/odishatv-khabar/media/post_attachments/uploadimage/library/16_9/16_9_0/GOLD_PRICE_1756905638.jpg)
GOLD PRICE
ଭାରତରେ ସୁନା କେବଳ ଏକ ବହୁମୂଲ୍ୟ ଧାତୁ ନୁହେଁ, ଏହାର ଆମର ସଂସ୍କୃତି, ପରମ୍ପରା ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ । ବିବାହ, ବ୍ରତ ହେଉ କି କୌଣସି ମାଙ୍ଗଳିକ କାର୍ଯ୍ୟ ସୁନା ଉପହାରରେ ଦେବାର ପରମ୍ପରା କାହିଁ କେଉଁ କାଳରୁ ଚାଲିଆସିଛି । ହେଲେ ଏହି ଧାତୁ ମୂଲ୍ୟରେ ଅହେତୁକ ବୃଦ୍ଧି ଗରିବଠୁ ମଧ୍ୟବିତ୍ତ ସମସ୍ତଙ୍କୁ କରୁଛନ୍ତି ହନ୍ତସନ୍ତ ।
ଚଳିତ ବର୍ଷ ଆରମ୍ଭରୁ ମହଙ୍ଗା ହେବାରେ ଲାଗିଛି ସୁନା । ଦାମ୍ କମିବ କଣ, ବରଂ ପ୍ରତିଦିନ ନୂଆ ନୂଆ ଶିଖର ଛୁଇଁଛି । ପୂର୍ବରୁ ୨୪ କ୍ୟାରେଟ ସୁନା ଲକ୍ଷେ ପାର୍ କରିଥିବା ବେଳେ ଏବେ ୨୨ କ୍ୟାରେଟ୍ ସୁନା ବି ଲକ୍ଷେ ମୁହାଁ । ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୫ ହଜାର ୮୮୦ ଟଙ୍କାରେ ପହଞ୍ଚିଛି । ୨୨ କ୍ୟାରେଟ୍ ଦାମ ୯୭ ହଜାର ୫୦ ଟଙ୍କା ରହିଛି । ୧ ଲକ୍ଷ ୩୬ ହଜାର ଟଙ୍କାରେ ପହଞ୍ଚିଛି ରୂପା ଦର ।
ଏ ବର୍ଷ ଜାନୁଆରୀରୁ ଏ ପର୍ଯ୍ୟନ୍ତ ୨୮ ହଜାର ଟଙ୍କାରୁ ଅଧିକ ବଢିଛି ୨୪ କ୍ୟାରେଟ ସୁନା ଦର । ରୂପା ୩୬୦୦୦ ହଜାର ଟଙ୍କାରୁ ଅଧିକ ମହଙ୍ଗା ହୋଇଛି ।
ହେଲେ କାହିଁକି କମୁନି ସୁନା ଦର ?
ବଜାର ବିଶେଷଜ୍ଞଙ୍କ ମୁତାବକ, ଆମେରିକାର ଟାରିଫ୍ ମାଡ଼, ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ସୁନାକୁ ନିବେଶର ସୁରକ୍ଷିତ ମାଧ୍ୟମ ଭାବୁଛନ୍ତି ନିବେଶକ । ଏହି ଧାତୁରେ ପ୍ରଚୁର ନିବେଶ କରୁଛନ୍ତି । ଯାହା ଦାମ ବଢାଉଛି । ସେହିପରି ଟ୍ରମ୍ପଙ୍କ ଟାରିଫ ଯୋଗୁଁ ଭୂରାଜନୈତିକ ଅସ୍ଥିରତା ଜାରି ରହିଛି । ଏହା ସୁନାର ମୂଲ୍ୟ ବଢାଉଛି । ବିଶ୍ୱ ବଜାରରେ ଏପରି ଅନିଶ୍ଚିତତା ଜାରି ରହିଲେ ଚଳିତ ବର୍ଷ ସୁନା ଦର ୧ ଲକ୍ଷ ୮ ହଜାର ଟଙ୍କା ହୋଇପାରେ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)