• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Flood In Odisha

Flood in Bhubaneswar
ରାଜଧାନୀବାସୀଙ୍କୁ ନୟାନ୍ତ କଲାଣି ସହରୀ ବନ୍ୟା

ବନ୍ୟା କୋପରୁ ବାଦ୍ ପଡ଼ିନି ରାଜଧାନୀ ଭୁବନେଶ୍ୱର। ଦୟା ନଦୀର ପଛୁଆ ପାଣିରେ ଜଳମଗ୍ନ ହୋଇଛି ସହର ଉପକଣ୍ଠ। ସୁନ୍ଦରପଦା, କୁଆ କଣ୍ଟିଲୋ, ବାଲିପାଟଣା, ଧଉଳି ହୋଇଛି ଜଳମଗ୍ନ। ପ୍ରାକୃତିକ ଜଳାଶୟ ଜବରଦଖଲ ଓ ବେଆଇନ ନିର୍ମାଣ ସହରୀ ବନ୍ୟାର କାରଣ ବୋଲି କୁହାଯାଉଛି।

 Flood situation unlikely to change in next 24 hours
‘ଆଉ ୨୪ ଘଣ୍ଟା ବନ୍ୟା ପ୍ରଭାବ ରହିବ’

ବର୍ତ୍ତମାନ ହୀରାକୁଦ ଗେଟ୍ ଆଉ ଖୋଲିବା କି ବନ୍ଦ ନେଇ ନିଷ୍ପତ୍ତି ହୋଇନି। ସ୍ଥିତି ଦେଖିଲା ପରେ ଗେଟ୍ ବନ୍ଦ କି ଖୋଲାହେବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି।

Floods wreak havoc in puri
ପୁରୀରେ ବନ୍ୟା ପ୍ରକୋପ: ବିଭିନ୍ନ ସ୍ଥାନରେ ସୃଷ୍ଟି ହେଲା ଘାଇ

ଜୁଆ ନଦୀରେ ଗଡ଼ସାନପୁଟର ଲୋକାପାଳ ଓ ହଳଦୀଆପଡ଼ାରେ ଯେଉଁ ଘାଇ ହୋଇଥିଲା, ତାହା ୧୦୦ ମିଟର ଚଉଡା ହେଲାଣି। ଅନେକ ଲୋକ ଗାଁ ଛାଡି ନିରାପଦ ସ୍ଥାନରେ ଆଶ୍ରୟ ନେଇଛନ୍ତି। 

Backwater from Daya river floods Bhubaneswar outskirts
ଭୁବନେଶ୍ୱରରେ ବନ୍ୟା: ରାସ୍ତାରେ ଲହଡ଼ି ମାରୁଛି ବନ୍ୟା ପାଣି

ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ପଛୁଆ ପାଣି ପଶି ଯାଇଛି। ଫସି ରହିଥିବା ଲୋକମାନଙ୍କୁ ଓଡ୍ରାଫ୍ ଟିମ୍ ପକ୍ଷରୁ ଉଦ୍ଧାର କରାଯାଇଛି। 

Father And Son Rescued Who Trapped In Mahanadi
ମହାନଦୀରୁ ବାପ, ପୁଅ ଉଦ୍ଧାର; ୩ ଦିନ ହେଲା ଫସିଥିଲେ...

୩ ଦିନ ପୂର୍ବେ ବାପ, ପୁଅ ଛେଳି ଚରାଇବାକୁ ଯାଇଥିଲେ। ହଠାତ୍ ବନ୍ୟା ପାଣି ଆସିଯିବାରୁ ଉଭୟ ଫସି ଯାଇଥିଲେ। 

Flood Situation In odisha
ଆସନ୍ତା ୨-୩ ଦିନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ, ୧୦ ଜିଲ୍ଲାକୁ ଆଲର୍ଟ

ଆଗାମୀ ୨-୩ ଦିନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିବ। ବିପଦ ସଙ୍କୁଳ ଅବସ୍ଥାରେ ଥିବା ଲୋକମାନଙ୍କୁ ଆବଶ୍ୟକ ରିଲିଫ୍ ଓ ମୌଳିକ ସୁବିଧା ଯୋଗାଇଦେବା ପାଇଁ କୁହାଯାଇଛି।

