Advertisment

Doctor kills wife: 'ତୁମ ପାଇଁ ମୁଁ ମୋ ଡାକ୍ତର ସ୍ତ୍ରୀକୁ ହତ୍ୟା କରିଛି': ଡାକ୍ତର ଓଭରଡୋଜ୍ ଦେଇ ପତ୍ନୀଙ୍କୁ ହତ୍ୟା କରି ପ୍ରେମିକାକୁ ମେସେଜ୍ ପଠାଇଲେ

ଡାକ୍ତର ମହେନ୍ଦ୍ର ରେଡ୍ଡୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଡିଜିଟାଲ ପେମେଣ୍ଟ ଆପରେ ତାଙ୍କ ପ୍ରେମିକାକୁ ଏକ ମେସେଜ ପଠାଇଥିଲେ। ଏହି ମେସେଜ ହିଁ ଖୋଲିଦେଲା ରହସ୍ୟ । ହତ୍ୟା ମାମଲାରେ ପୋଲିସ ଆଉ କ’ଣ ଖୁଲାସା କରିଛି, ଜାଣନ୍ତୁ।

author-image
Tapan Swain
Doctor Murder

Doctor Murder Photograph: (OTV)

ଚର୍ମରୋଗ ବିଶେଷଜ୍ଞ (Dermatologist) ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ବେଙ୍ଗାଲୁରୁ ଡାକ୍ତର ହତ୍ୟା ପରେ ତୁରନ୍ତ ତାଙ୍କ ପ୍ରେମିକାଙ୍କୁ ଏକ ମେସେଜ୍ ପଠାଇଥିଲେ। ମେସେଜ୍ରେ ସେ ଲେଖିଥିଲେ: "ମୁଁ ତୁମ ପାଇଁ ମୋ ସ୍ତ୍ରୀଙ୍କୁ ହତ୍ୟା କରିଛି।" ପୋଲିସର ସୂଚନା ଅନୁଯାୟୀ, ଡାକ୍ତର ମହେନ୍ଦ୍ର ରେଡ୍ଡୀ ଜଣେ ଜେନେରାଲ ସର୍ଜନ । ଡାକ୍ତର ପତ୍ନୀଙ୍କୁ ହତ୍ୟା କରି ସେ  ତାଙ୍କ ପ୍ରେମିକାଙ୍କୁ ମେସେଜ ପଠାଇଥିଲେ ।  

Advertisment

ସେ ତାଙ୍କ ପ୍ରେମିକାଙ୍କ ସହ ସମ୍ପର୍କରେ ଥିଲେ । ସେ ଏକ ଡିଜିଟାଲ୍ ପେମେଣ୍ଟ୍ ଆପ୍ରେ ମେସେଜ୍ ପଠାଇଥିଲେ। ପୋଲିସ ତାଙ୍କ ଫୋନର ଫୋରେନ୍ସିକ୍ ଯାଞ୍ଚ ସମୟରେ ଏହି ମେସେଜ୍ ପାଇଥିଲା। ପୋଲିସ କହିଛି ଯେ ପ୍ରେମିକାଙ୍କୁ ପଚରାଉଚରା କରାଯାଇଥିଲା ଏବଂ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। 

ଡାକ୍ତର କୃତିକାଙ୍କୁ କିପରି ହତ୍ୟା କରାଯାଇଥିଲା?

