/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753199389.jpg)
independence day
୭୯ ତମ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବେ । ପିଏମଜି ଛକରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ମାର୍ଗରେ ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଆଜି ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଵାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ଗୃହ ବିଭାଗ ସ୍ଵତନ୍ତ୍ର ସଚିବ ଶ୍ରୀ ଆର କେ ଶର୍ମା, ପୁଲିସ କମିସନର ଶ୍ରୀ ଦେବଦତ୍ତ ସିଂହ, ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ) ଓ ଅନ୍ୟ ସମ୍ପୃକ୍ତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।
ବୈଠକରୁ ଜଣାପଡିଛି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅଭିବାଦନ ମଞ୍ଚ ନିକଟରେ ପହଞ୍ଚିବା ମାତ୍ରେ ମୁଖ୍ୟ ସଚିବ ଶ୍ରୀ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ ବି ଖୁରାନିଆ, ଡିଡିଜି ଏନ୍ସିସି, ଭୁବନେଶ୍ୱର ତାଙ୍କୁ ସ୍ୱାଗତ କରିବେ । ମଞ୍ଚ ନିକଟକୁ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ ପାଛୋଟି ନେବେ ।
ସକାଳ ୯ ଘଟିକା ସମୟରେ ମୁଖ୍ୟ ଅତିଥି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତର ପୂର୍ଣ୍ଣ ସଂସ୍କରଣ ଗାନ କରାଯିବ ଏବଂ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିବେ । ଚଳିତ ସ୍ୱାଧୀନତା ଦିବସରେ ୪୫ଟି ଦଳ ପ୍ୟାରେଡ୍ରେ ଅଂଶଗ୍ରହଣ କରିବେ । ପୋଲିସ କମିଶନର ଏହିସବୁ ଦଳକୁ ଚୟନ କରିବେ । ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସ୍ୱାଧୀନତା ଦିବସ ଉପଲକ୍ଷେ ଅଭିଭାଷଣ ପ୍ରଦାନ କରିବେ । ଶ୍ରେଷ୍ଠ ପ୍ରଦର୍ଶନକାରୀ ଦଳକୁ ସେ ପୁରସ୍କାର ପ୍ରଦାନ କରିବେ ।
ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ କହିଲେ ଯେ ପ୍ୟାରେଡ୍ କାର୍ଯ୍ୟକ୍ରମ ସରିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ନ ଯାଉଣୁ ଟ୍ରାଫିକ୍ ଅବ୍ୟବସ୍ଥା ହେଉଛି । ଏଣୁ ଏ ଦିଗରେ ବିହିତ ଦୃଷ୍ଟି ଦେବାକୁ ପୋଲିସ କମିଶନରଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ ।
୨୦୨୫ ଅଗଷ୍ଟ ୧୧ ଓ ୧୨ ତାରିଖ ଦିନ ଅପରାହ୍ନ ୩ଟାରେ ଏବଂ ୧୩ ତାରିଖ ଦିନ ସକାଳ ୯ଟାରେ ଭାଗ ନେଉଥିବା ଦଳମାନେ ପ୍ୟାରେଡ୍ ଅଭ୍ୟାସ କରିବେ । ଯେଉଁ ସ୍କୁଲରେ ବସ୍ ବ୍ୟବସ୍ଥା ରହିଛି, ସେମାନେ ନିଜ ସ୍କୁଲ ବସ୍ରେ ପିଲାମାନଙ୍କୁ ଆଣିବେ ଓ ଯେଉଁ ସ୍କୁଲର ନିଜର ବସ୍ ନାହିଁ ସେମାନଙ୍କ ପାଇଁ ଯାତାୟତର ବ୍ୟବସ୍ଥା କରାଯିବ ।
