Advertisment

Rain:ବର୍ଷା ବିତ୍ପାତରେ ବେହାଲ୍ ୪ ଜିଲ୍ଲା, କେଉଁଠି NH ଉପରେ ପାଣି ତ କେଉଁଠି ଉବୁଟୁବୁ ସହର

ଦକ୍ଷିଣ ଓଡ଼ିଶାକୁ ସାଂଘାତିକ ଦୁଃଖ ଦେଇଛି ଲଗାଣ ବର୍ଷା। ମାଲକାନଗିରି ହେଉ କି କୋରାପୁଟ, ନବରଙ୍ଗପୁର ହେଉ କି ଗଜପତି। କେଉଁ ସହର ଉବୁଟୁବୁ ତ ଆଉ କେଉଁ ଆଭ୍ୟନ୍ତରୀଣ ଇଲାକା ବାହ୍ୟଜଗତରୁ ବିଚ୍ଛିନ୍ନ। ୨ ଦିନର ଲଗାଣ ବର୍ଷା ନାକେଦମ୍ କରିଛି ଦକ୍ଷିଣାଞ୍ଚଳର ଏହି ୩ ଜିଲ୍ଲାକୁ। କେବଳ ଓଡ଼ିଶା କାହିଁକି, ଦେଶର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ମୁମ୍ବାଇର ଅବସ୍ଥା ବି ବେହାଲ୍।...

author-image
Manasranjan Mohanty
rain odisha

rain odisha

ବେହାଲ୍ ହୋଇଛି ମାଲକାନଗିରି...ବିଚ୍ଛିନ୍ନ ହୋଇଯାଇଛି ବହୁ ଇଲାକା । କୋରାପୁଟ ନାରାୟଣପାଟଣାରେ ନାକେଦମ୍ ସାଧାରଣ ଜନତା...ଗଜପତି ମୋହନା ଅଞ୍ଚଳରେ ଠପ୍ ଜୀବନ ଯାତ୍ରା । ୨ ଦିନର ଲଗାଣ ବର୍ଷା ପରଠୁ ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାରେ ଅବସ୍ଥା ସଂଗୀନ। ଭାସୁଥିଲା ରାଜରାସ୍ତା, ହାଟ ବଜାରରେ ଲହଡ଼ି ଭାଙ୍ଗୁଥିଲା ପାଣି। ଘରେ ଘରେ ପାଣି ପଶିବାର ଦୃଶ୍ୟ ବି ଦେଖିବାକୁ ମିଳିଥିଲା। ରାତି ପାହିଲା ବେଳକୁ ୩୨୬ ନମ୍ବର ଏନଏଚ୍ ପୋଟେରୁ, କଂଗୃକୋଣ୍ଡା ପୋଲ ଉପରେ ଚାଲିଲା ୪ରୁ ୫ ଫୁଟର ଉଚ୍ଚର ପାଣି। କାଲିମେଳା-ପଡିଆ ମୁଖ୍ୟରାସ୍ତା କନ୍ୟାଶ୍ରମ ପୋଲ ଉପରେ ୫ରୁ ୬ଫୁଟର ବି ପାଣି। ଫଳରେ ମାଲକାନଗିରି ଏବଂ ମୋଟୁ ସହ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନକୁ ବିଛିନ୍ନ ହୋଇଯାଇଛି ଯୋଗାଯୋଗ। ତାହାରି ଭିତରେ ଗୁରୁତ୍ବପୂର୍ଣ୍ଣ ଘଟଣା ହେଉଛି, କିଛିଦିନ ତଳେ ମରାମତି ହୋଇଥିବା ମାଲକାନଗିରି ଏୟାରପୋର୍ଟର ପାଚେରୀ ବର୍ଷା ଯୋଗୁ ଭୁଶୁଡ଼ିପଡ଼ିଛି।

