ହକି ବିଶ୍ୱକପ୍ ଆୟୋଜନ ପାଇଁ କୋଟି କୋଟି ଖର୍ଚ୍ଚ । କାହା ସ୍ୱାର୍ଥରେ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର ? ଗତଥର ୬୭ କୋଟି, ଏଥର ପ୍ରାୟ ୧୧ ଶହ କୋଟି । ଡିଏମ୍ଏଫ୍ ଫଣ୍ଡ ବିନିଯୋଗ ଉପରେ ବର୍ଷିଲେ ବିରୋଧୀ
ଦ୍ୱିତୀୟ ଗୋଲ୍ ଦେଲେ ହାର୍ଦ୍ଦିକ ସିଂହ । ଅମିତ ରୋହିଦାସ ଦେଇଥିଲେ ପ୍ରଥମ ଗୋଲ୍ ।
ସ୍ପେନ୍ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ହାଇଭୋଲଟେଜ୍ ମ୍ୟାଚକୁ ଅପେକ୍ଷା କରିଛନ୍ତି ହକିପ୍ରେମୀ ।
ଚଳିତ ବିଶ୍ୱକପ୍ ତାଜ୍ ପାଇଁ ବିଶ୍ୱର ବଛା ବଛା ୧୬ଟି ଦଳ ମଧ୍ୟରେ ଖେଳାଯିବ ମୋଟ୍ ୬୪ଟି ମ୍ୟାଚ୍।
ସାରା ରାଜ୍ୟରେ ହକି ମାନିଆ । ଗାଁରୁ ସହର, ସବୁଠି ଉତ୍ସବ ମୁଖର ପରିବେଶ ।
ପ୍ରତି ଓ୍ୱାର୍ଡରେ ମଧ୍ୟ ଏଲଇଡି ସ୍କ୍ରିନ୍ର ବ୍ୟବସ୍ଥା ହୋଇଛି ।
ବଲିଉଡ୍ ସୁପରଷ୍ଟାର ରଣବୀର ସିଂ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ ଏବଂ ଅଭିନେତ୍ରୀ ଦିଶା ପଟ୍ଟାନିଙ୍କ ସମେତ ବ୍ଲାକ ସ୍ୱାନ୍ ଗ୍ରୁପ୍ ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ହେବେ। ଓଲିଉଡ୍ ଷ୍ଟାର୍ କପଲ୍ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଜବରଦସ୍ତ ଡ୍ୟାନ୍ସ ବି ଦେଖିବାକୁ ମିଳିବ।
ସୁନ୍ଦରଗଡ଼ ଜିଲ୍ଲାରେ ୨୦ ବର୍ଷ ହେଲା ସରୁନି ଜନହିତକାରୀ କାମ ।
ଝୁମିଲାଣି କଟକ, ସଜେଇ ହୋଇଛି ଭୁବନେଶ୍ୱର। ବିଶ୍ୱକପ୍ ହକିକୁ ନେଇ ମତୁଆଲା ହେଲାଣି ଟ୍ୱିନ୍ ସିଟି। ଆସନ୍ତାକାଲିର ଗ୍ରାଣ୍ଡ ପ୍ରୋଗାମ୍ ପାଇଁ ବାରବାଟୀ ଷ୍ଟାଡିୟମ୍ ପ୍ରସ୍ତୁତ।
ଟିକେଟ୍ ମିଳିଥିଲେ ମ୍ୟାଚ୍ ଦେଖିବେ ଆଉ ଟିକେଟ୍ ନଥିଲେ ବି କରିହେବ ସେଲିବ୍ରେସନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ହୋଇଛି ଓଲି ଲ୍ୟାଣ୍ଡ। ଆଖି ଝଲସାଇଲା ଭଳି ଲାଇଟ୍ ସାଙ୍ଗକୁ ମନ ମୋହିଲା ଭଳି ପରିବେଶ। ଯେଉଁ ଦିନ ମ୍ୟାଚ୍ ନଥିବା ସେଦିନ ଏଠିକି ଯେ କୌଣସି ଲୋକ ଯାଇପାରିବେ।
ହକି ବିଶ୍ୱକପ୍ ଆଳରେ ବ୍ରାଣ୍ଡ ନବୀନର ପ୍ରଚାର ପାଇଁ କି କସରତ୍ ?
