• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ । ଏସିପି, ଇନ୍ସପେକ୍ଟର, SI ସ୍ତରରେ ଅଦଳବଦଳ । ଜଣେ ଏସିପି, ୭ ଇନ୍ସପେକ୍ଟର ଏବଂ ୩୦ ସବ୍ଇନ୍ସପେକ୍ଟରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । କଟକ ଡିଆଇବି ଏସିପି ଥିବା ସତ୍ୟରଂଜନ ମଲ୍ଲିକଙ୍କୁ IUCAWକୁ ବଦଳି କରାଯାଇଥିବା ବେଳେ ଇନ୍ସପେକ୍ଟର କୃଷ୍ଣପ୍ରସାଦ ଦାସଙ୍କୁ କଟକ ଡିଆଇବିକୁ ବଦଳି କରାଯାଇଛି ।

ସେହିଭଳି ଇନ୍ସପେକ୍ଟର ରୀନା ଦାସଙ୍କୁ କଟକ ସଦର ଥାନା ଅତିରିକ୍ତ IIC ଭାବେ ନିଯୁକ୍ତି ଦିଆଯାଇଛି । ସେପଟେ ବିଜୟ କୁମାର ବାରିକଙ୍କୁ ସହିଦ ନଗର ଥାନା ଅତିରିକ୍ତ IIC ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ସୁଚିତ୍ରା ପରିଡ଼ାଙ୍କୁ ନୟାପଲ୍ଲୀ ଥାନା ଅତିରିକ୍ତ ଆଇଆଇସି ଭାବେ ନିଯୁକ୍ତି କରାଯାଇଛି ।