Advertisment

Flood Water: ମା'ଙ୍କ ବେଢାରେ ମହାନଦୀର ଢେଉ !

ମାଡ଼ି ଆସିଲା ମହାନଦୀ ବନ୍ୟା ପାଣି , କଟକ ବଡ଼ମ୍ବା ଭଟ୍ଟାରିକା ମନ୍ଦିରକୁ ଛୁଇଁଲା ଭଟ୍ଟାରିକା ମନ୍ଦିରରେ ଉଛୁଲିଲା ବନ୍ୟା ପାଣି ।

author-image
Jnanadarsi Sahoo
ଅଦ୍ୟତନ ହୋଇଛି
Mahanadi Flood touched Maa Bhattarika temple

Mahanadi Flood touched Maa Bhattarika temple

କଟକ: ବଡମ୍ବା ର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଲା ମହାନଦୀର ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରରେ ୧୨ଟି ଗୋଟ ଖୋଲାଥିବା ହେତୁ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି। ମହାନଦୀର ବନ୍ୟାଜଳ ଯଦିଓ ମାଙ୍କ ମନ୍ଦିରକୁ  ଛୁଇଁଛି ତଥାପି ମାଙ୍କୁ ଜଳାସାୟୀ କରିପାରିନି। ଗତକାଲି ଠାରୁ ବନ୍ୟାଜଳ ବଢିବାରେ ଲାଗିଛି। ବନ୍ୟାଜଳ ମାଙ୍କୁ ଜଳାସାୟୀ କରିବାକୁ ହେଲେ ଆହୁରି କିଛି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମାଙ୍କ ମନ୍ଦିର ପାଖରେ ଥିବା ରୋଷ ଘରକୁ ମାଙ୍କୁ ସ୍ଥାନାନ୍ତର କରାଯିବ।ସେଥିପାଇଁ ମାଙ୍କ ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି।

Advertisment

ମନ୍ଦିରରେ ମାଆଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।।

Flood In Odisha Odisha
Advertisment
Advertisment