Flood
ବନ୍ୟା ଆସିଲା, ଚାଲିଗଲା । ହେଲେ ଦେଇଗଲା ଦାରୁଣ ଦୁଃଖ। ଆଠ ଦିନ ତଳେ ହସି ଉଠୁଥିବା ଫସଲ କିଆରିର ଏବେ ଉଜୁଡ଼ି ଯାଇଛି । ଯାହାକୁ ଦେଖିଲେ ଫାଟି ଯାଉଛି ଚାଷୀର ଛାତି। ଏମିତି ଦେଖିବାକୁ ମିଳିଛି ବାଲେଶ୍ବର ସଦର ବ୍ଲକ ନଗରମ ପଞ୍ଚାୟତରେ । ଏ ଅଂଚଳରେ ଏକର ଏକର ଜମିରେ ହୋଇଥିଲା ଅର୍ଥକାରୀ ପନିପରିବା ଚାଷ । ହେଲେ ବୁଢାବଳଙ୍ଗର ବନ୍ୟାଜଳ ଦିନ ଦିନ ଧରି ଜମି ରହିବା ପରେ ଏବେ ଫସଲ ପଚି, ସଢ଼ି ସବୁ ନଷ୍ଟ । ବାଇଗଣ, ଭେଣ୍ଡି, ଜହ୍ନି, କଖାରୁ, କାଙ୍କଡ଼, ବରଗୁଡ଼ି ଓ ପୋଇ ଆଦି ଫସଲ କିଆରି ପାଣିରେ ପଚି ଯିବା ପରେ ଏବେ ଖରା ପ୍ରକୋପରେ ଜଳି ପୋଡ଼ି ଗଲାଣି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)