ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା । କାହିଁ କେତେ ବର୍ଷରୁ ଏହି ଯାତ୍ରା ଚାଲି ଆସୁଛି । ହେଲେ ଏହାର ଉପତ୍ତି ସ୍ଥଳ ଏବେ ଅଣଦେଖା । ମହୁରୀ ରାଜାଙ୍କ ଗଡ଼, ଯେଉଁଠି ଇଂରେଜଙ୍କ ବିରୋଧରେ ଯୁଦ୍ଧମ୍ ଦେହି ଡାକରା ଦିଆଯାଇଥିଲା ତାହା ଏବେ ଅବହେଳିତ…
ନିଜେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୋସିଆଲ୍ ମିଡିଆରେ ଦେଇଛି ଏ ସୂଚନା। ତେବେ ବଡ଼ କଥା। ହେଲା ଯେଉଁ ଜିଲ୍ଲାରୁ ଖୋଦ୍ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଛନ୍ତି ବାସ୍ତବରେ କଣ ସେ ଜିଲ୍ଲା ବିକାଶର ଶିଖର ଛୁଇଁଛି ? ଭାତ ହାଣ୍ଡିରୁ ଗୋଟିଏ ଚିପିଲା ନ୍ୟାୟରେ ଏବେ ଜାଣିବା ଦିଗପହଣ୍ଡି କଥା। ଯେଉଁଠୁ ଦୀର୍ଘ ୨୩ ବର୍ଷ ହେଲା ପ୍ରତିନିଧିତ୍ୱ କରୁଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଘାଟିଆମ୍ବ ଗାଁ। ଜଙ୍ଗଲ, ପାହାଡ଼ ଘେରା ଏ ଗାଁକୁ ଯିବାକୁ ରାସ୍ତା ନୁହେଁ ତ ମରଣଯନ୍ତାଟିଏ ଲମ୍ବିଛି।
ବିଜେପିର ନୂଆ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିପୁଳ ସ୍ୱାଗତ, ସମ୍ବର୍ଦ୍ଧନା । ଦାୟିତ୍ୱ ନେବା ପୂର୍ବରୁ ଭଦ୍ରକରେ ଶୋଭାଯାତ୍ରା । ଭଦ୍ରକ-ଭୁବନେଶ୍ୱର ରାସ୍ତାର ବିଭିନ୍ନ ଛକରେ ଦଳୀୟ କର୍ମୀ, ନେତାଙ୍କ ଭବ୍ୟ ସ୍ୱାଗତ । ଆଉ ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟାଳୟରେ ବ୍ୟାପକ ସମ୍ବର୍ଦ୍ଧନା ।
ନିକଟରେ ଛତ୍ରପୁରରେ ସ୍ଥାନୀୟ ବିଧାୟକ ସୁବାସ ବେହେରାଙ୍କୁ ବିରୋଧ କରି ତାଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ରଖିଛନ୍ତି ତାଙ୍କ ବିପକ୍ଷ ଗୋଷ୍ଠୀ । ଛତ୍ରପୁରର ପୂର୍ବତନ ଉପନଗରପାଳ ଲକ୍ଷ୍ମୀ ପାଢୀ ବିଧାୟକ ସୁବାସଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିବାରୁ ଦଳର ମୁଣ୍ଡବିନ୍ଧା ବଢ଼ିଛି ।
ପୂର୍ବରୁ ଗାଁ ସ୍ତ୍ରୀ ଲୋକମାନେ ପରିବା ଓ ଧାନ ଚାଷ କରି ଅଳ୍ପ ପରିମାଣରେ ରୋଜଗାର କରୁଥିଲେ। ହେଲେ କାବେରୀ ବିହନରେ ଭଲ ଲାଭ ହେଉଥିବା ଜାଣିବା ପରେ ସେହି ବିହନ ଆଣି କ୍ଷେତରେ ଚାଷ କଲେ। ଆଉ ସଠିକ୍ ଭାବରେ ରକ୍ଷଣବେକ୍ଷଣ ବି କଲେ...ଆଉ ତା’ପରେ କ୍ଷେତରେ ଫଳିଛି ସୁନାର ଫସଲ।
ନିର୍ବାଚନ ବେଳେ ସରପଞ୍ଚ ପ୍ରାର୍ଥୀ କଥା ଦେଇଥିଲେ, ଜିତିଲେ ଗାଁର ନିଜସ୍ୱ ଆମ୍ବୁଲାନ୍ସ ସେବା ଆରମ୍ଭ କରିବି। ସେ ନିର୍ବାଚନ ଜିତିଲେ। ଏବେ ପ୍ରତିଶ୍ରୁତି ମୁତାବକ, ନିଜ ପଞ୍ଚାୟତରେ ନିଜସ୍ୱ ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି।