Heavy Rainfall Alert Likely In 16 Districts Of Odisha
୧୯ରେ ପୁଣି ଲଘୁଚାପ ! କାଲି ୧୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୧୯ରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ ତାରିଖରୁ ପୁଣି ବର୍ଷା ଆରମ୍ଭ ହେବ।

Water level surges above 625 ft in Hirakud Dam
ଫୁଲୁଛି ହୀରାକୁଦ ଡ୍ୟାମ୍, ୬୨୫ ଫୁଟ୍ ଟପିଲା ଜଳସ୍ତର

ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ୬୨୫ ଫୁଟ୍ ଟପିଛି। ଡ୍ୟାମ୍‌କୁ ବନ୍ୟାଜଳ ପ୍ରବେଶ ବଢ଼ୁଥିବାରୁ ଜଳସ୍ତର ବଢ଼ିବାରେ ଲାଗିଛି।

Flood situation to touch peak level in 3 hours
‘ଆସନ୍ତା ୩ ଘଣ୍ଟାରେ ପିକ୍‌ ଛୁଇଁବ ବନ୍ୟା’

ଆସନ୍ତା ୩ ଘଣ୍ଟା ମଧ୍ୟରେ ପିକ୍ ଛୁଇଁବ ବନ୍ୟା। ଏନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। 

Car washed away in stream in Athagarh
ଜୀବନ ବଞ୍ଚାଇବା ପାଇଁ ୩ ଘଣ୍ଟା ପାଣି ଭିତରେ ଗାଡ଼ି ଉପରେ ବସିଲେ, ଶେଷରେ...

ରାସ୍ତା ଉପରେ ପାଣିର ସୁଅ ଛୁଟୁଥିବା ବେଳେ ଏହା ଜାଣି ନପାରି ଗାଡ଼ି ଚାଳକ ଗାଡ଼ି ଆଗକୁ ଚଲାଇଥିଲେ। ଫଳରେ ଗାଡ଼ିଟି ପାଣିରେ ଭାସି ଯାଇଥିଲା। 

Several Cuttack villages submerged in Mahanadi flood water
ମାଡ଼ି ଆସିଲା ବନ୍ୟା ପାଣି, ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ଅନେକ ଗାଁ

କଟକ ତିଗିରିଆ ପଞ୍ଚାୟତର ବହୁ ଗାଁ ଜଳମଗ୍ନ ହୋଇଛି। ମହାନଦୀରେ ବନ୍ୟା ପାଣି ଯୋଗୁ ଅଂଶୁପା ହ୍ରଦ ମଧ୍ୟ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି।

Another Low Pressure Area To Form On August 19
ପୁଣି ଆସୁଛି ଏକ ଲଘୁଚାପ ! ୧୮ରୁ ପ୍ରବଳ ବର୍ଷା ସମ୍ଭାବନା

ଅଗଷ୍ଟ ୧୯ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ ତାରିଖରୁ ପ୍ରବଳ ବର୍ଷା ହୋଇପାରେ।

Flood Like Situation In Mahanadi River
ମହାନଦୀରେ ବନ୍ୟା: ତଳିଆ ଅଞ୍ଚଳ ଲୋକଙ୍କ ପାଇଁ ସତର୍କ ଘଣ୍ଟି !

ହୀରାକୁଦ ପାଣି ସହ ତେଲ ନଦୀର ପାଣି ମହାନଦୀରେ ମିଶିବା ପରେ ସୋନପୁର, ବୌଦ୍ଧ ଜିଲ୍ଲାର ବହୁ ଗାଁ ବନ୍ୟା ଘେରକୁ ଚାଲିଯାଇଛି। ବନ୍ୟା ପାଣି ମାଡ଼ି ଯିବାରୁ ବୌଦ୍ଧର ଅନେକ ଅଞ୍ଚଳ ଦୁଃସ୍ଥିତିରେ ରହିଛି। 

