Advertisment

ମଝି ସମୁଦ୍ରରେ ଢୋ ଢା। Tragedy at Sea

ସମୁଦ୍ର ଭିତରେ ବଡ଼ ଦୁର୍ଘଟଣା ।

author-image
Prasanjit Ray
ଅଦ୍ୟତନ ହୋଇଛି
Tragedy at Sea

Tragedy at Sea

ସମୁଦ୍ର ମଝିରେ ଘଟିଛି ଦୁର୍ଘଟଣା। ସମୁଦ୍ର ଭିତରେ ଘଟିଛି ଆକ୍ସିଡେଣ୍ଟ। ଏମିତି କିଛି ଘଟଣା ଏବେ ଗଞ୍ଜାମ ସମୁଦ୍ର ଉପକୂଳରେ ଘଟିଛି। ଗଞ୍ଜାମ ପୋଡ଼ମପେଟା ସମୁଦ୍ରରେ ମାଛ ମାରିବା ବେଳେ ଡଙ୍ଗା ଓଲଟି ମତ୍ସ୍ୟଜୀବୀ ନିଖୋଜ ଘଟଣାରେ ଚାଲିଛି ସର୍ଚ୍ଚଅପରେସନ। ଡଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଥିବା ବେଳେ ଡଙ୍ଗାରେ ଥିବା ଅନ୍ୟ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ନିଖୋଜ ମତ୍ସ୍ୟଜୀବୀ ହେଲେ ଏ. କାଲେୟା । ଭୋର ୪ଟାରେ ସମୁଦ୍ରକୁ ମାଛ ମାରିବା ପାଇଁ ଛତ୍ରପୁର ବ୍ଲକ ସାନ ନୋଳିଆ ନୂଆଗାଁର ୭ ଜଣ ମତ୍ସ୍ୟଜୀବୀ ଯାଇଥିଲେ । ପୋଡମପେଟା ନିକଟ ସମୁଦ୍ରରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା l ତେବେ ୬ଜଣ ପହଁରି ସୁରକ୍ଷିତ ପଳାଇ ଆସିଥିବା ବେଳେ ଏ. କାଲେୟା ନିଖୋଜ ଅଛନ୍ତି। ତାଙ୍କ ଉଦ୍ଧାର ପାଇଁ ଉଦ୍ୟମ ଚାଲିଥିବା ସୂଚନା ମିଳିଛି ।

Advertisment

ଆଉ ଏକ ଘଟଣା ବି ଚର୍ଚ୍ଚାର ବିଷୟ ପାଲଟିଛି। ସମୁଦ୍ର ଭିତରେ ଏଠି ବି ଘଟିଛି କିଛି ବଡ଼ ଅଘଟଣ। ମଝି ସମୁଦ୍ରରେ ବୁଡିଗଲା ମାଛଧରା ଡଙ୍ଗା। ୫ ଦିନ ସମୁଦ୍ରରେ ଫସି ରହିବା ପରେ ପହଁରି ପହଁରି କୂଳକୁ ଆସିଲେ ୪ ମତ୍ସ୍ୟଜୀବୀ। ଭଦ୍ରକ ଜିଲ୍ଲା ବାସୁଦେବପୁର ଚୂଡାମଣି ସମୁଦ୍ର ମୁହାଣରେ ଘଟିଛି ଏଭଳି ଘଟଣା। ସୂଚନା ଅନୁଯୀୟୀ, ଗତ ୨୧ ତାରିଖରେ ଭୁଟୁଭୁଟିରେ ସମୁଦ୍ରକୁ ଯାଇଥିଲେ ଚାରି ଜଣ ମତ୍ସ୍ୟଜୀବୀ। କୌଣସି କାରଣରୁ ୨୪ତାରିଖରେ ଡଙ୍ଗାଟି ଭାଙ୍ଗି ବୁଡି ଯାଇଥିଲା । ଜୀବନ ବଞ୍ଚାଇବାକୁ ଡଙ୍ଗାରେ ଥିବା ସୋଲ ସହାୟତାରେ ସମୁଦ୍ରରେ ପହଁରି ପହଁରି ଆସି ୨୭ ତାରିଖ ରାତିରେ କଶିଆ ସାମୁଦ୍ରିକ ମୁହାଣ ନିକଟବର୍ତ୍ତୀ ସୁନାମୁହିଁ ଜଙ୍ଗଲ ପାଖରେ ପହଁଚି ଥିଲେ । ସମସ୍ତ ମତ୍ସ୍ୟଜୀବୀ ବାସୁଦେବପୁର ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । 

Ganjam Boat Capsizes
Advertisment
Advertisment