Advertisment

ପାଣିପାଗ ବିଭାଗର ରେଡ୍ ୱାର୍ଣ୍ଣିଂ ମାନଚିତ୍ରରେ ଥିବା କୋରାପୁଟ ଜିଲ୍ଲାରେ ବି ଅବସ୍ଥା ସଂଗୀନ। ନାରାୟଣପାଟଣା ଚମ୍ପିକଟା ସାହିରେ ଭାଙ୍ଗିଲା ଏକାଧିକ ଘୋର। ଲକ୍ଷ୍ମୀପୁର ବ୍ଲକ୍ ତଳମେଟିଂ ହେଉ ବୋରିପୁଟ୍ ରାସ୍ତା। ସବୁଠି ମାଟି ଅତଡ଼ା ଖସିବାରୁ ପ୍ରଭାବିତ ହୋଇଛି ଜୀବନଯାତ୍ରା। ୨ ଚକିଆ ଯାନକୁ ଛାଡ଼ିଦେଲେ ବଡ଼ ବଡ଼ ଯାନବାହନ ଯିବା ଆସିବା ବନ୍ଦ ହୋଇଯାଇଛି।...ଗଜପତି ମୋହନା ଅଞ୍ଚଳରେ ବି ତାଣ୍ଡବ ରଚିଛି ବର୍ଷା। ଚନ୍ଦ୍ରଗିରି ଅରବିନ୍ଦ ନଗରରେ ଗଛ ପଡ଼ି କ୍ଷତିଗ୍ରସ୍ତ ହୋଇଛି ୩ଟି ପରିବାରର ଘର। ସେପଟେ ରାସ୍ତା ଧୋଇଯାଇଥିବାରୁ ଡମ୍ବଗୁଡ଼ା ପଂଚାୟତର ପ୍ରାୟ ୮ ଖଣ୍ଡ ଗାଁକୁ ଯାତାୟାତ ପ୍ରଭାବିତ ହୋଇଛି। ଅସମ୍ଭାଳ ବର୍ଷାକୁ ଦେଖି ଆଜି ପାଇଁ ନବରଙ୍ଗପୁର ଜିଲ୍ଲାରେ ବନ୍ଦ ରହିଥିଲା ଶିକ୍ଷାନୁଷ୍ଠାନ।

ସେପଟେ ଉବୁଟୁବୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ। ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ମାୟାନଗରୀ ମୁମ୍ବାଇରେ ଜଳାର୍ଣ୍ଣବ ରାସ୍ତାଘାଟ, ତଳିଆ ଅଞ୍ଚଳ। କେଉଁଠି ରାଜରାସ୍ତା ଉପରେ ସ୍କୁଲ ବସ୍ ଖରାପ୍ ହେବାରୁ ଫସିଗଲେ କୁନି କୁନି ଛାତ୍ରଛାତ୍ରୀ। ଯାହାଙ୍କୁ ମୁମ୍ବାଇ ପୋଲିସ ଉଦ୍ଧାର କରିଛି ଏଭଳି ଭାବେ। ଆଉ କେଉଁଠି ଟ୍ରାଫିକ୍ ଜାମ୍ ଯୋଗୁ ଗଡ଼ୁନି ଯାନବାହନ। ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ୱେରେ ତ ଠପ୍ ହୋଇଯାଇଛି ଜୀବନଯାତ୍ରା। ଚେମ୍ବୁରରେ ରେକର୍ଡ ପରିମାଣର ଲଗାଣ ବର୍ଷା ମାଡ଼ରେ ଭୁଶୁଡ଼ି ପଡ଼ିଛି ଘର ଦ୍ବାର। ମାଟିରେ ଲୋଟିପଡ଼ିଛି ସବୁକିଛି। ନାନ୍ଦେଡ୍ ହେଉ କି ପାଲଘର, ସିନ୍ଧୁଦୁର୍ଗ ହେଉ କି ଔରଙ୍ଗାବାଦ୍। ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ସ୍ଥିତି ସଂଗୀନ ହୋଇପଡ଼ିଛି। ଟାଟା ପାୱାର ଚେମ୍ବୁରରେ ଆଜି ଅପରାହ୍ନ ସୁଦ୍ଧା ସର୍ବାଧିକ ୧୧୭ ମିଲିମିଟର ଏବଂ ଭିକ୍ରୋଲିରେ ୧୦୩ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ଆଗାମୀ ୩ ଦିନ ପାଇଁ ମହାରାଷ୍ଟ୍ରରେ ୱାର୍ଣ୍ଣଂ ଜାରି ହୋଇଛି। ତା’ସହ ଘରୁ ନବାହାରିବାକୁ ଦିଆଯାଇଛି ପରାମର୍ଶ।

Advertisment

ଏଣେ ଓଡ଼ିଶାରେ ସକ୍ରିୟ ଲଘୁଚାପ କ୍ଷେତ୍ର କ୍ରମେ ଘନୀଭୂତ ହୋଇ ୱେଲମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଫଳରେ ଆସନ୍ତା ୨ ଦିନ ଯାଏଁ ରାଜ୍ୟବ୍ୟାପି ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।

Heavy Rainfall Flood In Odisha
Advertisment
Related Articles
Advertisment