• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ganjam

lp
ବୋହୂକୁ ଗୁଳି କରି ଜଙ୍ଗଲ ଆଡ଼େ ଯାଇଛି ଶ୍ୱଶୁର

ଗଞ୍ଜାମ: ସ୍ୱାମୀଙ୍କୁ ବଂଚାଇବାକୁ ଯାଇ ଗଲା ସ୍ତ୍ରୀର ଜୀବନ। ଶ୍ୱଶୁରର ଗୁଳିରେ ଗୁରୁତର ହୋଇ ଜୀବନ ହାରିଲା ବୋହୂ। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଂଚଳର ଘଟିଛି ଏଭଳି ଘଟଣା। ଖବର ଅନୁସାରେ, ବାରଭରଣିଆ ଗାଁରେ ୫୦ ହଜାର ଟଙ୍କା ଋଣକୁ ନେଇ ବାପା ଓ ପୁଅ ମଧ୍ୟରେ ବଚସା ହୋଇଥିଲା। ଏହାପରେ ବାପା ରାଗି ଯାଇ ପୁଅ ଉପରକୁ ଗୁଳି ଚଳାଇବାକୁ ଘରେ ଥିବା ବନ୍ଧୁକ ଉଠାଇଥିଲେ। ବାପ-ପୁଅ ମଧ୍ୟରେ ବଚସା ବଢ଼ିବା ପରେ ବାପା […]

ganjam
ଦୁବାଇରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା : ପୁଅକୁ ଫେରାଇ ଆଣିବାକୁ ମା’ର ଆକୁଳ ନିବେଦନ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଇରାଶି ଗାଁର ଭିକାରୀ ଚରଣ ପଣ୍ଡାଙ୍କ ସାନ ପୁଅ ବିଭୁଧେନ୍ଦ୍ର ପଣ୍ଡା। ପରିବାର ପୋଷଣ ପାଇଁ ସୁଦୂର ଦୁବାଇକୁ ଦାଦନ ଖଟିବାକୁ ଯାଇଥିଲେ

ganjam
୪୦ ବର୍ଷ ପରେ ପରିବାର ପାଖକୁ ଫେରିଲେ ଗଞ୍ଜାମର ସୀମାଞ୍ଚଳ : ଦାଦନ ଖଟିବାକୁ ଯାଇ ଭୁଲିଯାଇଥିଲେ ଠିକଣା

ସୀମାଞ୍ଚଳ ରଣା ବୟସ-୬୭ ଗାଁରେ ଡାକ ନାଁ ମୂଷା । ୪୦ ବର୍ଷ ତଳୁ ଯେଉଁ ନିଖୋଜ ମଣିଷର ନାଁଟିକୁ ଲୋକେ ଭୁଲି ଆସୁଥିଲେ, ଏବେ ତାଙ୍କୁ ନେଇ ଘରେ ଘରେ ଚର୍ଚ୍ଚା । ତେବେ ଏହା ପଛରେ ରହିଛି ବଡ଼ କାହାଣୀ ।

ganjam
କରୋନା ମହାମାରୀ ଛଡାଇ ନେଇଛି ଚିତ୍ରଶିଳ୍ପୀଙ୍କ ମୁହଁରୁ ହସ

ସିମେଣ୍ଟ ଓ ମାଟିରେ ମୂର୍ତ୍ତି ସହ ଗୋବରରେ କଣ୍ଢେଇ ନିର୍ମାଣ କରି ଗୁଜରାଣ ମେଣ୍ଟାଉଥିଲେ । ହେଲେ କରୋନା କଟକଣା ଯୋଗୁଁ ଦୁଇ ବର୍ଷ ହେଲା ମୂର୍ତ୍ତି ବିକ୍ରି ହେଉନି । ବାଧ୍ୟହୋଇ ପୁଣି ଏକ ଅନ୍ୟ ପନ୍ଥାକୁ ଆପଣାଇଲେଣି ଚିତଶିଳ୍ପୀ । 