ଗୋଟିଏ ଗାଁର ଦୁଇଟି ଗଛରେ ଯୁବକ, ଯୁବତୀଙ୍କ ମୃତଦେହ ଝୁଲୁଛି । ଗଞ୍ଜାମ ଜରଡା ଥାନା ସାମନ୍ତରାପୁରରେ ଗାଁରେ ଘଟିଛି ଏହି ହୃଦୟବିଦାରକ ଘଟଣା ।
ବିଷାକ୍ତ ଖାଦ୍ୟ ଖାଇ ଭାଇ ଭଉଣୀ ମୃତ, ମା ଗୁରୁତର । ଗଂଜାମ ଜିଲ୍ଲା ରମ୍ଭା ଥାନା ଗଡ଼ଗୁମା ଗାଁରେ ବିଷାକ୍ତ ଖାଦ୍ୟ ଖାଇ ଭାଇ, ଭଉଣୀଙ୍କର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରୁତର ଅଛନ୍ତି ।
ମେଡିକାଲ୍ରେ ଅବ୍ୟବସ୍ଥାର ଚିତ୍ର । ଜନନୀ ଯନ୍ତ୍ରଣା ସମୟରେ ବତି ଗୁଲ୍ । ଶେଷରେ ମୋବାଇଲ୍ ଲାଇଟ୍ ଓ ମହମବତୀ ଆଲୁଅରେ ହେଲା ପ୍ରସବ ।
ପୋଲିସ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ଗଞ୍ଜାମରୁ ସାମ୍ନାକୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଗଞ୍ଜାମ ଜରଡ଼ା ଥାନା ଧାଡିଆମ୍ବ ଗାଁର ରାହାସ ଶବର ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିବାକୁ ଯାଇିଥିବାବେଳେ, ପୋଲିସକୁ ବିରୋଧର କରିବାରୁ ମହିଳା ଜଣକ ଆକ୍ରମଣର ଶିକାର ହୋଇଲେ । ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି ।
ରାସ୍ତା ଉପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ପିଟିଲେ, ତୁମୁଳକାଣ୍ଡ ଭିଆଇଲେ । ଏଭଳି କିଛି ଘଟଣା ଘଟିଛି ଗଞ୍ଜାମ ପାତ୍ରପୁର ଥାନା ଅଞ୍ଚଳରେ । ମିଳିଥିବା ସୂଚନା ମୁତାବକ, ସ୍ଥାନୀୟ ଜଗଦେବପୁର ଗାଁରେ ବିଜେପି ଓ ବିଜେଡି କର୍ମୀ ପ୍ରଚାର କରୁଥିଲେ । ଏହି ସମୟରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ ।
ଗଂଜାମ ଧରାକୋଟ ବ୍ଲକ ଓଳମ୍ବାରେ ରାଜନୈତିକ ହିଂସା। ନିର୍ବାଚନ ପ୍ରଚାରରେ ନିୟୋଜିତ ଗାଡ଼ିକୁ ପୋଡ଼ି ଦେଲେ ବିପକ୍ଷ ଦଳର ଲୋକ । ଏନେଇ ବଡ଼ଗଡ଼ ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ , ପୋଲିସର ତଦନ୍ତ ଜାରିରହିଛି ।
ମୋବାଇଲ ମରାମତି ପାଇଁ ଯାଇଥିଲେ କିନ୍ତୁ ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ଟଙ୍କା। ଭାଇର ଅପରେସନ ପାଇଁ ରଖିଥିବା ଟଙ୍କା ଯିବା ପରେ କାନମୁଣ୍ଡା ଆଉଁଷି ଆଉଁଷି କେମିତି ଟଙ୍କା ଗଲା ଖୋଜିଲା ବେଳକୁ ଯେଉଁ ତଥ୍ୟ ସାମ୍ନାକୁ ଆସିଲା, ତାହାକୁ ଦେଖନ୍ତୁ...
ବିଧାୟକ ରମେଶ ଜେନାଙ୍କ ଅଭିଯୋଗ: ଶାସକ ଦଳର ନେତା ଭାବୁଛନ୍ତି- ପୁଲିସ ଆମ ହାତରେ ଅଛି, ଆମେ କାହାକୁ ଖାତିର କରିବୁନି।
କୋଭିଡ୍ ସଂକ୍ରମଣ ବଢ଼ି ବଢ଼ି ଚାଲିଥିବା ବେଳେ କଟକଣା କଡ଼ାକଡ଼ି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ.. କାଲିଠାରୁ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ବନ୍ଦ.
