• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଠିନ ପରିଶ୍ରମ କରିବାକୁ ପଡ଼ୁଛି, ହେଲେ ପରିଶ୍ରମ ଅନୁସାରେ ଫଳ ମିଳୁ ନାହିଁ । ଯାହାକୁ ନେଇ ଚିନ୍ତାରେ କାଇଁସ କାରିଗର । ଅବ୍ୟବହୃତ ଭାବେ ପଡିରହିଥିବା କାଇଁସ ଘାସ ଏବେ ରୋଜଗାରର ମାଧ୍ୟମ ପାଲଟିଛି । କାଇଁସରୁ ବିଭିନ୍ନ ପ୍ରକାରର କଳାକୃତି ତିଆରି କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା । ପରିଶ୍ରମ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି ମହିଳା । ଭଳି କି ଭଳି ଜିନିଷ କରି ଯେନତେନ ପ୍ରକାରରେ ବିକ୍ରି କରି ମନକୁ ବୁଝାଇ ନେଉଛନ୍ତି । କିନ୍ତୁ କୌଣସି ସରକାରୀ ସହାୟତା ମିଳୁନଥିବାରୁ ମନରେ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧାବଲ୍ଲଭଃପୁର ପଞ୍ଚାୟତରେ ବହୁ ପରିମାଣରେ ଉତ୍ପାଦନ ହୁଏ କାଇଁସ । ଗାଁରେ ପ୍ରାୟତଃ ଶତାଧିକରୁ ଅଧିକ ପରିବାର ପ୍ରସ୍ତୁତ କରୁଥିବା କାଇଁସର କଳାକୃତିର ଏବେ ବେଶ ଡିମାଣ୍ଡ ରହିଛି । ଏଥିରେ ଘରର ପାଛିଆ, ଟୋକେଇ, ପେନ ଷ୍ଟାଣ୍ଡ ଠାରୁ ନେଇ ଫୁଲ ଚାଙ୍ଗୁଡ଼ି ପର୍ଯ୍ୟନ୍ତ ପ୍ରସ୍ତୁତ ହେଉଛି । ପ୍ରସ୍ତୁତ ହେଉଥିବା ସାମଗ୍ରୀର କଞ୍ଚାମାଲ ସବୁଠି ଉପଲବ୍ଧ । କଞ୍ଚାମାଲ ପାଇଁ ଟଙ୍କାଟିଏ ମଧ୍ୟ ଆବଶ୍ୟକତା ନାହିଁ । ଯେଉଁ ଜିନିଷକୁ ଆମେ ଅବ୍ୟବହୃତ ଭାବୁଛନ୍ତି, ସେହି ସାମଗ୍ରୀ ପାଇଁ ଏମିତି କଳାକୃତି ତେବେ ଏହି କଞ୍ଚାମାଲ ହେଉଛି ବିଲର ବିଣା । ଆଉ ବିଣା ଗଛରୁ ସଂଗୃହିତ ହୁଏ ଏହି କାଇଁସ । ଗାଁ ଗହଳିରେ ଏହି କାଇଁସ ବିନା ମୂଲ୍ୟରେ ବହୁ ପରିମାଣରେ ମିଳେ ।

ପୂର୍ବରୁ ଗାଁ ଗଣ୍ଡାରେ ଲୋକମାନେ ଏହି କାଇଁସରେ ବିଭିନ୍ନ ପ୍ରକାରର ସୁନ୍ଦର ଜିନିଷ ତିଆରି କରି ପରିବାର ଚଳାଉଥିବା ବେଳେ ଏବେ ମଧ୍ୟ କାଇଁସ ଘାସ ରୋଜଗାରର ମାଧ୍ୟମ ପାଲଟିଛି । କାଇଁସରେ ବିଭିନ୍ନ ପ୍ରକାରର କଳାକୃତି ଜିନିଷ ତିଆରି କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା । କିନ୍ତୁ ମିଳୁନାହିଁ ପାରିଶ୍ରମିକ ମୂଲ୍ୟ ଯେଉଁଥିପାଇଁ ଚିନ୍ତାରେ ଗାଁରେ ଅନେକ ପରିବାର ।

ଏହି କାଇଁସକୁ ଗାଁର ଲୋକମାନେ ମାନେ ବିଲରୁ ସଂଗ୍ରହ କରି ଖରାରେ ଶୁଖାଇଥାନ୍ତି । ଶୁଖିଲା ପରେ ଆବଶ୍ୟକ ଅନୁଯାୟୀ ରଙ୍ଗ ପାଣିରେ ଫୁଟାଇ ରଙ୍ଗୀନ କରିଥାନ୍ତି ପରେ ତିଆରି କରନ୍ତି ବିଭିନ୍ନ ସାମଗ୍ରୀ । ଷୋଳଗାଁରେ ବ୍ୟାପକ ଭାବେ ଏହି ସାମଗ୍ରୀ ପ୍ରସ୍ତୁତ ହୁଏ, ଆଗକୁ ଆହୁରି ନୂଆ ନୂଆ ସାମଗ୍ରୀ ପ୍ରସ୍ତୁତ କରାଯିବ । ଏହି ସବୁ କାଇଁସରେ ତିଆରି ହୋଇଥିବା ସୁନ୍ଦର ଜିନିଷକୁ ବିଭିନ୍ନ ଜିଲ୍ଲାରର ବ୍ୟବସାୟୀ ମାନେ ଆସି ଅଳ୍ପ ମୂଲ୍ୟ ଦେଇ ଏହି ଜିନିଷକୁ ନେଇଥାନ୍ତି ।

ବଜାରେ ଏହାର ଚାହିଦା ବେଶ ଭଲ ରହିଛି ବୁଣାକାର ମାନେ କହନ୍ତି ସରକାର ଗ୍ରାମାଞ୍ଚଳରେ ଏଭଳି କାମକୁ ଯଦି କିଛି ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଅନ୍ତେ । ଦୁଃଖ ଦୁର୍ଦ୍ଦଶା ଭିତରେ ଦିନ କାଟୁଥିବା ପରିବାର ଭଲେ ନିଜ ପରିବାର ପ୍ରତି ପୋଷଣ କରିପାରନ୍ତେ ଆଗକୁ କିପରି ସରକାରୀ ସହାୟତା ପାଇ ଉପକୃତ ହୋଇପାରିବେ, ସେଥିପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।