Advertisment

Flood Situation: ବନ୍ୟା ଭାଙ୍ଗିଦେଲା ସ୍ୱପ୍ନ; ବାଜିଲାନି ସାହାନାଇ... ଫୁଟିଲାନି ବାଣ

ସାରସକଣା ବ୍ଲକ୍ ନେଦା ଗାଁଟି ସୁବର୍ଣ୍ଣରେଖା ନଦୀ କୂଳରେ ଅବସ୍ଥିତ। ସୁବର୍ଣ୍ଣରେଖାରେ ବନ୍ୟା ଆସିଥିବାରୁ ଚାରିଆଡ଼େ ଖାଲି ପାଣି ପାଣି..ପାଣି...ପାଣି...ଯୁଆଡ଼େ ଚାହିଁବେ ସିଆଡ଼େ କେବଳ ପାଣି।

author-image
Tapaswini Nayak
ଅଦ୍ୟତନ ହୋଇଛି
marriage

marriage

ବାଜିବ ସାହାନାଇ... ଫୁଟିବ ବାଣ...। ଗାଁର ଦୁଲୁକାଇ ଦେବେ ବରଯାତ୍ରୀ...। ବର ବେଶରେ ସଜେଇ ହୋଇ ମୁଁ ସ୍ବପ୍ନର ନାୟିକାକୁ ଘରଣୀ କରି ଆଣିବି...। ହେଲେ ପାଣିର ଫୋଟକା ପରି ସବୁ ମିଳାଇଗଲା। ଉଚ୍ଛୁଳା ନଦୀର ପାଣିରେ ସବୁ ସ୍ୱପ୍ନ ବୋହିଗଲା। ହାତ ଗଣ୍ଠି ପଡ଼ିଲା, ହେଲେ ଫୁଟିଲାନି ବାଣ, ଦୁଲୁକିଲାନି ଗାଁ। ଡଙ୍ଗାରେ ଯାଇ କନିଆର ହାତ ଧରିଲା ବର। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍ ନେଦା ଗାଁ।।

Advertisment

ଅଧିକ ପଢନ୍ତୁ:  କମୁନି ସୁବର୍ଣ୍ଣରେଖା ଦୁର୍ଗତଙ୍କ ଦୁର୍ଦ୍ଦଶା, ୬୦ରୁ ଊର୍ଦ୍ଧ୍ୱ ଗାଁ ଉବୁଟୁବୁ

ସାରସକଣା ବ୍ଲକ୍ ନେଦା ଗାଁଟି ସୁବର୍ଣ୍ଣରେଖା ନଦୀ କୂଳରେ ଅବସ୍ଥିତ। ସୁବର୍ଣ୍ଣରେଖାରେ ବନ୍ୟା ଆସିଥିବାରୁ ଚାରିଆଡ଼େ ଖାଲି ପାଣି ପାଣି..ପାଣି...ପାଣି...ଯୁଆଡ଼େ ଚାହିଁବେ ସିଆଡ଼େ କେବଳ ପାଣି। ଗାଁ ବୁଡ଼ିଛି, ରାସ୍ତା ବୁଡ଼ିଛି ଆଉ ଜୀବନ ବି ସତେ ଯେମିତି ଏଇ ପାଣିରେ ବୁଡ଼ି ଯାଇଛି। ଏହି ସମୟରେ ନେଦା ଗାଁରେ ଜଣେ ବ୍ୟକ୍ତିଙ୍କ ବିବାହ ତାରିଖ ପୂର୍ବରୁ ସ୍ଥିର ହୋଇଯାଇଥିଲା। ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାରେ ହଠାତ୍ ବନ୍ୟା ଆସିଥିଲା। ପାଣିଘେରରେ ରହିଯାଇଥିଲା ନେଦା ଗାଁ।

Advertisment

ଗତ ଶୁକ୍ରବାର ବ୍ୟକ୍ତି ଜଣଙ୍କ ବନ୍ୟା ପାଣିକୁ ଖାତିର ନକରି ବିବାହ କରିବାକୁ ଯାଇଥିଲେ । ବର ବେଶରେ ସଜେଇ ହୋଇ ଗାଁରୁ ଡଙ୍ଗାରେ ବାହାରିଥିଲା ବର। ଗୋଟିଏ କିମି ଡଙ୍ଗାରେ ଯିବା ପରେ ବର ଓ ବରଯାତ୍ରୀ ଗାଡ଼ିରେ କନିଆ ଘର ଝାରଖଣ୍ଡର ଟାଟା ନଗରରେ ପହଞ୍ଚିଥିଲେ। ବର୍ଷ। ଓ ବନ୍ୟାକୁ ଖାତିର ନକରି ବିବାହ ପାଇଁ ଯାଇଥିବାରୁ ବରକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକ । ତେବେ ବଢିପାଣିରେ ବିବାହ ପାଇଁ ବର ଡଙ୍ଗାରେ ଯାଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଅଧିକ ପଢନ୍ତୁ: ନିଶା ରାତିରେ ପୋଲିସର ଚୋରା ପୀରତି, ଧରା ପକାଇଦେଲା ସିସିଟିଭି..

Odisha Mayurbhanj Flood Situation
Advertisment
Advertisment