ସାଧାରଣ ଜନତାଙ୍କ ଅସୁବିଧାକୁ ଏଡ଼ାଇବା ପାଇଁ ପ୍ୟାରେଡ୍ ଅଭ୍ୟାସ ଓ ସ୍ୱାଧୀନତା ଦିବସ ଉତ୍ସବ ସମୟରେ ଟ୍ରାଫିକ୍ ପରିବର୍ତ୍ତନ କରାଯିବ । ଡିସିପି ଭୁବନେଶ୍ୱର ଉତ୍ସବ ପାଇଁ ପରିବର୍ତ୍ତିତ ଟ୍ରାଫିକ୍ ବ୍ୟବସ୍ଥା କରିବେ । ଯାତ୍ରୀମାନଙ୍କ ମାର୍ଗଦର୍ଶନ ପାଇଁ ଉପଯୁକ୍ତ ସାଇନେଜ୍ ଲଗାଯିବ । ରାଜଭବନ ଛକରୁ ଏ ଜି ଛକ, ଏ ଜି ଛକରୁ ହାଉସିଂ ବୋର୍ଡ ଛକ ପର୍ଯ୍ୟନ୍ତ ଜାତୀୟ ପତାକା ସହ ଆବଶ୍ୟକୀୟ ସାଜସଜ୍ଜାର ବ୍ୟବସ୍ଥା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସମାହିତ ହେବ ।
ଲୋକସେବ। ଭବନ, ବିଧ।ନସଭ। ଭବନ, ର।ଜୀବ ଭବନ, ଖ।ରବେଳ ଭବନ, କୃଷି ଭବନ, ଲୋକ ସମ୍ପର୍କ ଭବନ, କମିଶନରେଟ୍ ଅଫ୍ ପୋଲିସ ଭବନ ଏବଂ ଜୟଦେବ ଭବନ, ନିର୍ମ।ଣ ସୌଧରେ ଆଲୋକୀକରଣ କ।ର୍ଯ୍ୟ ସମ୍ପୃକ୍ତ ବିଭ।ଗ ଦ୍ୱ।ର। କର।ଯିବ। ଇପିକଲ, ଓଏମ୍ସି, ବିଡିଏ, ଇଡ୍କୋ, ପିଏମ୍ଜି, ଏଜି ଓଡ଼ିଶ।, ଓଡ଼ିଶ। ର।ଜ୍ୟ ସମବ।ୟ ବ୍ୟ।ଙ୍କ, ର।ଜ୍ୟ ଗୃହ ନିର୍ମାଣ ବୋର୍ଡ, ଏସବିଆଇ, ଆରବିଆଇ ଏବଂ ଅନ୍ୟ ସମସ୍ତ ସରକ।ରୀ କୋଠ।ଗୁଡ଼ିକୁ ସ୍ୱ।ଧୀନତ। ଦିବସ-୨୦୨୫ ଅବସରରେ ସେମ।ନଙ୍କ କୋଠ। ଆଲୋକିତ କରିବ। ପ।ଇଁ ପଦକ୍ଷେପ ନେବ।କୁ ଅନୁରୋଧ କର।ଯିବ ।
ଉତ୍ସବ ସ୍ଥଳରେ ଶକ୍ତି ବିଭ।ଗ, କ।ର୍ଯ୍ୟ ବିଭ।ଗ ଏବଂ ଡିସିପି ଭୁବନେଶ୍ୱର ଦ୍ୱ।ର। ବିଦ୍ୟୁତ୍ ଯୋଗ।ଣର ମିଳିତ ଯ।ଞ୍ଚ କର।ଯିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଲାଇଭ୍ ଫିଡ୍ ଦେବାର ବନ୍ଦୋବସ୍ତ କରାଯିବ । କ।ର୍ଯ୍ୟକ୍ରମରେ ପ।ନୀୟ ଜଳ ଯୋଗ।ଣ ୱାଟ୍କୋ, ଭୁବନେଶ୍ୱର ଦ୍ୱ।ର। ବ୍ୟବସ୍ଥ। କର।ଯିବ ଏବଂ ସ୍ଥ।ନର ପରିଚ୍ଛନ୍ନତ। ବିଏମ୍ସି ଦ୍ୱ।ର। ସୁନିଶ୍ଚିତ କର।ଯିବ। କ୍ୟ।ପିଟ।ଲ ହସ୍ପିଟ।ଲ ନିର୍ଦ୍ଦେଶକ କ।ର୍ଯ୍ୟକ୍ରମରେ ପ୍ର।ଥମିକ ଚିକିତ୍ସ। ୟୁନିଟ୍ ଏବଂ ଆମ୍ବୁଲ।ନ୍ସ ବ୍ୟବସ୍ଥ। କରିବେ। ସ୍ୱ।ସ୍ଥ୍ୟ ଏବଂ ପରିବ।ର କଲ୍ୟ।ଣ ବିଭ।ଗ କ।ର୍ଯ୍ୟକ୍ରମରେ ଔଷଧ / ପ୍ର।ଥମିକ ଚିକିତ୍ସ। କିଟ୍ ସହିତ ପର୍ଯ୍ୟ।ପ୍ତ ସଂଖ୍ୟକ ଡ।କ୍ତରଙ୍କ ଉପସ୍ଥିତି ସୁନିଶ୍ଚିତ କରିବେ।
ଗୃହ ବିଭ।ଗ ଦ୍ୱ।ର। ୧୫.୦୮.୨୦୨୫ ସକ।ଳ ୧୧.୩୦ ସମୟରେ ଲୋକସେବ। ଭବନର କନଭେନସନ ସେଣ୍ଟରରେ ବିଭିନ୍ନ ପଦକ ପ୍ରଦ।ନ ପ।ଇଁ ଇନ୍ଭେଷ୍ଟିଚିୟୋର ସେରେମୋନି ଆୟୋଜିତ ହେବ । ସନ୍ଧ୍ୟାବେଳେ ସଂସ୍କୃତି ବିଭାଗ ତରଫରୁ ରବୀନ୍ଦ୍ର ମଣ୍ଡପ ଠାରେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)