ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୧,୪୪୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୫୭,୫୦୦ ଟଙ୍କା ରହିଛି। ଗତକାଲି ତୁଳନାରେ ଆଜି ସୁନା ଓ ରୁପା ଦରରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି।
ଗ୍ଲୋବାଲ୍ ମାର୍କେଟ୍ରେ ସୁନା ଦରରେ ବଡ଼ ଧରଣର ହ୍ରାସ ଯୋଗୁ ଭାରତୀୟ ବଜାରରେ ମଧ୍ୟ ଦାମ୍ ହ୍ରାସ ପାଇଛି। ଆଜି ସକାଳେ MCXରେ ୨୪ କ୍ୟାରେଟ୍ ସୁନା ୨୫୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୯,୯୫୮ ଟଙ୍କାରେ କାରବାର ଚାଲିଥିଲା।
ଯଦି ଆପଣ ଏବେ ସୁନା କିଣିବା ପାଇଁ ଚାହୁଁଛନ୍ତି ତା’ହେଲେ ଆପଣ ଅଲ୍ ଟାଇମ୍ ରେକର୍ଡ ଦାମ୍ ଠାରୁ ଶସ୍ତାରେ ପାଇପାରିବେ। କାରଣ ଅଲ୍ ଟାଇମ୍ ରେକର୍ଡ ତୁଳନାରେ ଏବେ ଆପଣଙ୍କୁ ପ୍ରତି ୧୦ ଗ୍ରାମକୁ ୪,୮୯୦ ଟଙ୍କା ଶସ୍ତାରେ ସୁନା ମିଳିବ।
ଗତ ସପ୍ତାହରେ ଲଗାତାର ଭାବେ ସୁନା ଦର ହ୍ରାସ ପାଇଥିବା ବେଳେ ଆଜି ପୁଣି ସୁନା ଓ ରୁପା ଦର ବୃଦ୍ଧି ଘଟିଛି। ୨୪ କ୍ୟାରେଟ୍ ସୁନା ୨୪୮ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମକୁ ୫୦,୩୫୫ ଟଙ୍କାରେ ପହଞ୍ଚିଛି।
କିଛିଦିନ ସୁନା ଓ ରୁପା ଦର ବୃଦ୍ଧି ପାଇବା ପରେ ପୁଣି ଏହି ଦର ହ୍ରାସ ପାଇଛି। ଆଜି ପୁଣି ଏହା ହ୍ରାସ ପାଇଛି। ସୁନା ଦର ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୫୦,୬୫୬ ଟଙ୍କାରେ ପହଞ୍ଚିଛି।