ଇଏ କାଳେ ଦ୍ୱିତୀୟ ଭଗବାନ ! ୮ ମାସ ହେଲାଣି ପେଟରେ ବଢୁଥିଲା ଟ୍ୟୁମର । ଡାକ୍ତର ଦେଉଥିଲେ ଗର୍ଭବତୀ ହେବାର ମେଡ଼ିସିନ୍ । ଆଶାକର୍ମୀ ଓ ଅଙ୍ଗନବାଡ଼ି ଦିଦି ଛତୁଆ ବି ଖୁଆଉଥିଲେ। ଯନ୍ତ୍ରଣା ବଢିବାରୁ ଅଲଟ୍ରାସାଉଣ୍ଡ କଲେ ଡାକ୍ତର । ପେଟରେ ପିଲା ନୁହେଁ ଥିଲା ଟ୍ୟୁମର
ଯାହାକୁ ନେଇ ପରିବାର ଲୋକେ ଅସହାୟ ହୋଇପଡ଼ିଥିବାବେଳେ ଜଟଣୀ ମେଡିକାଲ ଅଧୀକ୍ଷକ କହିଛନ୍ତି ଘଟଣା ଅନୁସନ୍ଧାନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ।
୨୬ ବର୍ଷିୟ ଜଣେ ଯୁବକ ତାଙ୍କ ବନ୍ଧୁମାନଙ୍କ ସହ ମଦ୍ୟପାନ କରିବା ପରେ ଏହି କାଣ୍ଡ ଭିଆଇଛି ଅଭିଯୁକ୍ତ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ରାଉତହାଟ ଜିଲ୍ଲାର ଗୁଜରା ମୁନିସିପାଲିଟିରେ ଏହି କାଣ୍ଡ ଘଟିଥିବାବେଳେ ଗୁରୁତର ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଡାକ୍ତର ହୁଅନ୍ତୁ ଅବା ନର୍ସ କି ଅନ୍ୟ ସ୍ୱାସ୍ଥ୍ୟକର୍ମୀ, ରୋଗୀ ସେବା ପାଇଁ ହୋଲିରେ ବି ତତ୍ପର ଥିଲେ ସମସ୍ତେ । ଛୁଟି ଦିନରେ ସମସ୍ତେ ଏକାଠି ହୋଇ ହୋଲି ମନାଉଥିବା ବେଳେ ସକାଳୁ ସନ୍ଧ୍ୟାଯାଏଁ ଏମାନେ ଲାଗି ପଡିଥିଲେ ସ୍ୱାସ୍ଥ୍ୟ ସେବାରେ ।
ଉପାନ୍ତ ଅଞ୍ଚଳର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହେଉ କି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଥବା ସରକାରୀ ମେଡିକାଲ କଲେଜ, ସବୁଠି ଲାଗିବ ବାୟୋମେଟ୍ରିକ୍ ମେସିନ୍ ।
ରାଜ୍ୟରେ ୧୦ ହଜାର ୭୧୯ କ୍ୟାଡର ପୋଷ୍ଟ ଥିବା ବେଳେ ମାତ୍ର ୪୦ରୁ ୪୫ ପ୍ରତିଶତ ଡାକ୍ତରରେ କାମ ଚାଲିଛି । ତେଣୁ ସରକାର ଡାକ୍ତରମାନଙ୍କୁ ୨୪ ଘଣ୍ଟା କାମରେ ଖଟାଉଛନ୍ତି ।
ସାରା ରାଜ୍ୟରେ ହଜାର ହଜାର ରୋଗୀ କ୍ୟାନସରରେ ପୀଡ଼ିତ ହୋଇ ମରଣ ସହିତ ଲଢ଼େଇ କରୁଛନ୍ତି।
ଆଜିକାଲି ଦୁନିଆରେ ଏମିତି ଦରଦୀ ମଣିଷ ମିଳିବା ମୁସ୍କିଲ.. ପାଠ ପଢି ଡାକ୍ତର ଚାକିରି ପାଇଲା ପରେ ବି ଭୁଲିନାହାନ୍ତି ସାମାଜିକ ଦାୟିତ୍ୱ.. ଆଜି ଗରୀବଗୁରୁବାଙ୍କ ପାଇଁ ସେ ଦେବଦୂତ
ଦୁଇଟି ଯାକ ବିଭାଗର ଭିତ୍ତିଭୂମି ନଥିବାରୁ ବାରଣ୍ଡାରେ ଚାଲିଛି ସେବା ।
ଔଷଧ ଦେଇ ଦେଇ ବାଣପୁର ଅଂଚଳରେ ସିଏ ଏତେ ପ୍ରସିଦ୍ଧ ଯେ ସମସ୍ତେ ତାଙ୍କୁ ଦିଗାଭାଇନା ବୋଲି ଡାକନ୍ତି । ଆଉ ଲୋକଙ୍କ ସହ ବେଶ୍ ସହଜରେ ମିଶିପାରନ୍ତି ଦିଗା ।
ଡାକ୍ତରଖାନାରେ ଷ୍ଟାଫ ନର୍ସ କେହି ନଥିବାରୁ ଡାକ୍ତରମାନେ ନିଜେ ନର୍ସଙ୍କ କାମ କରିବାକୁ ବାଧ୍ୟ ହେଉଛନ୍ତି ।
