Advertisment

Gold Rate: ଲଗାମଛଡା ସୁନା ଦର, ୫ ଦିନରେ ୨୫୦୦ ବଢିଛି ସୁନା

ଲକ୍ଷେ ମୁହାଁ ହେଲାଣି ୨୨ କ୍ୟାରେଟ ସୁନା ।  ହୁ ହୁ ବଢୁଛି ଦାମ, ନିଇତି କରୁଛି ନୂଆ ରେକର୍ଡ । ବର୍ଷ ଶେଷ ସୁଦ୍ଧା ଦେଢ ଲକ୍ଷ ଛୁଇଁବ କି ସୁନା ଦର ?

author-image
Tapan Kumar Swain
Gold

Gold

ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩୦ ହଜାର ଟଙ୍କା ମହଙ୍ଗା ହେଲାଣି ସୁନା ଦର । ସେହିପରି ରୁପା ୩୭ ହଜାର ଟଙ୍କା ବଢିସାରିଲାଣି । ଆମେରିକାର ୫୦ ପ୍ରତିଶତ ଟାରିଫକୁ ନେଇ ଅନିଶ୍ଚିତତା ଭିତରେ ହୁ ହୁ ହୋଇ ବଢୁଛି ଏହି ବହୁମୂଲ୍ୟ ଧାତୁ ଦାମ ।

Advertisment

ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦାମ୍ ୧୦ ଗ୍ରାମ ପିଛା ୯୮ ହଜାର ୬୫୦ ଟଙ୍କାରେ ପହଞ୍ଚିଛି । ଆଉ ୨୪ କ୍ୟାରେଟ ସୁନା ୧ ଲକ୍ଷ ୭ ହଜାର ୬୨୦ ଟଙ୍କା ରହିଛି । ସେପ୍ଟେମ୍ବର ମାସର ପ୍ରଥମ ପାଞ୍ଚଦିନରେ ଭୁବନେଶ୍ୱରରେ ୨୫୦୦ ଟଙ୍କା ବଢିଛି ୨୨ କ୍ୟାରେଟ ସୁନା ଦର । ୨୪ କ୍ୟାରେଟ ୨୭୮୦ ଟଙ୍କା ବଢିଛି ।

୨୦୨୪ ଡିସେମ୍ବର ସୁଦ୍ଧା ସୁନା ଦାମ ୭୬ ହଜାର ୧୬୧ ଟଙ୍କା ଓ ରୁପା ୮୬ ହଜାର ୧୭ ଟଙ୍କା ଥିଲା । କିନ୍ତୁ ବର୍ତ୍ତମାନ ୨୨ କ୍ୟାରେଟ ସୁନା ୯୮ ହଜାର ପାର୍ କରି ଲକ୍ଷେ ମୁହାଁ ହୋଇଛି । ଯଦି ଏହି ବୃଦ୍ଧି ଜାରି ରହେ, ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ସୁନା ଦାମ ୧୦ ଗ୍ରାମ ପିଛା ପାଖାପାଖି ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି ।

Advertisment

ତେବେ ଖାଲି ଭୁବନେଶ୍ୱର ନୁହେଁ, ସାରା ବିଶ୍ୱରେ ମହଙ୍ଗା ହେଉଛି ସୁନା । ଦିଲ୍ଲୀରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧ ଲକ୍ଷ ୬ ହଜାର ୪୪୬ ଟଙ୍କାଥିବା ବେଳେ ରୁପା ଲକ୍ଷେ ୨୩ ହଜାର ୫୨୧ ଟଙ୍କାରେ ବିକ୍ରି ହେଉଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୩୬୪୦. ୧୦ ଡଲାରରେ ପହଞ୍ଚିଛି ।

ଅଧିକ ପଢ଼ନ୍ତୁ: ଆସିଲା ଶସ୍ତାର ସୁନାମୀ, ମୋଦି ସରକାରଙ୍କ ନବରାତ୍ରି ଭେଟିକୁ ନେଇ ଉତ୍ସାହ 

Gold Price In India Gold Price
Advertisment
Advertisment