/odishatv-khabar/media/media_files/2025/10/25/guest-faculty-2025-10-25-20-46-58.jpg)
GUEST-FACULTY Photograph: (OTV)
ରାଜ୍ୟରେ ଅଧ୍ୟାପକ ମରୁଡ଼ି, ୬ ହଜାର ପାଖାପାଖି ଅଧ୍ୟାପକ ପଦବୀ ଖାଲି ଯୋଗୁଁ ଉଚ୍ଚ ଶିକ୍ଷାରେ ସୃଷ୍ଟି ହେଲାଣି ଅଚଳାବସ୍ଥା। ଏଣେ ଏଭଳି ବିକଳ ସ୍ଥିତିର ମୁକାବିଲା ପାଇଁ ସରକାର ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଠିକା ନିଯୁକ୍ତି ଦେବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଯାହାକୁ ନେଇ ଦେଖାଦେଲାଣି ବଡ଼ ଅସନ୍ତୋଷ। ଅଧ୍ୟାପକ ଚାକିରି ଆଶାରେ ରହିଥିବା ଯୋଗ୍ୟ ପ୍ରାର୍ଥୀ ଏହାକୁ ତେଲିଆ ମୁଣ୍ଡରେ ତେଲ ବୋଲି ଦର୍ଶାଇଥିବାବେଳେ ଅବସରପ୍ରାପ୍ତ ଅଧ୍ୟାପକ କହିଛନ୍ତି, ଏହାଦ୍ବାରା ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ମିଳିବ।...
ନୂଆ ନିଯୁକ୍ତି ନାହିଁ । ଅଥଚ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ଦେଇ ତାଳିପକା ଉଦ୍ୟମ । ପ୍ରସଙ୍ଗ- ଅଧ୍ୟାପକ ମରୁଡ଼ିର ମୁକାବିଲା। ରିଟାୟାରଡ ପରେ ପୁଣି ଗେଷ୍ଟ ଫାକଲଟି ଭାବେ ଠିକା ନିଯୁକ୍ତି ପାଇବେ ଅବସରପ୍ରାପ୍ତ ଅଧ୍ୟାପକ ।
ରାଜ୍ୟରେ ଥିବା ୪୮୮ ଏବଂ ୬୬୨ ବର୍ଗ ଓ ସଂସ୍କୃତ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟାପକ ନିଯୁକ୍ତି ନେଇ ଏଭଳି ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚ ଶିକ୍ଷା ବିଭାଗ। ଏମିତିକି ଅତିଥିି ଅଧ୍ୟାପକ ନିଯୁକ୍ତି ନେଇ ଯୋଗ୍ୟତା ଓ ମାପଦଣ୍ଡ କଣ ରହିବ ? ତା ବି ନିୟମାବଳୀରେ ଉଲ୍ଲେଖ ରହିଛି। ସହକାରୀ ପ୍ରଫେସର ପାଇଁ ଦରମା ୨୫ ହଜାର ଟଙ୍କାରୁ ଆରମ୍ଭ କରି ପ୍ରଫେସରଙ୍କ ଦରମା ୫୦ ହଜାର ପର୍ଯ୍ୟନ୍ତ ରହିଛି।
ତେବେ ଏଥିପାଇଁ ଅତି କମରେ ୫୦ଟି କ୍ଲାସ କରିବା ବାଧ୍ୟତାମୂଳକ। ଯଦି ତାଠୁ କମ୍ ହୁଏ ତାହାଲେ ପାରିଶ୍ରମିକରୁ ମାଇନସ୍ ହେବ। ତେଣେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଖୁବଶୀଘ୍ର ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ହେବ। ସେ ନେଇ ପକ୍ରିୟା ଆରମ୍ଭ ହୋଇଛି। କଲେଜ ମାନଙ୍କରେ ଅଧ୍ୟାପକ ମରୁଡ଼ି ସ୍ଥିତି ପୂର୍ବ ସରକାର ଅମଳରୁ ହିଁ ଆରମ୍ଭ ହୋଇଛି।...
