/odishatv-khabar/media/post_attachments/uploadimage/library/16_9/16_9_0/trump_elon_1757062532.jpg)
trump elon
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ ହାଉସରେ ଟେକ୍ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ଅଧିକାରୀଙ୍କୁ ନେଇ ଏକ ବୈଠକ ଡାକିଥିଲେ, କିନ୍ତୁ ତାଙ୍କର ନିକଟତମ ବନ୍ଧୁ ତଥା ଏବେର ଶତ୍ରୁ ହୋଇଥିବା ଏଲନ ମସ୍କଙ୍କୁ ନିମନ୍ତ୍ରଣ କରି ନଥିଲେ। ଟ୍ରମ୍ପ ଗୁରୁବାର ୪ ସେପ୍ଟେମ୍ବରରେ ଏହି ବୈଠକରେ ଟେକ୍ କମ୍ପାନୀଗୁଡ଼ିକର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମ୍ମୁଖରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ହୋଇଥିବା ଗବେଷଣା ଏବଂ ବିଭିନ୍ନ କମ୍ପାନୀମାନେ ଆମେରିକାରେ କରୁଥିବା ନିବେଶ ଉପରେ ଉପସ୍ଥାପନା ଦେଇଥିଲେ।
ରିପୋର୍ଟ ଅନୁସାରେ ଟ୍ରମ୍ପ କହିଥିଲେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆମ ଦେଶକୁ ଏକ ନୂଆ ସ୍ତରକୁ ନେଉଛି। ସେ ଏହି ବୈଠକରେ ଉପସ୍ଥିତ ଲୋକମାନଙ୍କୁ ଉଚ୍ଚ ଆଇକ୍ୟୁ ଥିବା ଲୋକ ଭାବେ ବର୍ଣ୍ଣନା କରିଥିଲେ। ଏହି ଟେକ୍ କମ୍ପାନୀଗୁଡ଼ିକର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଟ୍ରମ୍ପଙ୍କର ପ୍ରଶଂସା କରିଥିଲେ ଏବଂ ପ୍ରଯୁକ୍ତିଗତ ଅଗ୍ରଗତି ସମ୍ବନ୍ଧରେ ସେମାନଙ୍କର ଆଗାମୀ ଯୋଜନା ବିଷୟରେ ଆଲୋଚନା କରିଥିଲେ।
ବ୍ୟବସାୟୀରୁ ରାଷ୍ଟ୍ରପତି ହୋଇଥିବା ଟ୍ରମ୍ପଙ୍କର ସବୁଠୁ ଅଧିକ ଧ୍ୟାନ ଡଲାର ଉପରେ ଥିଲା। ସେ ଟେବୁଲର ଚାରିପାଖରେ ବୁଲି ବୁଲି ସମସ୍ତଙ୍କୁ ପଚାରିଥିଲେ ଯେ ସେମାନେ ଦେଶରେ କେତେ ନିବେଶ କରୁଛନ୍ତି। ମେଟାର ମାଲିକ ମାର୍କ ଜୁକରବର୍ଗ ଟ୍ରମ୍ପଙ୍କ ଡାହାଣ ପାଖରେ ବସିଥିଲେ। ସେ ଉତ୍ତର ଦେଇଥିଲେ ୬୦୦ ବିଲିୟନ ଡଲାର। ଆପଲର ଟିମ କୁକ ମଧ୍ୟ ଏହି ସଂଖ୍ୟା ଦେଇଥିଲେ। ଅନ୍ୟପକ୍ଷରେ, ଗୁଗଲର ସିଇଓ ସୁନ୍ଦର ପିଚାଇ କହିଥିଲେ ଯେ ତାଙ୍କ କମ୍ପାନୀ ଆମେରିକାରେ ୨୫୦ ବିଲିୟନ ଡଲାର ନିବେଶ କରୁଛି।
ଯେତେବେଳେ ଟେକ୍ ଇଣ୍ଡଷ୍ଟ୍ରିର ସମସ୍ତ ବଡ଼ ଅଧିକାରୀ ଏଠାରେ ଉପସ୍ଥିତ ଥିଲେ, ସେତେବେଳେ ଟ୍ରମ୍ପଙ୍କ ଅତିଥି ତାଲିକାରେ ଏଲନ ମସ୍କଙ୍କର ଅନୁପସ୍ଥିତି ସମସ୍ତଙ୍କୁ ଚକିତ କରିଥିଲା। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏଲନମସ୍କ ଟ୍ରମ୍ପଙ୍କ ନିକଟତମ ସହଯୋଗୀ ଥିଲେ । ଏବେ କିନ୍ତୁ ପରସ୍ପରର ମୁହଁକୁ ଚାହୁଁନାହାଁନ୍ତି ।
ଟ୍ରମ୍ପ ଏଲନ ମସ୍କଙ୍କୁ ଡାକି ନଥିଲେ, କିନ୍ତୁ ତାଙ୍କ ବଦଳରେ ବୈଠକ ଟେବୁଲରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ମସ୍କଙ୍କ ପ୍ରତିଦ୍ୱନ୍ଦ୍ୱୀ ଓପନ ଏଆଇର ସାମ ଅଲଟମାନ ଉପସ୍ଥିତ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)