ଭାଗ୍ୟଶାଳୀଙ୍କୁ ବିବାହ କରିଥିଲେ କିନ୍ତୁ ଭାଗ୍ୟବତୀ ହୋଇପାରିଲେନି ଆରତି । ଆରତି ୬ ବର୍ଷ ତଳେ ଖଲ୍ଲିକୋଟ ଥାନା ନୂତନ ଗୁରୁଣ୍ଠିରେ ଭାଗ୍ୟଶାଳୀ ସାହୁଙ୍କୁ ବିବାହ କରିଥିଲେ। ବିବାହ ପରେ କିଛି ଦିନ ଭଲରେ ଚାଲିଥିଲା ଆରତିଙ୍କ ସଂସାର। କିନ୍ତୁ...
ଗଞ୍ଜାମ ଜିଲ୍ଲାରୁ ହେଉଥିଲା ବାବୁଙ୍କ କଳା ଟଙ୍କା କାରବାର। ଭିଜିଲାନ୍ସ ହାତରେ ଲାଗିଛି ବାବୁଙ୍କ ଟଙ୍କା ହଡପ୍ର ସବୁ ପ୍ରମାଣ। ଯାହାକୁ ଧରି ଖୋଳତାଡ କରୁଛି ଭିଜିଲାନ୍ସ ଟିମ୍।
ଗଞ୍ଜାମ ଜିଲ୍ଲାର ଏଇ ଗାଁ ହେବାକୁ ଯାଉଛି ହେରିଟେଜ ଭିଲେଜ ବା ଐତିହ୍ୟ ଗାଁ । ଏହି ଗାଁକୁ ମିଳିବ ନୂଆ ପରିଚୟ । ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ହେବେ ପିତ୍ତଳ କାମକୁ କୌଳିକ ବୃତ୍ତି କରି ଚଳୁଥିବା ଗ୍ରାମବାସୀ ।
ଗତ ସାଧାରଣ ନିର୍ବାଚନରେ କେବଳ ହିଞ୍ଜିଳି ଛାଡ଼ି ଅନ୍ୟ ସବୁଠି ବିଜେଡିର ଶୋଚନୀୟ ପରାଜୟ ହୋଇଥିଲା। ଯେଉଁଥିପାଇଁ ବିଜେଡି ଭିତରେ ମତଭେଟ୍ ସୃଷ୍ଟି ହୋଇଥିଲା। ଦଳର ବରିଷ୍ଠଙ୍କଠାରୁ ଆରମ୍ଭ କର୍ମୀମାନେ ପରସ୍ପର ବିରୋଧରେ ବିଷ ଓଗାଳୁ ଥିଲେ।
ନିଜର ପୁଞ୍ଜି ବୋଲି କିଛି ନାହିଁ । କେବଳ ମିଳୁଛି ଭିନ୍ନକ୍ଷମ ଭତ୍ତା । ତାହା ପୁଣି ମାତ୍ର ବାର ଶହ ଟଙ୍କା । ଏଥିରେ ଚାରି ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର । ତେଣୁ ଯେତେ କଷ୍ଟ ହେଲେବି ଆଦି ଏବେ ଅନ୍ୟମାନଙ୍କ ଭଳି ଭାଗ୍ୟ ଏବଂ ପରିସ୍ଥିତିକୁ ଦୋଷ ନଦେଇ କଠିନରୁ କଠିନ ପରିଶ୍ରମ କରିବା ଜାରି ରଖିଛନ୍ତି ।
ବନ୍ଦ ହୋଇସାରିଥିବା ବହୁ ମୁଦ୍ରା ସହ ବହୁ ବିଦେଶୀ ମୁଦ୍ରା ସଂଗ୍ରହ କରି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ଦେଶି ବେହେରା ସାହିର ଏ. ବ୍ରହ୍ମାନନ୍ଦ ଆଚାରୀ । ଶୁନ ପଇସା, ହନୁମାନ ପଇସା, ଏକ ପଇସା, ଦୁଇ ପଇସା, ପାଞ୍ଚ ପଇସା ଭଳି ବିଭିନ୍ନ ପ୍ରକାରର ମୁଦ୍ରା ଦିନେ ଦେଶରେ ବହୁଳ ପ୍ରଚଳିତ ଥିଲା । ସାମଗ୍ରୀ କିଣା ବିକା ସମୟରେ ଏହି କଏନ ଲୋକେ ବ୍ୟବହାର କରୁଥିଲେ ।
ବିଜେଡି VS ବିଜେଡି । ବ୍ରହ୍ମପୁର ବିଜେଡିରେ ବଡ଼ ଗୋଷ୍ଠୀ କନ୍ଦଳ । ପାଟିତୁଣ୍ଡ ଏବେ ଗଣ୍ଡଗୋଳ ମୁହାଁ ହୋଇ, ମହାନଗର ନିଗମ ଅଫିସରୁ ଜିଲ୍ଲାପାଳଙ୍କ ପାଖକୁ ଗଲା ।
ଅନ୍ୟପଟେ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଘଟଣା ଘଟିଥିବା ସ୍ଥାନରେ ଗଞ୍ଜେଇ ଚାଷ ହେଉଥିବା ଜଣାପଡ଼ିବା ପରେ ବିଜେପି ସରକାରକୁ ଆକ୍ଷେପ କରିଛି ବିଜେଡି।
ତେବେ ଏଠି ପ୍ରଶ୍ନବାଚୀ ଉଠୁଛି, କାହିଁକି ଅପହୃତଙ୍କୁ ଦୁଇ କୋଟି ଟଙ୍କା ମାଗୁଥିଲେ ଅଭିଯୁକ୍ତ? ସେମାନଙ୍କ ସହ ନୂତନ ପାତ୍ରଙ୍କ ସମ୍ପର୍କ କଣ? ଅପହୃତ ଓ ଅପହରଣକାରୀଙ୍କ ଭିତରେ ପୂର୍ବରୁ କିଛି ଟଙ୍କା ନେଣଦେଣ ହୋଇଥିଲା କି?
