Advertisment

Woman Doctor Found Dead: ମହିଳା ଡାକ୍ତରଙ୍କୁ ବାରମ୍ୱାର ଦୁଷ୍କର୍ମ କଲେ ପୋଲିସ ଅଫିସର, ହାତ ପାପୁଲିରେ ସୁଇସାଇଡ ନୋଟ ଲେଖି...

ଜଣେ ମହିଳା ଡାକ୍ତର ଆତ୍ମହତ୍ୟା କରିଛନ୍ତି।ସୁଇସାଇଡ ନୋଟରେ ସେ ପୋଲିସ ସବ୍ ଇନ୍ସପେକ୍ଟର ଗୋପାଳ ବଡନେଙ୍କ ବିରୋଧରେ ଦୁଷ୍କର୍ମ ଏବଂ ମାନସିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ପୀଡିତା ପୂର୍ବରୁ ପୋଲିସ ଅଧିକାରୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ।

author-image
Tapan Swain
Rape Allegation

Rape Allegation Photograph: (OTV)

ଜିଲ୍ଲା ହସ୍ପିଟାଲର ଜଣେ ମହିଳା ଡାକ୍ତର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ହାତ ପାପୁଲିରେ ସେ ସୁଇସାଇଡ୍ ନୋଟ ଲେଖିଛନ୍ତି । ସେଥିରେ ସେ ଅଭିଯୋଗ କରିଛନ୍ତି ଯେ ଜଣେ ପୋଲିସ ସବ-ଇନ୍ସପେକ୍ଟର (SI) ତାଙ୍କୁ ପାଞ୍ଚ ମାସରେ ଚାରି ଥର ଦୁଷ୍କର୍ମ (Rape) କରିଛନ୍ତି। 

Advertisment

ଗୁରୁବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ସତାରାରେ ଫଲଟନର ଏକ ହୋଟେଲ ରୁମରେ ପୀଡିତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହା ପରେ ପୋଲିସକୁ ସୂଚନା ଦିଆଯାଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। ଫଲଟନ ସବଡିଭିଜନାଲ ଡାକ୍ତରଖାନାରେ ମେଡିକାଲ ଅଫିସର ଭାବରେ କାର୍ଯ୍ୟ କରୁଥିବା ମହିଳା ଡାକ୍ତର (Woman Doctor) ଏସଆଇ ଗୋପାଳ ବଡନେଙ୍କ ବିରୋଧରେ ମାନସିକ ଏବଂ ଶାରୀରିକ ଭାବରେ ହଇରାଣ କରୁଥିବା ଅଭିଯୋଗ କରିଥିଲେ ଏବଂ କହିଥିଲେ ଯେ ପୋଲିସ କର୍ମଚାରୀଙ୍କ ବାରମ୍ୱାର ହଇରାଣ ତାଙ୍କୁ ଆତ୍ମହତ୍ୟା(suicide) କରିବାକୁ ବାଧ୍ୟ କରିଥିଲା। ଅନ୍ୟ ଜଣେ ପୋଲିସ ଅଧିକାରୀ ପ୍ରଶାନ୍ତ ବଙ୍କର ତାଙ୍କୁ ମାନସିକ ନିର୍ଯାତନା ଦେଇଥିବାର ଅଭିଯୋଗ ରହିଛି । ସେ ଯୌନ ନିର୍ଯାତନା ଅଭିଯୋଗ (sexual harassment) ଆଣିଥିଲେ ।  

ଅଭିଯୁକ୍ତ ଗୋପାଳ ବଡନେ ନିଲମ୍ବିତ 

ଗୁରୁବାର ରାତିରେ ଘଟିଥିବା ଏହି ଆତ୍ମହତ୍ୟା ଶୁକ୍ରବାର ରାଜ୍ୟରେ ରାଜନୈତିକ ବିବାଦ ସୃଷ୍ଟି କରିଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ନିର୍ଦ୍ଦେଶ ପରେ ଅଭିଯୁକ୍ତ ପୋଲିସ କର୍ମଚାରୀମାନଙ୍କୁ ନିଲମ୍ବିତ କରାଯାଇଥିଲା। ପୀଡିତା ତାଙ୍କ ହାତ ପାପୁଲିରେ ଲେଖାଯାଇଥିବା ନୋଟ୍ ବ୍ୟତୀତ ଗତ ଜୁନ୍ ୧୯ ତାରିଖରେ ଫଲଟନର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (ଡିଏସପି)ଙ୍କୁ ଲେଖିଥିବା ଏକ ଚିଠିରେ ସମାନ ଅଭିଯୋଗ କରିଥିବା ଜଣାପଡ଼ିଛି।

Advertisment

 ମହାରାଷ୍ଟ୍ର ମହିଳା କମିଶନ ମୁଖ୍ୟ ରୁପାଲି ଚକଙ୍କର କହିଛନ୍ତି, "ଆମେ ଏହି ଘଟଣା ବିଷୟରେ ଅବଗତ ଅଛୁ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସତାରା ପୋଲିସକୁ ନିର୍ଦ୍ଦେଶ ଦେଇଛୁ। ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଟିମ୍ ନିୟୋଜିତ କରାଯାଇଛି। ଏହି ଦୁର୍ଭାଗ୍ୟଜନକ ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ଛଡାଯିବ ନାହିଁ।"

ଆତ୍ମହତ୍ୟା ନୋଟରେ କଣ ଲେଖାଯାଇଛି ?

ପୀଡିତାଙ୍କ ହାତ ପାପୁଲିରେ ଲେଖାଥିବା ନୋଟରେ ଲେଖାଥିଲା, "ପୋଲିସ ଇନ୍ସପେକ୍ଟର ଗୋପାଳ ବଡନେଙ୍କ ଯୋଗୁଁ ମୁଁ ମରିଗଲି। ସେ ମୋତେ ଚାରିଥର ଦୁଷ୍କର୍ମ କରିଥିଲେ। ସେ ପାଞ୍ଚ ମାସରୁ ଅଧିକ ସମୟ ଧରି ମୋତେ ଦୁଷ୍କର୍ମ, ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇଥିଲେ।"

ଆତ୍ମହତ୍ୟାର କିଛି ମାସ ପୂର୍ବରୁ ଡିଏସପିଙ୍କୁ ଲେଖିଥିବା ଏକ ଚିଠିରେ, ମହିଳା ଡାକ୍ତର ଫଲଟନ ଗ୍ରାମୀଣ ପୋଲିସ ବିଭାଗର ଦୁଇ ଜଣ ପୋଲିସ ଅଧିକାରୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ କରିଥିଲେ ଏବଂ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ମହିଳା ଡାକ୍ତର ଲେଖିଥିଲେ ଯେ  "ସେ ଅତ୍ୟଧିକ ଚାପରେ ଅଛନ୍ତି ଏବଂ ତେଣୁ ଏହି ଗମ୍ଭୀର ଘଟଣାର ତଦନ୍ତ କରାଯାଉ ଏବଂ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ"।

Sexual Harassment Suicide Doctor
Advertisment
Related Articles
Advertisment