ଡାକ୍ତର ମହେନ୍ଦ୍ର ରେଡ୍ଡୀ ଓ ତାଙ୍କ ପତ୍ନୀ ଡାକ୍ତର କୃତିକା ରେଡ୍ଡୀ ଗୋଟିଏ ହସ୍ପିଟାଲରେ କାମ କରୁଥିଲେ । ଉଭୟ ଥିଲେ ଡାକ୍ତର । ମହେନ୍ଦ୍ର ତାଙ୍କୁ ଘରେ ମାତ୍ରାଧିକ ନିଶ୍ଚେତକ ବା ନିଶା ଔଷଧ ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାଟି ଗତ ଏପ୍ରିଲ ୨୧ ତାରିଖରେ ଘଟିଥିଲା ଏବଂ ଅଭିଯୁକ୍ତ ସ୍ୱାମୀଙ୍କୁ ଛଅ ମାସ ପରେ ଗିରଫ କରାଯାଇଥିଲା। ପୋଲିସ ଅଧିକାରୀମାନେ କହିଛନ୍ତି ଯେ କୃତିକା ଅସୁସ୍ଥ ହୋଇପଡ଼ିଥିଲେ ଏବଂ ତାଙ୍କ ସ୍ୱାମୀ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Advertisment

ଫରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) ରିପୋର୍ଟ ମୃତ ମହିଳାଙ୍କ ଶରୀରରେ ଶକ୍ତିଶାଳୀ ନିଶ୍ଚେତକ ଔଷଧ ପ୍ରୋପୋଫଲର ଉପସ୍ଥିତିକୁ ନିଶ୍ଚିତ କରିଥିଲା । ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଅଧିକ ମାତ୍ରାରେ ଡୋଜ୍ ଦିଆଯାଇଥିଲା। ଘର ଯାଞ୍ଚ ସମୟରେ, ପୋଲିସ ଏକ କାନୁଲା ସେଟ୍, ଏକ ଇଞ୍ଜେକ୍ସନ ଟ୍ୟୁବ୍ ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଜବତ କରିଛି।
ରିପୋର୍ଟ ଆଧାରରେ, ଡାକ୍ତର କୃତିକାଙ୍କ ବାପା ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ। ପରେ ମହେନ୍ଦ୍ରଙ୍କୁ ଅକ୍ଟୋବର ୧୫ ତାରିଖରେ ଗିରଫ କରାଯାଇଛି। ପୋଲିସ ସନ୍ଦେହ କରିଥିଲା ଯେ ସେ ତାଙ୍କ ପତ୍ନୀଙ୍କ ମୃତ୍ୟୁକୁ ସ୍ୱାଭାବିକ ଭାବରେ ଦେଖାଇବା ପାଇଁ ତାଙ୍କର ଡାକ୍ତରୀ ବିଦ୍ୟା ବ୍ୟବହାର କରିଥିଲେ।

ବେଙ୍ଗାଲୁରୁ ପୋଲିସ କମିଶନର ସୀମାନ୍ତ କୁମାର ସିଂହ କହିଛନ୍ତି, "ଏପର୍ଯ୍ୟନ୍ତ ମିଳିଥିବା ପ୍ରମାଣ ଅପରାଧରେ ସ୍ୱାମୀଙ୍କ ଭୂମିକା ଥିବା ସ୍ପଷ୍ଟ କରିଛି । ସେ ହିଁ ପ୍ରଥମେ ତାଙ୍କୁ ହସ୍ପିଟାଲକୁ ଆଣିଥିଲେ ଏବଂ ଏପରି କିଛି ଉଲ୍ଲେଖ କରିନଥିଲେ ଯାହା ଭୁଲ ହୋଇପାରେ। ସେ ଦାବି କରିଥିଲେ ଯେ ତାଙ୍କ ସ୍ତ୍ରୀ ସୁସ୍ଥ ନାହାନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି। 

ଡାକ୍ତର ଦମ୍ପତି ଗତ ବର୍ଷ ମେ ୨୬ ତାରିଖରେ ବିବାହ କରିଥିଲେ। ସେମାନେ ଦୁହେଁ ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲରେ କାମ କରୁଥିଲେ। ତେବେ ମହେନ୍ଦ୍ରଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ସଂପର୍କ ଥିଲା । ଏହାକୁ ନେଇ ସେ ତାଙ୍କର ଡାକ୍ତର ପତ୍ନୀଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଛି । 

Lover Doctor Murder
Advertisment
Related Articles
Advertisment