ନିଜ ଝିଅକୁ କଟକରେ ଛାଡ଼ି ପତ୍ନୀ ଓ ଶାଶୁଙ୍କୁ ଧରି ଭଞ୍ଜନଗର କ୍ୱାର୍ଟର୍ସକୁ ଫେରୁଥିଲେ। ଆଜି ଭୋର ସମୟରେ ଶାଳୁଆପଲି ଗାଁ ନିକଟରେ କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ପରେ ଗାଡ଼ିଟି ୪ ପାଲଟା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।
ପ୍ରଶ୍ନ ଉଠୁଛି ଇଚ୍ଛାପୁର ଷ୍ଟେସନରୁ ସୌରଭ କୁଆଡେ ଗଲେ? ସୌରଭ ଗାଏବ ହୋଇଯିବା ପଛରେ କ’ଣ ରହିଛି କାରଣ? ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏବେ ବି ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇଯାଇଛି ସୌରଭଙ୍କ ନିଖୋଜ କାହାଣୀ। ଆନ୍ଧ୍ର ଓ ଓଡ଼ିଶା ପୋଲିସ ଘଟଣାର ତଦନ୍ତ କରୁଛି।
ସୌରଭଙ୍କ ଶେଷ ମୋବାଇଲ୍ ଲୋକେସନ୍ ଇଛାପୁରମ୍ ଥିବା ପରିବାର ଲୋକ କହିଛନ୍ତି। ପୁଅକୁ ଖୋଜି ଆଣିବାକୁ ପୁଲିସ ଓ ନୌସେନାକୁ ନିବେଦନ କରିଛନ୍ତି ମା’।
ଗଣମାଧ୍ୟମର କଣ୍ଠରୋଧ କରିବାକୁ ବ୍ଲକ କାର୍ଯ୍ୟାଳୟରେ ଏଭଳି ପୋଷ୍ଟର ମରାଯାଇଥିବା କହିଛନ୍ତି ସ୍ଥାନୀୟ ସାମ୍ବାଦିକ। କାଳେ ବ୍ଲକ କାର୍ଯ୍ୟାଳୟର ଦୁର୍ନୀତି ପଦାକୁ ପଳାଇ ଆସିବ ତେଣୁ ସାମ୍ବାଦିକଙ୍କ କଣ୍ଠରୋଧ ପାଇଁ ଏଭଳି ଉଦ୍ୟମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ସାମ୍ବାଦିକ।
ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚାହୁଁଥିଲେ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ । ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରର ଏକ ଅନନ୍ୟ ପର୍ଯ୍ୟଟନସ୍ଥଳୀ ଗଞ୍ଜାମ ଜିଲ୍ଲାର ମାଆ କାଳୀଜାଈଙ୍କ ପୀଠ ।
ରାଣୀ ଓ ତାଙ୍କ ଝିଅ ଛିଟିକି ହୋଇ ରାସ୍ତା ମଝିରେ ପଡ଼ି ଯାଇଥିଲେ। ଠିକ୍ ସେତିକି ବେଳେ ପଛ ପାର୍ଶ୍ୱରୁ ଆସୁଥିବା ଟ୍ରକ୍ ଦେଖି ନିଜର ଦୁଇ ବର୍ଷର କୁନି ଝିଅକୁ ଉଦ୍ଧାର କରିବାକୁ ଯାଇଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ ଟ୍ରକ୍ ତଳେ ଚାପି ହୋଇଯାଇଥିଲେ ରାଣୀ।
ଆଖି ଆଗରେ ଭାସି ଯାଉଛି ଜନ୍ମମାଟି ମାଆ। ଅହନ୍ନିଶି ଅବିଶ୍ରାନ୍ତ ଢେଉ ମାଡ଼ରେ ଲୀନ ହେଉଛି ଘର ଦ୍ବାର। ଅନ୍ୟତ୍ର ଜୀବନ ଜୀଇଁବାକୁ ବାଧ୍ୟ ହେଉଛନ୍ତି ବେସାହାରା ପରିବାର।
