Advertisment

Shot Dead : ତ୍ରିରଙ୍ଗା ଉଡ଼ାଇଲ ଏବେ ଗୁଳି ଖାଅ, ଘରୁ ଟାଣିଆଣି ଜୀବନ ନେଇଛନ୍ତି

ତ୍ରିରଙ୍ଗା ଉଡ଼ାଇବାରୁ ମିଳିଲା ଗୁଳି। ପତାକା ଉତ୍ତୋଳନ କରିବାରୁ ଚାଲିଗଲା ଜୀବନ। ଗ୍ରାମସଭାରେ ମାଓବାଦୀ କଲେ ହତ୍ୟା ।

author-image
Manasranjan Mohanty
killed

killed

ସ୍ୱାଧୀନ ଭାରତରେ ଜାତୀୟ ପତାକା ଉଡ଼ାଇବାରୁ ମିଳିଛି ମୃତ୍ୟୁଦଣ୍ଡ। ଘରୁ ଟାଣିଆଣି ଜୀବନ ନେଇଛନ୍ତି କାପୁରୁଷ ମାଓବାଦୀ। ବଳିଦାନ ଦେଇ ଦେଶପ୍ରେମର ମୂଲ୍ୟ ଦେଇଛନ୍ତି ଛତିଶଗଡ଼ କାଙ୍କେରର ଜଣେ ଯୁବକ। ମୃତକ ଜଣକ ହେଉଛନ୍ତି ବିଣାଗୁଣ୍ଡା ଗ୍ରାମର ମାନେଶ ନାରେଟି। ଯୁବକ ଜଣକ ସ୍ୱାଧୀନତା ଦିବସରେ ନକ୍ସଲ ସ୍ମାରକୀରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ ଏବଂ ଭାରତ ମାତା କି ଜୟ ସ୍ଲୋଗାନ ଦେଇଥିଲେ। ନକ୍ସଲମାନେ ଏହା ଜାଣିବା ପରେ, ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି।

Advertisment

ମାନେଶ ଗ୍ରାମବାସୀଙ୍କୁ ନେଇ ଜାତୀୟ ପତାକା ଉତ୍ତୋଳନ କରୁଥିବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ସମସ୍ତେ ମିଶି ପ୍ରଥମେ ଜାତୀୟ ପତାକାକୁ ପୂଜା କରୁଛନ୍ତି। ପରେ ମାନେଶ ପତାକା ଉତ୍ତୋଳନ କରୁଛନ୍ତି। ଭାରତ ମାତା କି ଜୟ ନାରାରେ କମ୍ପୁଛି ପରିବେଶ। ଛୋଟ ପିଲା ମଧ୍ୟ ହାତରେ ଜାତୀୟ ପତାକା ଧରି ସ୍ୱାଧୀନତା ଦିବସକୁ ବହୁତ ଆନନ୍ଦରେ ପାଳନ କରୁଛନ୍ତି।

ହେଲେ ମାନେଶଙ୍କ ଦେଶପ୍ରେମ ଭିଡ଼ିଓଟି ମାଓବାଦୀଙ୍କୁ ପସନ୍ଦ ଆସିନଥିଲା। ସେମାନେ ମାନେଶଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ଏକ ନିର୍ଜନ ଅଞ୍ଚଳକୁ ଅପହରଣ କରି ନେଇଯାଇଥିଲେ। ଗ୍ରାମବାସୀଙ୍କୁ ମଧ୍ୟ ସାଙ୍ଗରେ ନିଆଯାଇଥିଲା, ଜନ ଅଦାଲତ ବସାଇ ମାଓବାଦୀମାନେ ଘୋଷଣା କରିଥିଲେ ଯେ ନାରେଟିକୁ "ମୃତ୍ୟୁଦଣ୍ଡ" ମିଳିବ। ପରେ ତାଙ୍କୁ ନିର୍ମମ ଭାବେ ଗୁଳି ମାରିଦେଇଥିଲେ। ପରେ ମାଓବାଦୀ ମାନେ ଏନେଇ ଗାଁରେ ଏକ ବ୍ୟାନର ମଧ୍ୟ ମାରିଥିଲେ ।

Advertisment

ଛତିଶଗଡ଼ରେ ନିରନ୍ତର ନକ୍ସଲ ଅପରେସନ୍ ସତ୍ତ୍ୱେ, ନକ୍ସଲମାନେ ବର୍ବରତା ଏବଂ ଆତଙ୍କରେ ଲିପ୍ତ ଅଛନ୍ତି। କେବଳ କାଙ୍କେରରେ ଗତ ଦେଢ଼ ବର୍ଷ ମଧ୍ୟରେ ଚାରିରୁ ପାଞ୍ଚ ଜଣଙ୍କୁ ହତ୍ୟା କରାଯାଇଛି। ଏବେ ଏହି ଘଟଣା ପରେ କାଙ୍କେର ପୋଲିସ ଏକ ମାମଲା ରୁଜୁ କରିଛି ତଦନ୍ତ ଆରମ୍ଭ କରିଛି ।

Independence Day Chattisgarh Maoists
Advertisment
Related Articles
Advertisment