ganjam
ଗୁଣି ଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଗଞ୍ଜାମ: ଗୁଣି ଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ଦୁର୍ବ୍ୟବହାର ସହ ଗାଁ ଦାଣ୍ଡରେ ମାଡ ମାରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ପାଣ୍ଡିଆ ଗ୍ରାମରେ। ଅଭିଯୋଗ ଅନୁସାରେ ଶନିବାର ରାତିରେ ହଠାତ୍‌ ଗାଁର କିଛି ଲୋକ ସୁଦର୍ଶନଙ୍କ ଘରକୁ ଯୋର ଜବରଦସ୍ତ ପ୍ରବେଶ କରିଥିଲେ ଏବଂ ସେ ଗୁଣି ଗାରେଡି କରୁଥିବା ଅଭିଯୋଗ କରି ତାଙ୍କ ଘର ଭଙ୍ଗାରୁଜା କରିଥିଲେ। ଏହାକୁ ପ୍ରତିରୋଧ କରିବାରୁ ଗାଁ ଲୋକେ […]

taptapani
ଉଷ୍ଣପ୍ରସବଣ ତପ୍ତପାଣିର ଅସ୍ତିତ୍ୱ ସଙ୍କଟରେ

ବ୍ରହ୍ମପୁର: ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଉଷ୍ଣପ୍ରସବଣ ତପ୍ତପାଣି ସଙ୍କଟରେ। ଏଠାରେ ବାହାରୁ ଥିବା ପାଣିର ପରିମାଣ କମି କମି ଆସୁଛି। କିଛି ମାସ ଭିତରେ ପାଣିର ଉଷ୍ଣତା ମଧ୍ୟ କମିଯାଇଛି। ସରକାର ଏ  ଦିଗରେ କିଛି ପଦକ୍ଷେପ ନ ନେଲେ, ଆନ୍ଦୋଳନ କରିବାକୁ ସ୍ଥାନୀୟ ଲୋକେ ସଜବାଜ ହେଲେଣି। ଗତ ଡିସେମ୍ବରରେ ନିକଟରେ ଥିବା ହନୁମାନ ମନ୍ଦିରରେ ଏକ ବୋର୍‌ୱେଲ୍‌ ଖୋଲିବା ପରେ ଏହି ଅବସ୍ଥା। ବୋର୍‌ୱେଲ୍‌ରୁ ଗରମ ପାଣି ବାହାରିଥିବାରୁ ଅଭିଯୋଗ ପରେ ପ୍ରଶାସନ ତାକୁ […]

Ganjam
ଓଟକୁ ଜଙ୍ଗଲରେ ଛାଡି ମାଲିକ ଛୁ : ଖାଇବା ବିହୁନେ ମରିଗଲା ନିରୀହ ଜୀବ

ସ୍ୱାର୍ଥ ସରିଗଲା ପରେ ପର କରିଦେଲା ସ୍ୱାର୍ଥପର ମଣିଷ । ନୀରିହ ପଶୁ ପାଇଁ ହଜିଗଲା ମାନବିକତା... । ଏଭଳି ଏକ ହୃଦୟ ବିଦାରକ ଓ ଅମାନବିକତାର ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ମାନାପଲ୍ଲୀ ଛାଞ୍ଚୁଣୀଆ ଜଙ୍ଗଲରେ । ଓଟକୁ ଜଙ୍ଗଲରେ ଛାଡ଼ି ଛୁ ମାରିଛି ମଣିଷ । ଓଟ ଯିଏ ନିସ୍ୱାର୍ଥ ପର ଭାବେ ତାର ମାଲିକକୁ ଜୀବନ ସାରା ରୋଜଗାର ଦେଇ ଆସୁଥିଲା, ଆଜି ସେ ଅଲୋଡ଼ା ହୋଇଗଲା ।

dog lover
ବୁଲା କୁକୁରଙ୍କ ଅନ୍ନଦାତା : ମୋଚିରାମଙ୍କୁ ଦେଖିବା ମାତ୍ରେ ପାଖକୁ ଧାଇଁ ଆସନ୍ତି କୁକୁର ଦଳ

