Advertisment

କ୍ରମାଗତ ୧୧ ଥର ପାଇଁ ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡ଼ାଇଲେ ମୋଦି; ପରିବାରବାଦ ଉପରେ କଲେ ପ୍ରଚଣ୍ଡ ହମଲା

ଲାଲକିଲ୍ଲାରୁ ପିଏମ୍ ମୋଦିଙ୍କ ବଡ଼ ଆହ୍ବନ ଦେଶ ପାଇଁ ଦରକାର ଧର୍ମନିରପେକ୍ଷ ନାଗରିକ ସଂହିତା ୭୮ ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଜାତୀୟ ପତାକା ଉଡ଼ାଇ ଦେଶରେ ସେକୁଲାର ସିଭିଲ୍ କୋଡ୍‌ର ଆବଶ୍ୟକତା ଉପରେ ଜୋର୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Sujit kumar Swain
Narendra Modi

Narendra Modi

ସେକୁଲାର ସିଭିଲ୍ କୋଡ୍, ବାଂଲାଦେଶ ହିଂସା, ମହିଳା ଅପରାଧ, ଭ୍ରଷ୍ଟାଚାର। ଲାଲକିଲ୍ଲାରେ ଲଗାତର ୧୧ ଥର ତ୍ରିରଙ୍ଗା ଉଡ଼ାଇବା ପରେ ଦେଶବାସୀଙ୍କ ପାଇଁ ନିଜ ସମ୍ବୋଧନରେ ଆଜି ଏସବୁ ବିଷୟ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ୨୦୪୭ ସୁଦ୍ଧା ବିକଶିତ ଭାରତର ସଂକଳ୍ପ ଦୋହରାଇବା ସହ ନୂଆ ଶିକ୍ଷାନୀତିରେ ମାତୃଭାଷା ଉପରେ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି। ସେହିପରି ଆଗାମୀ ୫ ବର୍ଷରେ ଦେଶରେ ୭୫ ହଜାର ମେଡିକାଲ ସିଟ୍ ସୃଷ୍ଟି କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ଲାଲକିଲ୍ଲାରୁ ପିଏମ୍ ମୋଦିଙ୍କ ବଡ଼ ଆହ୍ବନ ଦେଶ ପାଇଁ ଦରକାର ଧର୍ମନିରପେକ୍ଷ ନାଗରିକ ସଂହିତା ୭୮ ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଜାତୀୟ ପତାକା ଉଡ଼ାଇ ଦେଶରେ ସେକୁଲାର ସିଭିଲ୍ କୋଡ୍‌ର ଆବଶ୍ୟକତା ଉପରେ ଜୋର୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଛନ୍ତି, ୭୫ ବର୍ଷ ଧରି ଆମେ କମ୍ୟୁନାଲ ସିଭିଲ୍ କୋଡରେ ବିତାଇ ଆସୁଛେ। ଯାହାର ଆଧୁନିକ ସମାଜରେ କୌଣସି ସ୍ଥାନ ନାହିଁ। ଯେଉଁ ଆଇନ୍ ଦେଶକୁ ଧର୍ମ ନାଁରେ ବିଭାଜିତ କରେ ତାକୁ ହଟାଇବା ଉଚିତ୍ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ମହିଳା ବିରୋଧୀ ଅପରାଧକୁ ନେଇ ବି ଗଭୀର ଉଦବେଗ ପ୍ରକାଶ କରିଛନ୍ତି ମୋଦି। କହିଛନ୍ତି- ମହିଳା ବିରୋଧୀ ଅପରାଧ ଚିନ୍ତାର ବିଷୟ। ଦେଶ, ସମାଜ, ରାଜ୍ୟ ସମସ୍ତେ ଏହା ଉପରେ ଗମ୍ଭୀରତାର ସହ ଚିନ୍ତା କରିବା ଦରକାର। ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ଲାଗି ତୁରନ୍ତ ଦଣ୍ଡ ମିଳିବା ଏବଂ ଦୁଷ୍କର୍ମକାରୀଙ୍କୁ ଫାଶି ଦିଆଯିବା ଉପରେ ବ୍ୟାପକ ଚର୍ଚ୍ଚାର ଆବଶ୍ୟକତା ନେଇ ଜୋର୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

Advertisment

୯୮ ମିନିଟର ଦୀର୍ଘ ଅଭିଭାଷଣ ଭିତରେ ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ବିକଶିତ ଭାରତର ସଂକଳ୍ପ ଦୋହରାଇବା ସହ ଜି-ଟ୍ବେଣ୍ଟିର ସଫଳତା ପରେ ୨୦୩୬ ସୁଦ୍ଧା ଦେଶରେ ଅଲିମ୍ପିକ୍ସ ଆୟୋଜନ ଆମର ଲକ୍ଷ୍ୟ ବୋଲି କହିଛନ୍ତି। ସେହପରି ଆଗାମୀ ୫ ବର୍ଷରେ ଦେଶରେ ୭୫ ହଜାର ମେଡିକାଲ ସିଟ୍ ସୃଷ୍ଟି କରାଯିବା ନେଇ ବଡ଼ ସୂଚନା ଦେଇଛନ୍ତି।

ଅଭିଭାଷଣରେ ଭ୍ରଷ୍ଟାଚାର ଓ ପରିବାରବାଦ ଉପରେ ବି କଡ଼ା ପ୍ରହାର କରିଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି ଦୁର୍ନୀତି ବିରୋଧୀ ଲଢ଼େଇ ପାଇଁ ମୋତେ ବହୁ ମୂଲ୍ୟ ଦେବାକୁ ପଡ଼ୁଥିଲେ ବି ଦେଶ ହିତରେ ଏ ଲଢ଼େଇ ଜାରି ରହିବ, ଲୋକଙ୍କ ଅର୍ଥ ଲୁଟିବାକୁ ଦିଆଯିବନି। ଏଥିସହ ବାଂଲାଦେଶ ସ୍ଥତିକୁ ନେଇ ବି ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସହ ସେଠାରେ ହିନ୍ଦୁ ଓ ଅଳ୍ପସଂଖ୍ୟକଙ୍କ ସୁରକ୍ଷା ସୁନିଶ୍ଚିତ ହେବା ଉଚିତ୍ ବୋଲି କହିଛନ୍ତି।

କ୍ରମାଗତ ୧୧ ଥର ଲାଗି ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସବୁଥର ଭଳି ଏଥର ମଧ୍ୟ ସଂପୂର୍ଣ୍ଣ ସ୍ବଦେଶୀ ପୋଷାକ ସହ ମୁଣ୍ଡରେ ଲାଲ ପଗଡ଼ି ବାନ୍ଧି ଲାଲକିଲ୍ଲା ଆସିଥିଲେ ମୋଦି। ତ୍ରିରଙ୍ଗା ଉତ୍ତୋଳନ ବେଳେ ଆକାଶରୁ ପୁଷ୍ପ ବର୍ଷା କରିଥିଲେ ବାୟୁସେନା ହେଲିକପ୍ଟର। ଦେଶବାସୀଙ୍କୁ ଉଦବୋଧନ ଦେବା ପରେ ଲାଲକିଲ୍ଲାରୁ ଓହ୍ଲାଇ ଉପସ୍ଥିତ ଛାତ୍ରଛାତ୍ରୀ ଓ ଯୁବ ଶକ୍ତିଙ୍କ ଗହଣକୁ ଯାଇ କିଛି ସମୟ ବିତାଇଥିଲେ ପ୍ରଧାନମନ୍ତ୍ରୀ।

Narendra Modi PM Modi PM Narendra Modi Independence Day
Advertisment
Advertisment