/odishatv-khabar/media/post_attachments/uploadimage/library/16_9/16_9_0/dada_1756106924.jpg)
dada
କ୍ରିକେଟ୍ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ ତାଙ୍କର ନୂଆ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। ଏସ୍ଏ୨୦ର ଚତୁର୍ଥ ସିଜନ୍ ୨୬ ଡିସେମ୍ବର ୨୦୨୫ରୁ ଆରମ୍ଭ ହେଉଛି। ଏଥିରେ ସେ ପ୍ରିଟୋରିଆ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ଭୂମିକାରେ ନଜର ଆସିବେ। ‘ଦାଦା’ଙ୍କ ପୂର୍ବରୁ ଏହି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ପୂର୍ବତନ ଇଂଲିଶ୍ କ୍ରିକେଟର ଜୋନାଥନ୍ ଟ୍ରଟ୍ଙ୍କ କାନ୍ଧରେ ଥିଲା। କିନ୍ତୁ ଆଗାମୀ ସିଜନ୍ରେ ଏବେ ସୌରଭ ଗାଙ୍ଗୁଲୀ ଏହି ଦାୟିତ୍ବ ତୁଲାଇବେ ।
ଗତ ଦୁଇ ସିଜନ୍ରେ ପ୍ରିଟୋରିଆ କ୍ୟାପିଟାଲ୍ସ କିଛି କମାଲ କରିପାରି ନାହିଁ । ଏସ୍ଏ୨୦ର ଗତ ଦୁଇ ସିଜନ୍ ୨୦୨୩-୨୪ ଏବଂ ୨୦୨୪-୨୫ରେ ପ୍ରିଟୋରିଆ କ୍ୟାପିଟାଲ୍ସର ପ୍ରଦର୍ଶନ କିଛି ଖାସ୍ ନଥିଲା। ଟିମ୍ ଦୁଇଥର ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା। ଏହି କାରଣରୁ ଆଗାମୀ ସିଜନ୍ ପାଇଁ ଫ୍ରାଞ୍ଚାଇଜି ଏହି ବଡ଼ ପରିବର୍ତ୍ତନ କରିଛି। ‘ଦାଦା’ଙ୍କ ତତ୍ତ୍ଵାବଧାନରେ ନିଶ୍ଚିତ ଭାବେ ଟିମ୍ର ଭାଗ୍ୟ ବଦଳିବ। କିନ୍ତୁ ହେଡ୍ କୋଚ୍ ଭାବରେ ସେ ଏପର୍ଯ୍ୟନ୍ତ କେବେ କାମ କରି ନାହାନ୍ତି।
୫୩ ବର୍ଷୀୟ ଗାଙ୍ଗୁଲୀ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ବଙ୍ଗଳା କ୍ରିକେଟ୍ ସଂଘର ଅଧ୍ୟକ୍ଷ ଥିଲେ।ଏହାପରେ ଆଇପିଏଲ୍ର ପ୍ରସିଦ୍ଧ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସରେ ସେ ମେଣ୍ଟର୍ ଭାବରେ ଯୋଗଦାନ ଦେଇଥିଲେ। ଯଦିଓ ବିସିସିଆଇର ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ସେ ଶୀଘ୍ର ଫ୍ରାଞ୍ଚାଇଜିର ସାଥ୍ ଛାଡ଼ି ଦେଇଥିଲେ।
ସୌରଭ ଗାଙ୍ଗୁଲୀଙ୍କର ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର୍ ବିଷୟରେ କହିବାକୁ ଗଲେ ସେ ଦେଶ ପାଇଁ ମୋଟ୍ ୧୧୩ ଟେଷ୍ଟ ଏବଂ ୩୧୧ ଦିନିକିଆରେ ଖେଳିବାରେ ସଫଳ ହୋଇଥିଲେ। ଏହି ସମୟରେ ତାଙ୍କ ବ୍ୟାଟ୍ରୁ ଟେଷ୍ଟର ୧୮୮ ଇନିଂସରେ ୪୨.୧୮ର ହାରାହାରିରେ ୭୨ ୧୨ ଏବଂ ଓଡ଼ିର ୩୦୦ ଇନିଂସରେ ୪୦.୭୩ର ହାରାହାରିରେ ୧୧୩୬୩ ରନ୍ ବାହାରିଥିଲା। ଗାଙ୍ଗୁଲୀଙ୍କ ନାମରେ ଟେଷ୍ଟ କ୍ରିକେଟରେ ଏକ ଡବଲ୍ ଶତକ, ୧୬ ଶତକ ଏବଂ ୩୫ ଅର୍ଦ୍ଧଶତକ ରେକର୍ଡ ହୋଇଛି। ଏହା ବ୍ୟତୀତ ଦିନିକିଆରେ କ୍ରିକେଟ୍ ପ୍ରେମୀମାନଙ୍କୁ ତାଙ୍କ ବ୍ୟାଟ୍ରୁ ୨୨ ଶତକ ଏବଂ ୭୨ ଅର୍ଦ୍ଧଶତକ ଦେଖିବାକୁ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)