/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755229076.jpg)
ଯୁବବର୍ଗଙ୍କ ପାଇଁ ବଡ଼ ଘୋଷଣା
-ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ ସମ୍ବୋଧନ । ଲଗାତାର ୧୨ ଥର ପାଇଁ ଦେଶବାସୀଙ୍କୁ ମୋଦିଙ୍କ ସମ୍ବୋଧନ । ସ୍ବାଧୀନତାର ମହାପର୍ବ, ସଂକଳ୍ପର ପର୍ବ । ଏହି ମହାପର୍ବ ୧୪୦ କୋଟି ଭାରତୀୟଙ୍କ ସଂକଳ୍ପର ପର୍ବ । ଆଜି କୋଣ ଅନୁକୋଣରେ ଗୋଟିଏ ମନ୍ତ୍ର। ଦେଶ ପ୍ରଥମ। ସମ୍ବିଧାନ ହିଁ ଦେଶକୁ ନୂଆ ଦିଗ ଦେଖାଇଛି । ଆଜିର ଦିନରେ ସମ୍ବିଧାନ ନିର୍ମାତାଙ୍କୁ ନମନ କରୁଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।
-GSTରେ ସଂସ୍କାର ଆଣିବୁ କହିଲେ ପ୍ରଧାନମନ୍ତ୍ରୀ ମୋଦି । ଏଥିର ଦୀପାବଳିରେ ଦେଶବାସୀଙ୍କୁ ଉପହାର ଦେବାକୁ ଯାଉଛି । GSTରେ ଆମେ ସଂସ୍କାର ଆଣିବାକୁ ଯାଉଛୁ
-ଯୁବବର୍ଗଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି । ବିକଶିତ ଭାରତ ରୋଜଗାର ଯୋଜନା ଘୋଷଣା କଲେ ମୋଦି । ଯୁବକଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ଯୋଜନା । ଆଜିଠାରୁ ଯୋଜନା ଲାଗୁ , ଯୁବକଙ୍କୁ ରୋଜଗାର ମିଳିବ । ସାଢ଼େ ୩ କୋଟି ଯୁବକଙ୍କୁ ରୋଜଗାର ମିଳିବ
-ମିଶନ ମୋଡ଼ରେ ସେମି କଣ୍ଡକ୍ଟର ଉପରେ କାମ ଜାରି ରହିଛି। ଚଳିତ ବର୍ଷ ସୁଦ୍ଧା ବଜାରକୁ ଆସିବ ମେଡ ଇନ ଇଣ୍ଡିଆ ସେମି କଣ୍ଡକ୍ଟର।
-ଚାଷୀଙ୍କ ସ୍ବାର୍ଥ ସହ କୌଣସି ସାଲିସ୍ ହେବନି । ଚାଷୀ ଓ ମତ୍ସ୍ୟଜୀବୀଙ୍କ ସ୍ବାର୍ଥ ସହ କୌଣସି ସାଲିସ୍ ହେବନି । ପଛୁଆ ଜିଲ୍ଲାକୁ ଆମକୁ ପ୍ରାଥମିକତା ଦେବାକୁ ହେବ
-ସିନ୍ଧୁ ନଦୀ ଜଳ ଚୁକ୍ତି ଏକତରଫା ଥିଲା। ସିନ୍ଧୁ ନଦୀର ପାଣି ଶତ୍ରୁ ରାଷ୍ଟ୍ରର ଜମିକୁ ଜଳସେଚିତ କରୁଥିଲା। ଆମ କୃଷକ ମାନେ ୭୦ ବର୍ଷ ଧରି କ୍ଷତି ସହି ଆସୁଥିଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)