ପ୍ରଥମେ ପ୍ରଧାନମନ୍ତ୍ରୀ ଏକ ଫଟୋ ସେୟାର କରିଥିଲେ । ଏଥିରେ ମୋଦି ଲେଖିଥିଲେ କୋପ ୨୮ରେ ମିଲୋନୀଙ୍କ ସହ ସାକ୍ଷାତ ହୋଇଥିଲା । ଏହି ସମୟରେ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ ପାଇଁ ଭାରତ-ଇଟାଲି ମଧ୍ୟରେ ସହଯୋଗାତ୍ମକ ଉଦ୍ୟମ ଉପରେ ଆଲୋଚନା ହୋଇଥିଲା ।
ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହାଥିଲା ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ ଓ ପ୍ରଥମ ଶିଖର ସମ୍ମିଳନୀ । ବୁଧବାର ସେ ଇଟାଲୀ ଗସ୍ତରେ ବାହାରିଥିବା ବେଳେ ଗତକାଲି ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପ୍ରଥମଥର ପାଇଁ କୌଣସି ଏକ ଦ୍ୱୀପକୁ ଯାତ୍ରା କରିଛନ୍ତି ।
ଜାପାନ G-7ର ଅଧ୍ୟକ୍ଷତା କରୁଥିବାବେଳେ G-20ର ଅଧ୍ୟକ୍ଷତା କରୁଛି ଭାରତ । ତେଣୁ ଉଭୟ ଦେଶ ମିଶି ଅନ୍ତର୍ଜାତୀୟ ସମୁଦାୟର ବିକାଶ ଲାଗି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।