/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753946393.jpg)
Doctor Accused of Giving Dog-Bite Injection to Girl
ଜ୍ବର ପାଇଁ ଯାଇଥିବା ଶିଶୁକୁ ଡାକ୍ତର ଦେଇ ଦେଲେ କି କୁକୁର କାମୁଡ଼ା ଇଂଜେକସନ !! ଏଭଳି ସଂଗୀନ ଅଭିଯୋଗ ଆସିଛି ବଣାଇ ଉପଖଣ୍ଡ ଚିକିତ୍ସାଳୟରୁ। ଅଭିଯୋଗ ମୁତାବକ, ବଣାଇ ଜଗନ୍ନାଥପୁର ଅଂଚଳରୁ ଜଣେ ମହିଳା ତାଙ୍କ ଶିଶୁକୁ ଜ୍ବର ହୋଇଥିବାରୁ ଚିକିତ୍ସା ପାଇଁ ମେଡିକାଲ ଆଣିଥିଲେ। ତେବେ ସେଠାରେ ଶିଶୁବିଭାଗର ଡାକ୍ତର ଲିକି ଚାନ୍ଦ ମହାପାତ୍ର ଶିଶୁକୁ ଦେଖିବା ପରେ ପ୍ରେସକ୍ରିପସନରେ ଔଷଧ ଲେଖିଥିଲେ।
ତେବେ ଉକ୍ତ ପ୍ରେସକ୍ରିପସନଟିକୁ ମେଡିସିନ୍ ଷ୍ଟୋରରେ ଦେଖାଇବାପରେ କର୍ମଚାରୀ ଜଣଙ୍କ ଶିଶୁଟିକୁ କୁକୁର କାମୁଡ଼ିଛି କି ବୋଲି ପଚାରିବାରୁ ମହିଳାଙ୍କର ସନ୍ଦେହ ହୋଇଥିଲା। ଏନେଇ ଡାକ୍ତରଙ୍କୁ ଆସି ପଚାରିବାରୁ ସେ ପୂର୍ବ ପ୍ରେସକ୍ରିପସନକୁ ବଦଳାଇ ଆଉ ଏକ ପ୍ରେସକ୍ରିପସନ ଲେଖିଥିବା ଅଭିଯୋଗ କରିଛନ୍ତି ଶିଶୁର ପରିବାର ଲୋକେ। ତେଣେ ଏହି ଅଭିଯୋଗକୁ ସଂପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ଚିକିତ୍ସା କରିଥିବା ଡାକ୍ତର। କୁକୁର କାମୁଡା ଇଂଜେକସନ ନୁହେଁ ବରଂ ଭ୍ୟାକସିନ୍ ଦିଆଯାଇଥିବା କହିଛନ୍ତି ଡାକ୍ତର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)