Advertisment

IIC-ଦୁଇ ହୋମଗାର୍ଡଙ୍କ ନାଁରେ NDPS ଆକ୍ଟରେ ମାମଲା

ତତ୍କାଳୀନ ଫିରିଙ୍ଗିଆ ଥାନା IIC ତପନ କୁମାର ନାହାକଙ୍କ ନିର୍ଦ୍ଦେଶ କ୍ରମେ ଥାନାର ଦୁଇ ହୋମଗାର୍ଡ଼ ପ୍ରଶାନ୍ତ କୁମାର ପାତ୍ର ଓ ରବୀନ୍ଦ୍ର କୁମାର ନାୟକ ପୋଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା।

author-image
Satyendu Shekher Mishra
Ganja

Ganja

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାର ତତ୍କାଳୀନ IIC ଓ ଦୁଇ ହୋମଗାର୍ଡଙ୍କ ନାଁରେ NDPS ଆକ୍ଟରେ ରୁଜୁ ହେଲା ମାମଲା। କନ୍ଧମାଳ ଅତିରିକ୍ତ SP ଲଳିତ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଆଧାରରେ ଫିରିଙ୍ଗିଆ ଥାନାରେ ଏହି ମାମଲା ରୁଜୁ ହୋଇଛି। ତତ୍କାଳୀନ ଫିରିଙ୍ଗିଆ ଥାନା IIC ତପନ କୁମାର ନାହାକଙ୍କ ନିର୍ଦ୍ଦେଶ କ୍ରମେ ଥାନାର ଦୁଇ ହୋମଗାର୍ଡ଼ ପ୍ରଶାନ୍ତ କୁମାର ପାତ୍ର ଓ ରବୀନ୍ଦ୍ର କୁମାର ନାୟକ ପୋଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା।

Advertisment

ଏହାକୁ ନେଇ ସ୍ଥାନୀୟ ଲୋକେ ତାତିବା ସହ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଧାରଣା ଦେଇଥିଲେ। ଏହି ଘଟଣାକୁ ପରେ ଥାନା ପୋଡ଼ି ଓ ପୋଲିସ ଉପରେ ମରଣାନ୍ତକ ଆକ୍ରମଣ ବି ହୋଇଥିଲା। ଏହି ଘଟଣାରେ ପୋଲିସ ୨୪ ଜଣଙ୍କୁ ଗିରଫ କରିଥିଲା। ପରେ ଆଇଆଇସିଙ୍କୁ ବଦଳି ଓ ନିଲମ୍ବନ ସହ ଦୁଇ ହୋମଗାର୍ଡଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା।

ତେବେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ସହ ସେମାନଙ୍କ ଗିରଫ ଦାବି କରି ଆସନ୍ତା 28 ତାରିଖରେ ଫୁଲବାଣୀରେ ବିରାଟ ଶୋଭାଯାତ୍ରା ସହ ମହାସମାବେଶ କରିବାକୁ ଡାକରା ଦେଇଥିଲା କନ୍ଧମାଳ ମିଳିତ ମଞ୍ଚ। ଏବେ ପୋଲିସ ମାମଲା ରୁଜୁ କରିବା ପରେ ମିଳିତ ମଞ୍ଚ ଏହାର ପ୍ରସ୍ତାବିତ ମହାସମାବେଶକୁ ସ୍ଥଗିତ ରଖିଥିବା ସୂଚନା ଦେଇଛି।

Advertisment

Ganja Iic
Advertisment
Advertisment