ୟା ବଢ଼ାଉଛନ୍ତି। ଜିଲ୍ଲାର ବରଜ ଦେଉଳି, ବଳରାମଗଡି, କଷାଫଳ, ଖଡୁପାହି, ପରଖି, ସହରର ଗଳାପୋଲ ଓ ରେମୁଣା ଅଂଚଳରେ ଏମାନଙ୍କ ଉପସ୍ଥିତି ରହିଥିବାର ଅଭିଯୋଗ ହେଉଛି ।

Advertisment

ବିଶେଷ କରି ସମୁଦ୍ର ଉପକୂଳ ଏବେ ଏମାନଙ୍କ କବଜାରେ। ଆଉ ସେମାନଙ୍କୁ ପୂର୍ବ ସରକାରଙ୍କ କିଛି ରାଜନୈତିକ ବ୍ୟକ୍ତି ହାତବାରିସୀ କରି ନିଜର ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରି ଏଠାରେ ସେମାନଙ୍କ ସଂଖ୍ୟା ବଢାଇବାରେ ସହଯୋଗ କରିଥିବାର ଅଭିଯୋଗ ହେଉଛି। ଏ କଥାକୁ ସ୍ବୀକାର କରିଛନ୍ତି ଖୋଦ ବର୍ତ୍ତମାନର ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ବର୍ତ୍ତମାନ ବାଂଲାଦେଶୀ ଅନୁପ୍ରବେଶ ଏକ ବଡ ସମସ୍ୟା କହିବା ସହ। ରାଜ୍ୟ ସରକାର ସେମାନଙ୍କୁ ଠାବ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ସହ କେନ୍ଦ୍ର ସରକାରଙ୍କ ସହ ଏ ନେଇ ଆଲୋଚନା ଜାରି ରହିଛି ଆଉ ଖୁବ ଶୀଘ୍ର ଏ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେମାନେ ଦୀର୍ଘଦିନ ରହି ଏଠାକାର ଭୋଟର କାର୍ଡ ଠାରୁ ଆରମ୍ଭ କରି ଆଧାର କାର୍ଡ ଓ ରାସନ କାର୍ଡ ମଧ୍ୟ ହାତେଇଛନ୍ତି। ସେମାନଙ୍କ ବାପା ଜେଜେ ବାପା ଏଠାରେ ଜନ୍ମ ହୋଇ ମୃତ୍ୟୁବରଣ କରିଛନ୍ତି। ଏମାନେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ପାଇବା ସହ ଜାଗାବାଡି ମଧ୍ୟ କରିପକେଇଲେଣି । ସେମାନଙ୍କୁ ବାଂଲାଦେଶୀ କହି ବିଭିନ୍ନ ସମୟରେ ଭୟଭୀତ କରାଯାଉଥିବା ସହ ଯେଉଁମାନେ ବାହାର ଦେଶରୁ ଆସିଛନ୍ତି ସରକାର ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କହିଛନ୍ତି ଜଣେ ବସ୍ତି ବାସିନ୍ଦା। 

Advertisment

ଅଧିକ ପଢ଼ନ୍ତୁ : ରତ୍ନ ଭଣ୍ଡାର ନେଇ ଆସିଲା ବଡ଼ ଅପଡେଟ୍ ; ଗୃହରେ କ’ଣ କହିଲେ ମନ୍ତ୍ରୀ

ଅନୁପ୍ରବେଶକାରୀମାନେ ସରକାରୀ ଜମି ଜବରଦଖଲ କରି ସ୍ଥାନୀୟ ଲୋକଙ୍କ ସହ ଝଗଡାଝାଟି କରୁଥିବାର ମଧ୍ୟ ଅଭିଯୋଗ ହୋଇଛି । ସେମାନଙ୍କ ଯୋଗୁଁ ଚୋରି ଡକାୟତି, ନିଶା କାରବାର ସାଙ୍ଗକୁ ବହୁ ଅପରାଧୀଙ୍କ କାର୍ଯ୍ୟ ବୃଦ୍ଧି ପାଉଥିବା ମଧ୍ୟ ଅଭିଯୋଗ ହେଉଛି । ନିକଟ ଅତୀତରେ ବିଭିନ୍ନ ଅପରାଧରେ ଗିରଫ ହୋଇ କେହି କେହି ଜେଲ୍ ମଧ୍ୟ ଯାଇଛନ୍ତି । ହେଲେ ଜିଲ୍ଲା ପ୍ରଶାସନ ହେଉ ବା ପୋଲିସ ପ୍ରଶାସନ ଅବା ରାଜ୍ୟ ସରକାର ସେମାନଙ୍କ ବିଷୟରେ ଖୋଳତାଡ଼ କରି ଚିହ୍ନଟ କରୁଥିବା କଥା କେବଳ କାଗଜ କଲମରେ ସୀମିତ ରହିଥିବା କହିଛନ୍ତି ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ।

ସରକାର ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିଷୟରେ ସଠିକ ବିବରଣୀ ସଂଗ୍ରହ କରିବାକୁ ଦାବି ହୋଇଛି ।

( ବାଲେଶ୍ୱରରୁ ପ୍ରକାଶ ମହାନ୍ତିଙ୍କ ରିପୋର୍ଟ )

ଅଧିକ ପଢ଼ନ୍ତୁ : ପୁଣି ଜୟନାରାୟଣଙ୍କ ବିସ୍ଫୋରକ ବୟାନ; କହିଲେ, ଏ ଗୃହକୁ କ’ଣ ଚଳାଇବେ ପାଣ୍ଡିଆନ ?

Balasore Bangla Infiltrators
Advertisment
Advertisment