ବିଶ୍ୱକପ୍ ହକିରେ ଟ୍ରାଫିକ୍ ଟେନ୍ସନ୍ । ବଢ଼ିଲା କମିଶନରେଟ୍ ପୋଲିସର ଚିନ୍ତା ।
ଆବୁଡା ଖାବୁଡା ଖାଲ ଢିପ ଭରା ମାଟି ପଡିଆ, ତାରି ଭିତରେ ୬ ଖଣ୍ଡ କାଠରେ ତିଆରି ହୋଇଛି ଗୋଲ ପୋଷ୍ଟ । ହାତରେ ଖଣ୍ଡିଏ ଖଣ୍ଡିଏ ହକି ଷ୍ଟିକ୍ ଧରି ସେଠାରେ ଅଭ୍ୟାସ କରୁଛନ୍ତି ଖେଳାଳି । ସୁନ୍ଦରଗଡ଼ ବାଲିଶଙ୍କରା ବ୍ଳକ୍ର ଲୁଲକିଡିହି ଗାଁ, ଏହି ଗାଁରୁ ହିଁ ବାହାରିଛନ୍ତି ଇଗ୍ନେସ ତିର୍କି, ପ୍ରବୋଧ ତିର୍କି ଏବଂ ଦୀପଗ୍ରେସ ଏକ୍କାଙ୍କ ଭଳି ଅଲିମ୍ପିଆନ୍ ।
ସୁନ୍ଦରଗଡ଼ର ଲୁଲକିଡିହି ଗାଁକୁ ଅଣଦେଖା । ଜିଲ୍ଲାର ୧୭ ବ୍ଲକ୍ରେ ହୋଇଛି ଆଷ୍ଟ୍ରୋଟର୍ଫ ଷ୍ଟାଡିୟମ୍ ।
ଓଡ଼ିଶା ଫେରିଲା ବିଶ୍ୱକପ ହକି ଟ୍ରଫି। ୧୩ଟି ରାଜ୍ୟ ଓ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଭ୍ରମଣ କରି ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା ଟ୍ରଫି। ବିମାନ ବନ୍ଦରରେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଏବଂ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା ଟ୍ରଫିକୁ ସ୍ୱାଗତ କରିଥିଲେ।
ସାରା ରାଜ୍ୟରେ ଧିରେ ଧିରେ ଚଢୁଛି ହକି ଫିଭର୍ । ସଜେଇ ହେଉଛି ରାଜଧାନୀ । ଗାଁ ଗାଁରେ ଲାଗିଲାଣି ବିଶ୍ୱକପ୍ ହକି ପୋଷ୍ଟର ଆଉ ପୋଷ୍ଟରରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ । ନବୀନଙ୍କ ଫଟୋ ସହ ଟ୍ରଫି ଓ ମାସ୍କଟ ଓଲିର ଫଟୋ ବି ବିଭିନ୍ନ ସ୍ଥାନରେ ଛାଇ ଗଲାଣି । ଜାନୁଆରୀ ୧୧ରେ କଟକ ବାରବାଟୀ ଷ୍ଟାଡିୟମ୍ରେ ରଖାଯାଇଛି ଗ୍ରାଣ୍ଡ ଓପନିଂ ସେରିମନି । ଏଠାକୁ ବଲିଉଡ୍ ଷ୍ଟାର ରଣବୀର ସିଂ, ଅଭିନେତ୍ରୀ ଦିଶା ପଟାନୀ, ସଂଗୀତକାର ପ୍ରୀତମ ଆସିବେ ବୋଲି ଚର୍ଚ୍ଚା ହେଉଛି ।
ହକି ବିଶ୍ୱକପ୍ ଆଳରେ ବ୍ରାଣ୍ଡ ନବୀନର ପ୍ରମୋସନ ଫନ୍ଦି ।
ହକିପ୍ରେମୀଙ୍କୁ ଟିକଟ୍ ଟେନସନ୍ ଅଫଲାଇନ୍ ଟିକଟ୍ ବିକ୍ରି ବେଳେ ଅରମ୍ଭରୁ ଅବ୍ୟବସ୍ଥା ।
ପୂର୍ବତନ ଫୁଲ୍ ବ୍ୟାକ୍ ୪୪ ବର୍ଷିୟ ର୍ତିକୀ ବର୍ତ୍ତମାନ ଓଡିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି।
ଟୋକିଓ ଅଲିମ୍ପିକ୍ସରେ ଐତିହାସିକ କାଂସ୍ୟ ଜିତିବା ପରେ ଭାରତୀୟ ପୁରୁଷ ହକି ଟିମ୍ ଚଳିତ ସିଜନ୍ର ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ତୃତୀୟ ସ୍ଥାନରେ ରହିଥିଲା। ଯଦି ଭାରତୀୟ ଖେଳାଳି ପୂର୍ଣ୍ଣ ସାମର୍ଥ୍ୟ ସହ ଖେଳନ୍ତି, ତା’ହେଲେ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କୁ ସ୍ୱର୍ଣ୍ଣ ଜିତିବାରୁ କେହି ଅଟକାଇ ପାରିବେନି।
ସୁପର ୪ରେ ପ୍ରବେଶ କରିବା ପାଇଁ ଭାରତକୁ ଯେମିତି ହେଲେ ବି ଏହି ମ୍ୟାଚକୁ ୧୫ ଗୋଲ ବ୍ୟବଧାନରେ ଜିତିବାର ଥିଲା । ଭାରତର ଏହି ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ ଅନ୍ୟତମ ଓଡିଆ ଖେଳାଳି ଦୀପସାନ ର୍ତିକୀ ।
ରୋହିଦାସଙ୍କ ସହ ଓଡ଼ିଶାର ଶିଳାନନ୍ଦ ଲାକ୍ରା ବି ଦଳରେ ସାମିଲ ହୋଇଛନ୍ତି ।
ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମିତ ଲିଲିମା ୨୦୧୧ରେ ଆର୍ଜେଣ୍ଟିନାରେ ଆୟୋଜିତ ଚତୁଃରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ଲାଗି ଭାରତୀୟ ଦଳ ପକ୍ଷରୁ ଖେଳିଥିଲେ ।