କାର୍ଯ୍ୟକ୍ରମରେ ସାମାଜିକ ଦୂରତା ନଥିବା ସହ କାହାରି ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।
ଗଞ୍ଜାମରେ ଫଳିଛି ଲାଲ୍ ଟହ ଟହ ଥାଇଲାଣ୍ଡ ରେଡ୍ କାଶ୍ମୀର ଆପଲ୍ । ଏହି ନୂଆ ଭେରାଇଟର ଫଳକୁ ଅମଳ କରିବାରେ ସଫଳ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳ ବି.ରଞ୍ଜନ ପ୍ରଧାନ ।
ଗଞ୍ଜାମରେ ଫଳିଛି ଲାଲ୍ ଟହ ଟହ ଥାଇଲାଣ୍ଡ ରେଡ୍ କାଶ୍ମୀର ଆପଲ୍ । ଏହି ନୂଆ ଭେରାଇଟିର ଫଳକୁ ଅମଳ କରିବାରେ ସଫଳ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳ ବି.ରଞ୍ଜନ ପ୍ରଧାନ
‘ସିଏ ତା’ ଘରର ବୋହୂ ସିନା ଆମ ଘରର ଝିଅ। ତା ଶାଶୂ ଶ୍ୱଶୁରଙ୍କର ବିବେକ ନାହିଁ? ମାସେ ହେଲା ବୋହୂଟେ ଆସିକି ଦାଣ୍ଡରେ ବସିଛି? ଆମେ ଦେହ ସହୁନି, ଆମେ ପଳେଇ ଆସୁଛୁ, ସେ ବୋପା ମା କେମିତିକା?’
ଆଜି ସୁମିତଙ୍କ ପଡ଼ୋଶୀ ତପସ୍ୱିନୀଙ୍କ ସପକ୍ଷରେ ପଦାକୁ ବାହାରିଛନ୍ତି। ସିଧା କ୍ୟାମେରା ସାମ୍ନାରେ ସଫା ସଫା କହିଛନ୍ତି, ତୁ ଚୋରଙ୍କ ଭଳିଆ କଣ ଘରେ ଲୁଚି ବସିଛୁ। ଗୋଟେ ସ୍ତ୍ରୀ ଲୋକ ଏଠି ଶୀତ କାକରରେ ପଡ଼ିଛି। ସବୁ ଲେଡିଜ୍ କବାଟ ଭାଙ୍ଗି ତା ଘରେ ପଶ
ବର୍ଷା ଛାଡ଼ିବାର ସପ୍ତାହେ ପରେ ଗ୍ରାଉଣ୍ଡ ଜିରୋରେ କେନ୍ଦ୍ରୀୟ ଟିମର ଅନୁଧ୍ୟାନ... ଆଜି ଗଞ୍ଜାମ, ଯାଜପୁର ଓ କଟକ ଜିଲ୍ଲା ବୁଲି ଦେଖିବେ ...
ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ଛାରଖାର୍ ଧାନ ଓ ପରିବା ଚାଷ... ପାଣି ଜମି ରହି ବିଲରେ ଗଜା ହୋଇଗଲାଣି ପାଚିଲା ଧାନ... ସେପଟେ ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ପରିବା ଚାଷୀ ହନ୍ତସନ୍ତ... ଏକର ଏକର ଜମିରେ କୋବି ଓ ପରିବା ଫସଲ ନଷ୍ଟ... କେମିତି ଶୁଝିବେ ଋଣ ସେହି ଚିନ୍ତାରେ ଚାଷୀ...
ମୁଖ୍ୟମନ୍ତ୍ରୀ ଗଲେ ସ୍କୁଲ। ପିଲାଙ୍କ ସାଙ୍ଗେ ବସିଲେ , ପାଠପଢା କଲେ ତଦାରଖ। ଦେଖନ୍ତୁ ପିଲା କିପରି କଲେ ସ୍ୱାଗତ
ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ବିରୋଧ କରିଛି କଂଗ୍ରେସ.. ମମିତାକୁ ନ୍ୟାୟ ଦାବିରେ ହିଞ୍ଜିଳି ଆରଏମସି ଛକରେ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇ ପ୍ରବଳ ନାରାବାଜୀ କରିଛନ୍ତି.. ପୋଲିସ କଂଗ୍ରେସ ସେମାନଙ୍କୁ ଗିରଫ କରିଛି..