Odisha BJP Criticises Chhattisgarh Govt Over Flood Like Situation In Mahanadi
ଓଡ଼ିଶା ବନ୍ୟା ପାଇଁ ଛତିଶଗଡ଼ ଦାୟୀ: ବିଜେପି

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଗତ ମେ’ ମାସରେ ଯେତେବେଳେ ମହାନଦୀ ଶୁଖିଲା ପଡ଼ିଥିଲା, ସେତେବେଳେ ଛତିଶଗଡ଼କୁ ଅନୁରୋଧ ସତ୍ତ୍ୱେ ପାଣି ଛାଡ଼ିଲେ ନାହିଁ। ଏବେ ପାଣି ଅଧିକ ହେବାରୁ ଗେଟ୍ ଖୋଲି ଦିଆଯାଉଛି।

Jagatsinghpur, Puri face max threat due to flooding in Mahanadi says src
ବଡ଼ ବନ୍ୟା ଟାଳିବାକୁ କସରତ: ଏହି ୨ ଜିଲ୍ଲାକୁ ବେଶୀ ବିପଦ

ବଡ଼ ବନ୍ୟାକୁ ଟାଳିବା ପାଇଁ ହୀରାକୁଦର ୮ଟି ଗେଟ୍‌କୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ସକାଳ ୯ଟା ଯାଏ ବନ୍ଦ କରାଯିବ। ଏହାଦ୍ୱାରା ପ୍ରାୟ ୧.୨୦ ଲକ୍ଷ କ୍ୟୁସେକ୍‌ ପାଣି କମିଯିବ।

Flood Water Released From Hirakud Will Reach Mundali Tmorrow
ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା, କାଲି ମୁଣ୍ଡଳି ଛୁଇଁବ ବନ୍ୟା ଜଳ

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବନ୍ୟା ଜଳ କଟକ ମୁଣ୍ଡଳି ଅତିକ୍ରମ କରିବ। ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି।

Water level of river rising, the people are in danger of flooding
ଫୁଲୁଛି ମହାନଦୀ ବଢୁଛି ଜଳସ୍ତର, ବନ୍ୟା ଆଶଙ୍କାରେ ନଈକୂଳିଆ ଲୋକେ

କୂଳ ଲଂଘୁଛି ମହାନଦୀ। ଜଳସ୍ତର ବଢିବାରେ ଲାଗିଥିବାରୁ ବନ୍ୟା ଆଶଙ୍କା ଦେଖାଦେଇଛି। ଭୟରେ ରହିଛନ୍ତି ନଈକୂଳିଆ ଲୋକେ। ତଳମୁଣ୍ଡରେ ହୀରାକୁଦ, ସୁବର୍ଣ୍ଣପୁର, ବୌଦ୍ଧ ଓ କଟକର ମୁଣ୍ଡଳୀରେ ମହାନଦୀର ଜଳସ୍ତର ବଢିବାରେ ଲାଗିଛି।

Incessant rain triggers flood like situation
ବଢ଼ୁଛି ବର୍ଷା, ଫୁଲୁଛି ନଈ

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଭଦ୍ରକ ଜିଲ୍ଲାର ଆଖୁଆପଦାଟାରେ ବୈତରଣୀ ନଦୀ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

Baitarani And Jalaka River Crosses Danger Mark
ମହାନଦୀରେ ବନ୍ୟା ଆଶଙ୍କା: ବିପଦ ସଙ୍କେତ ଟପିଲା ବୈତରଣୀ, ଜଳକା

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେପଟେ ଛତିଶଗଡ଼ରେ ପ୍ରବଳ ବର୍ଷା ପରେ ଏବେ ମହାନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଛି।

Flood in jalaka river
ଭାଙ୍ଗିଲା ଜଳକା ନଦୀବନ୍ଧ, ୫ ଶହ ଫୁଟର ଘାଇ

ବାଲେଶ୍ୱରରେ ଗମ୍ଭର ରୂପ ନେଉଛି ବନ୍ୟା। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି। ବିଶେଷକରି  ବିପଦ ସଂକେତ ଉପରେ ଥିବା ଜଳକା ନଦୀର ବନ୍ଧ ଭାଙ୍ଗି ଯାଇଛି ।