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଗାଇଡଲାଇନସରେ କୁହାଯାଇଛି ଅତିଥି ଅଧ୍ୟାପକମାନେ ବର୍ଷକୁ ୧୦ ଦିନର କାଜୁଆଲ୍ ଲିଭ୍ ବା CL ପାଇବେ। ଚାକିରି ଛାଡ଼ିବା ଆଗରୁ ୩୦ ଦିନର ନୋଟିସ୍ ଦେବେ। ସେପଟେ ଚଳିତ ମାସ ୩୧ ତାରିଖ ସୁଦ୍ଧା HIMS ପୋର୍ଟାଲରେ ତାଲିକା ପ୍ରଦାନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଅବସର ପରେ ଅତିଥି ଅଧ୍ୟାପକ ନିଯୁକ୍ତିକୁ ଅବସର ନେଇଥିବା ଅଧ୍ୟାପକ ସ୍ବାଗତ କରାଯାଇଥିବାବେଳେ ଏହାକୁ ବିରୋଧ କରିଛନ୍ତି ନୂଆ ଚାକିରି ଆଶାୟୀ।
ସେମାନଙ୍କ ଅଭିଯୋଗ-ଏହା ତେଲିଆ ମୁଣ୍ଡରେ ତେଲ। SSB ଦ୍ବାରା ଦୁଇବର୍ଷ ହେଲା ଅଧ୍ୟାପକ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ସତ୍ତ୍ବେ ଏଯାଏଁ ପରୀକ୍ଷା ହୋଇପାରୁନି। ଯାହାକୁ ନେଇ ସେମାନେ ବାରମ୍ବାର ଆନ୍ଦୋଳନ ଓ ଆମରଣ ଅନଶନ ପର୍ଯ୍ୟନ୍ତ ବି ଯାଇଛନ୍ତି। ପୂର୍ବ ସରକାରଙ୍କ ନୀତି ଓ ବର୍ତ୍ତମାନର ସରକାରଙ୍କ ନିଯୁକ୍ତି ନୀତିରେ କୌଣସି ପ୍ରଭେଦ ନାହିଁ।...
ରାଜ୍ୟରେ ଏବେ ସାଢେ଼ ଚାରି ଶହରୁ ଅଧିକ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ପ୍ରାୟ ୬ ହଜାର ଅଧ୍ୟାପକ ପଦବୀ ଖାଲି। କେବଳ ଅତିଥି ଅଧ୍ୟାପକ ନିଯୁକ୍ତି ଦ୍ୱାରା ସବୁ ପୋଷ୍ଟ ପୂରଣ ଅସମ୍ଭବ। ଯଦି ସରକାର ଯୋଗ୍ୟତା ଭିତ୍ତିକ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦିଅନ୍ତେ ତାହାଲେ ସବୁ ପଦବୀ ପୂରଣ ହୋଇପାରନ୍ତା ବୋଲି ଶିକ୍ଷାବିତଙ୍କ ମତ।...
Tribal Vote Becomes the Deciding Factor: ନୂଆପଡ଼ାରେ ୩ ପ୍ରମୁଖ ଦଳର ଘମାସାନ ପ୍ରଚାର, ସମସ୍ତଙ୍କ ଫୋକସରେ ଆଦିବାସୀ ଭୋଟର୍

Pitabas Panda Murder Case Turns Turbulent: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ତନାଘନା, ପିଣ୍ଟୁଙ୍କୁ ସ୍ଥାନାନ୍ତର ନିଷ୍ପତ୍ତିକୁ ପତ୍ନୀଙ୍କ ବିରୋଧ

Odisha Prepared to Face Cyclone ‘Montha’: ‘ମୋନ୍ଥା’ ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ, ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଜୀବନ ରକ୍ଷାକୁ ଫୋକସ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)