ମୋଚିରାମ ଓ ବୁଲା କୁକୁରଙ୍କ ଏପରି ଏକ ନିଆରା କାହାଣୀ । ବସିଲେ କି ଉଠିଲେ କିମ୍ବା ଯୁଆଡେ ଗଲେ ଆପଣାର ଲୋକ ପଛରେ ଦଳ ଦଳ ହୋଇ ଦୌଡ଼ନ୍ତି କୁକୁର । ପ୍ରତିଦିନ କୁକୁର ଦଳ ତାଙ୍କ ବାଟ ଚାହିଁ ବସିଥାଆନ୍ତି ।

bhanjanagar
ମନେ ପଡ଼ି ଯାଉଛି ସୁଖର ଦିନ : ସ୍ୱାମୀଙ୍କ ଫଟୋକୁ ଛାତିରେ ଜାବୁଡ଼ି ବାହୁନି କାନ୍ଦୁଛନ୍ତି ବିଧବା ମହିଳା

କରୋନା ମହାମାରୀ ଆସିଲା କେତେ ଲୋକଙ୍କ ଜୀବିକା ବୁଡାଇଲା ତ କେତେ ଲୋକଙ୍କ ଜୀବନ ନେଲା । ଏବେ ଅନେକ ପରିବାର ନିଜ ଆତ୍ମୀୟ ପରିଜନକୁ ହରାଇ ଦୁଃଖ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି । ଦୁଇ ଛୁଆକୁ ବାପଛେଉଣ୍ଡ କରିଦେଲା ଅଦୃଶ୍ୟ ଭାଇରସ୍ । ମହାମାରୀରେ ଆପଣାର ମଣିଷ ସବୁଦିନ ପାଇଁ ଆରପାରିକୁ ଚାଲିଗଲା । ସ୍ୱାମୀ ଚାଲିଯିବା ପରେ ଅସହାୟ ହୋଇଯାଇଛି ପୂରା ପରିବାର। ଦୁଇ ଶିଶୁଙ୍କୁ ଧରି ଏକ ବର୍ଷରୁ ଅଧିକ ଦିନ ହେଲା ଦୁଃଖ ସାଗରରେ ଜୀବନ ବିତାଉଛନ୍ତି ରଞ୍ଜୁ ଗୌଡ଼ । ଏବେ ସରକାରୀ ସହାୟତା ହିଁ ଏକ ମାତ୍ର ଭରସା ।

deadbody
ବ୍ୟାଙ୍କ ଅଫିସର୍‌ଙ୍କୁ ମାଇଲା କିଏ?

ଭଡା ଘରୁ ଉଦ୍ଧାର ହେଲା ବ୍ୟାଙ୍କ ଅଫିସରଙ୍କ ମୃତଦେହ। ଗଂଜାମ ସୋରଡା ଥାନା ସାରୁଅ ସାହିର ଏକ ଭଡାଘରୁ ବ୍ୟାଙ୍କ ଅଫିସର ଏନ୍. ଦେବେନ୍ଦରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଦେବେନ୍ଦର ସୋରଡା ପଂଜାବ ନେସନାଲ ବ୍ୟାଙ୍କରେ କ୍ଷେତ୍ର ପରିଦର୍ଶକ ଭାବେ କାର୍ଯ୍ୟ କରୁଥିଲେ

Capture 12
୩ ଶହ କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ, କେଉଁଠୁ ଆସିଲା ବଡ଼ ପ୍ରଶ୍ନ..

ଗଂଜାମ ପାଟପୁରରୁ ଜବତ ହୋଇଛି ୩ ଶହ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ପାଟପୁର ଖପରାଗଣ୍ଡ ଗାଁରୁ ଜବତ ହୋଇଛି ୩ ହଜାର ୧୫୬ କିଲୋ ଗଞ୍ଜେଇ । ଗାଁର ଏକ ନିର୍ଦ୍ଦିଷ୍ଟ ଘରେ ଏହି ଗଞ୍ଜେଇକୁ ଆଣି ପ୍ୟାକିଂ ହେଉଥିଲା…