• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

୭ ବର୍ଷ ପରେ ପୁଣି ଫେରିଲା ହକି ଇଣ୍ଡିଆ ଲିଗ୍ । ପୁଣି ଥରେ ଆରମ୍ଭ ହେବ ହକିର ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ । ଆସନ୍ତା ଡିସେମ୍ବର ୨୮ ତାରିଖରୁ ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ହକି ଇଣ୍ଡିଆ ଲିଗର ୨୦୨୪-୨୫ ସିଜନ । ଏଥିପାଇଁ ଆସନ୍ତା ୧୩ରୁ ୧୫ ତାରିଖରେ ଦିଲ୍ଲୀରେ ହେବ ଖେଳାଳି ନିଲାମୀ ।

ଏଥର ଏଚଆଇଏଲରେ ପୁରୁଷ ବର୍ଗରେ ୮ଟି ଟିମ୍ ସାମିଲ ହୋଇଥିବା ବେଳେ ମହିଳା ବର୍ଗରେ ୬ଟି ଟିମ୍ ଖେଳିବେ । ଓଡ଼ିଶାର ରାଉରକେଲାରେ ପୁରୁଷ ଓ ଝାଡଖଣ୍ଡର ରାଞ୍ଚିରେ ଖେଳାଯିବ ମହିଳା ଲିଗର ସବୁ ମ୍ୟାଚ । ପୁରୁଷ ବର୍ଗରେ ୮ଟି ଯାକ ଟିମକୁ ବିଭିନ୍ନ ଫ୍ରାଞ୍ଚାଇଜି କିଣିସାରିଛନ୍ତି । ସେହିପରି ମହିଳା ବର୍ଗରେ ୪ଟି ଟିମ ଘୋଷଣା ହୋଇଛି ।

ଆଉ ଦୁଇଟି ଦଳ ପରେ ଘୋଷଣା କରାଯିବ । ଓଡ଼ିଶାର ଉଭୟ ମହିଳା ଓ ପୁରୁଷ ଟିମ୍ ରହିବେ । ଓଡ଼ିଶାର ପୁରୁଷ ଟିମକୁ ବେଦାନ୍ତ ଲିମିଟେଡ୍ କିଣିଥିବା ବେଳେ ମହିଳା ବର୍ଗରେ ନାଭୋୟାମ୍ ସ୍ପୋର୍ଟସ । ପୁରୁଷ ବର୍ଗରେ ଓଡ଼ିଶା ବ୍ୟତୀତ ଚେନ୍ନାଇ, ଲକ୍ଷ୍ନୌ, ପଞ୍ଜାବ, ହରିୟାଣା, ୱେଷ୍ଟବେଙ୍ଗଲ, ଦିଲ୍ଲୀ, ହାଇଦ୍ରାବାଦ ଏବଂ ରାଞ୍ଚି ଦଳ ରହିଛି ।

ସେହିପରି ମହିଳା ବର୍ଗରେ ହରିଆଣା, ୱେଷ୍ଟବେଙ୍ଗଲ, ଦିଲ୍ଲୀ, ଓଡ଼ିଶା ସମେତ ଆଉ ଦୁଇଟି ଦଳ ରହିବେ । ପ୍ରତି ଦଳରେ ରହିବେ ୨୪ ଜଣ ଖେଳାଳି । ଏମାନଙ୍କ ମଧ୍ୟରେ ୧୬ଜଣ ଭାରତୀୟ ଏବଂ ୮ ଜଣ ବିଦେଶୀ ଖେଳାଳି ରହିବେ । ଡିସେମ୍ବର ୨୮ ତାରିଖରେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗର ଆସନ୍ତା ସଂସ୍କରଣର ଉଦଘାଟନୀ ସମାରୋହ ହେବ ।

ଆଉ ୧ ତାରିଖରେ ଏଠାରେ ପୁରୁଷ ଟିମର ଫାଇନାଲ ଖେଳାଯିବ । ସେହିପରି ମହିଳା ଲିଗର ଫାଇନାଲ ଜାନୁୟାରୀ ୨୬ରେ ରାଞ୍ଚିରେ ଖେଳାଯିବ ।

OTV is now on Whatsapp

Join and get latest news update delivered to you via whatsapp

Join Now