Advertisment

Struggle to read English: ଇଂରାଜୀ ପଢ଼ିପାରିଲେନି ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ

ଇଂରାଜୀ ପଢ଼ିପାରିଲେନି ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ । ଗଞ୍ଜାମ ଜିଲ୍ଲାପାଳଙ୍କ ସ୍କୁଲ ପରିଦର୍ଶନ ବେଳେ ସାମ୍ନାକୁ ଆସିଲା ଘଟଣା

author-image
Ramakrushna Dakua
struggle to read English

Class VIII students in Ganjam schools struggle to read English, Collector calls for remedial steps

ଇଂରାଜୀ ପଢ଼ିପାରିଲେନି ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ବିଦ୍ୟାଳୟ ପରିଦର୍ଶନରେ ଯାଇଥିବା ବେଳେ ପାତ୍ରପୁର ବ୍ଲକ ସୁବର୍ଣ୍ଣପୁର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଓ ଇଂରାଜୀ ପଢ଼ିବାକୁ କହିଥିଲେ । ଛାତ୍ରଛାତ୍ରୀମାନେ ଓଡ଼ିଆ ବହି ପଢ଼ିଲେ, ହେଲେ ଅଷ୍ଟମ ଶ୍ରେଣୀରେ ଇଂରାଜୀ ବହି ପଢ଼ିବା ପାଇଁ କହିବାରୁ କିଛି ପିଲା ଆଦୌ ପଢ଼ି ପାରିଲେ ନାହିଁ ।

Advertisment

ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ସମ୍ପୃକ୍ତ ଶିକ୍ଷକଙ୍କୁ ଜିଲ୍ଲାପାଳ ପଚାରିଥିଲେ ଯେ, ଅଷ୍ଟମ ଶ୍ରେଣୀ ପିଲା ବୋର୍ଡ ପରୀକ୍ଷା ଦେବେ, ଅଥଚ ଇଂରାଜୀ ଶବ୍ଦ ସଠିକ୍ ଉଚ୍ଚାରଣ କରିପାରୁ ନାହାନ୍ତି । ଯେଉଁ ପିଲା ଦୁର୍ବଳ ସେମାନଙ୍କୁ  ସମୟ ଦିଅ ନଚେତ୍ ପିଲା ବୋର୍ଡ ପରୀକ୍ଷାରେ ପାସ୍‌ ହେବେ କେମିତି । ସେପଟେ ଏହାକୁ ନେଇ ବିଦ୍ୟାଳୟର ଶିକ୍ଷକଙ୍କୁ ପିଲାଙ୍କ ପାଠପଢ଼ା ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ।

Odisha Education System Ganjam Odisha Education Odisha News School And Mass Education Department Odisha
Advertisment
Related Articles
Advertisment