ବାତ, ପିତ, ସନିପାତ, ସ୍ତ୍ରୀ ରୋଗ, ବାଛୁରୀ ଜନ୍ମ, ଯେତେ ପ୍ରକାରର ଜାବତ୍ଯ କାଣ୍ଡକାରଖାନା ଅଛି, ସବୁ ବେମାରୀର ମୁଁ ଏକମାତ୍ର ଡାକ୍ତର... ମଉସା... ଲୁଙ୍ଗି ଟିକେ ଖସା... ତଳେଇକି ଫୋଡ଼ିଦେବି... ସବୁ ଓକେ ହେଇଯିବ
ମାତ୍ର ୧ ଟଙ୍କାରେ ଚିକିତ୍ସା ସହ ମିଳୁଛି ସହୁ ଔଷଧ। ରୋଗ ଦେଖାଇବାକୁ ଏହି ଡାକ୍ତରଙ୍କ ପାଖରେ ଲାଗିଛି ଲମ୍ବା ଲାଇନ୍। ବିଭିନ୍ନ ରୋଗ ଦେଖାଇ ଭଲ ହେଉଛନ୍ତି ରୋଗୀ...୧ ଟଙ୍କିଆ କ୍ଲିନ୍କକୁ ଏହାରି ମଧ୍ୟରେ ପୂରିଛି ୧ ବର୍ଷ
କୋଲୋନ୍ ହାଇଡ୍ରୋ ଥେରାପି କଣ? ଶରୀରରେ କେଉଁ ରୋଗ ହେଲେ ଏହି ପ୍ରକାର ଥେରାପି କରିବାକୁ ପରାମର୍ଶ ଦିଅନ୍ତି ଡାକ୍ତର
ନିଜକୁ ନକଲି ଡାକ୍ତରୀ ଛାତ୍ର ପରିଚୟ ଦେଇ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଉ ଥିଲେ ପରେ ସେମାନଙ୍କଠୁ ଲୁଟ୍ କରୁଥିଲେ। ଶେଷରେ ପୋଲିସ୍ ହାତରେ ତାଙ୍କର ଏହି କାରନାମା ଧରାପଡ଼ିଛି।
ଛାନିଆ କରିପକାଇଲାଣି ଓମିକ୍ରନ ଭୂତାଣୁ: ମହାମାରୀ କାୟା ବିସ୍ତାର କରିବା ପୂର୍ବରୁ ପରିବାରର ୩ ଜଣଙ୍କୁ ମାରିଦେଲେ ଡାକ୍ତର। ଏବେ ନିଜେ ବି ମାନସିକ ଭାରସ୍ୟାମ ହରାଇ ହୋଇଯାଇଛନ୍ତି ଫେରାର୍....ଧରିବା ପାଇଁ ଖୋଜୁଛି ପୋଲିସ୍
ମେଡିକାଲ ଡ୍ୟୁଟି ସମୟରେ ଶୋଇପଡ଼ିଲେ ଡାକ୍ତର ବାବୁ। ଏଭଳି ଏକ ଘଟଣା ଢେଙ୍କାନାଳ ଜିଲ୍ଲାର ଶ୍ରୀରାମପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି। ସିକ୍ୟୁରିଟି ଗାର୍ଡର ସତ ଚେଷ୍ଟା ପରେ ବି ଉଠିଲେନି ଡାକ୍ତର । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସ୍ଥିତି ଏପରି ହୋଇଥିଲା କି ପରିବାର ଲୋକ ମଧ୍ୟ ବହୁ ଚେଷ୍ଟା କରିବା ପରେ ନାବାଳକର ତଣ୍ଟିରୁ ତାହା ବାହାରି ପାରିନଥିଲା। ଫଳରେ ଉପାୟଶୂନ୍ୟ ହୋଇ ପରିବାର ଲୋକମାନେ ତାକୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ଆଉ ସେଠାରେ ଡାକ୍ତର ଏମିତି କିଛି କଲେ....
ଭୁବନେଶ୍ୱର: କୂଅରୁ ମିଳିଲା ନିଖୋଜ ଡାକ୍ତରାଣୀଙ୍କ ମୃତଦେହ। ଘଟଣା ଘଟିଛି ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ। ମୃତ ଡାକ୍ତରାଣୀଙ୍କ ନାଁ ସଂଘମିତ୍ରା ମିଶ୍ର। ଲକ୍ଷ୍ମୀସାଗଗର ଥାନା ଅନ୍ତର୍ଗତ ଝାରପଡ଼ା ପ୍ଲଟ୍ ନମ୍ବର ୭୧୭ ଥିବା ଏକ ୪୦ ଫୁଟ ଗଭୀର କୂଅ ଭିତରୁ ଗତରାତିରେ ସଂଘମିତ୍ରାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳ ପ୍ରାୟ ୯ଟାରୁ ନିଖୋଜ ଥିଲେ ସଂଘମିତ୍ରା। ବହୁ ଖୋଜାଖୋଜି ପରେ ପରିବାର ଲୋକେ ଗତ ସଂଧ୍ୟାରେ ଘର ପରିସରରେ ଥିବା […]