ପୋଲିସ ପହଞ୍ଚି ଯୁବକ ମାନଙ୍କୁ ଖୁଣ୍ଟାରୁ ଫିଟାଇ ଆଣିବା ସହିତ ସେମାନଙ୍କ ଠାରୁ ନକଲି ବନ୍ଧୁକ ଜବତ କରିଥିବା ବେଳେ ଉଭୟ ପକ୍ଷର ଆପୋଷ ବୁଝାବଣ। ହୋଇଥିବା ପୋଲିସ କହିଛି ତେବେ ଗାଁ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଭିଡିଓ ଏବେ ବେସ ଭାଇରଲ ହେଉଥିବା ଦେଖିବାକୁ ମିଳିଛି ।
ସାହିତ୍ୟ, ବିଜ୍ଞାନ, ଭୂଗୋଳ ପରି ବିଶେଷ ଭାବେ ଗଣିତର ସମସ୍ତ ପ୍ରଶ୍ନର ଉତ୍ତର ତାଙ୍କ ମୁହଁରେ । କେବଳ ପାଠରେ ନୁହେଁ, ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ୍ ଏକ୍ଟିଭିଟିରେ ସେ ନିଜ ବୟସର ପିଲା ମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି।
ଜିରୋ ନାଇଟ୍ରେ ଏମିତି ଏକ ସାଂଘାତିକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଣ୍ଡପାଲ୍ଲୀ ଓଡ଼ିଆରପି କଲୋନୀରେ ।
ପରାଜୟ ପରେ ବଦଳିଲା ଆଭିମୁଖ୍ୟ! ନବୀନ ବୁଲିଲେ କ୍ଷେତ। ଗ୍ରାଉଣ୍ଡକୁ ଯାଇ ଚାଷୀଙ୍କୁ ଭେଟିଲେ, ଆଶ୍ବାସନା ଦେଲେ। ସିଧାସଳଖ ଆଲୋଚନା କରି ଅଭିଯୋଗ ପତ୍ର ବି ଗ୍ରହଣ କଲେ।
ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଯାଇ ଚାଷୀଙ୍କୁ ଭେଟି ଫେରିଛନ୍ତି। ଏହାର ଠିକ୍ ପରଦିନ ନବୀନଙ୍କ ଗସ୍ତକୁ ନେଇ ଏବେ ରାଜନୀତି ବି ତେଜିଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନବୀବଙ୍କ ଗସ୍ତକୁ ସମାଲୋଚନା କରିଛନ୍ତି।
ଡିସେମ୍ବର ୩୦ ତାରିଖରୁ ଗଞ୍ଜମ ଜିଲ୍ଲା ଗସ୍ତରେ ବାହରିବେ ନବୀନ । ହଞ୍ଜିଳି, କବିସୂର୍ଯ୍ୟନଗର ଓ ଆସିକା ଯିବେ । ମୁଖିଆଙ୍କ ଗସ୍ତ ଏବେ ଜିଲ୍ଲା ନେତାଙ୍କ ପାଇଁ ମୁଣ୍ଡ ବିନ୍ଧା ।
ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମରେ ଦୋହଲିଗଲାଣି ବିଜେଡି ଦୁର୍ଗ । ପଞ୍ଚାୟତ ଓ ପୌର ନିର୍ବାଚନ ଆଗରୁ ଚରମରେ ଗୋଷ୍ଠୀ କନ୍ଦଳ । ଶଙ୍ଖ ଭବନରେ ଉଚ୍ଚବାଚ ପରେ ନବୀନ ନିବାସ ପହଞ୍ଚିଲା କଳି । ବିଜେପିର ତୀର, ରସାତଳକୁ ଯିବ ଶଙ୍ଖ ଦଳ । ଅଭିଯୋଗକୁ ବିଜେଡିର ଅସ୍ବୀକାର, ଫାଇଦା ଲକ୍ଷ୍ୟରେ କଂଗ୍ରେସ ।
ଦିଲ୍ଲୀରେ ବିଜେଡିର ୭ ସାଂସଦଙ୍କ ଦମ୍ଭୋକ୍ତି, ଆମେ ଏକ୍। କିନ୍ତୁ ଦିନକ ପରେ ନବୀନଙ୍କ ଜିଲ୍ଲାରେ ଗୋଷ୍ଠୀ କନ୍ଦଳ ତୀବ୍ର। ପରିସ୍ଥିତି ଏମିତି ଯେ, କଥା ଶଙ୍ଖ ଭବନ ଯାଏ ପହଞ୍ଚିଲା।
ସେ ଭଲରେ କଥା କହିପାରନ୍ତିନି, କାନକୁ ମଧ୍ୟ ଭଲରେ ଶୁଭୁନି । କିନ୍ତୁ ହାତରେ ରହିଛି ଚିତ୍ରକଳାର ଯାଦୁ । ରଙ୍ଗ ତୂଳୀ ଧରିଲେ ଜୀବନ୍ତ ହେଲା ଭଳି ଚିତ୍ର ଆଙ୍କନ୍ତି ।